ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗଞ୍ଜେଇ ମାଫିଆଙ୍କ ପାଇଁ ଭୂସ୍ୱର୍ଗ ପାଲଟିଛି ଖୋର୍ଦ୍ଧା ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ

ନୟାଗଡ଼ : ନୟାଗଡ଼ ଜିଲ୍ଲା ଦେଇ ଯାଇଥିବା ଖୋର୍ଦ୍ଧା ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ଏବେ ଗଞ୍ଜେଇ ମାଫିଆଙ୍କ ପାଇଁ ଭୂସ୍ୱର୍ଗ ପାଲଟିଛି । କିଛିଦିନ ତଳେ ଦଶପଲ୍ଲା ଓ ନୂଆଗାଁ ପୁଲିସ ଗଞ୍ଜେଇ ଜବତ କରିଥିବା ବେଳେ ନୟାଗଡ଼ ଟାଉନଥାନା ପୁଲିସ ଆଜି ଗଞ୍ଜେଇ ଜବତ କରିଛି । କନ୍ଧମାଳ ଜିଲ୍ଲାରୁ ଭୁବନେଶ୍ୱର, କଟକ ଏବଂ ବାଲେଶ୍ୱର ଅଞ୍ଚଳକୁ ବେଫିକର ଭାବେ ଗଞ୍ଜେଇ ଚାଲାଣ କରାଯାଉଛି । ନୟାଗଡ଼ ପୁଲିସ କାଁ ଭାଁ ଧର ପଗଡ଼ କରୁଥିବା ବେଳେ ପ୍ରତ୍ୟେକ ଦିନ ଶହ ଶହ କ୍ୱିଣ୍ଟାଲ ଗଞ୍ଜେଇ ନୟାଗଡ଼ ଜିଲ୍ଲା ଦେଇ ଚାଲାଣ ହେଉଛି । ଜାତୀୟ ରାଜପଥ ଉପରେ ୫ଟି ଥାନା ରହିଛି । ବାଣିଗୋଚ୍ଛା, ଦଶପଲ୍ଲା, ନୂଆଗାଁ, ସଦରଥାନା, ଟାଉନଥାନା ଏବଂ ଇଟାମାଟି ଥାନା ପାଖ ଦେଇ ପ୍ରତ୍ୟେକ ଦିନ ଏହି ଜାତୀୟ ରାଜପଥ ଉପରେ ଗଞ୍ଜେଇ ଗାଡ଼ି ଯାଉଛି । ଜିଲ୍ଲା ପୁଲିସ ନିଶା କାରବାର ଉପରେ ରୋକ ଲଗାଇବା ପାଇଁ ସବୁ ପ୍ରକାର ଚେଷ୍ଟା କରୁଥିଲେ ମଧ୍ୟ ଗଞ୍ଜେଇ ଚାଲାଣ ଉପରେ ରୋକ ଲଗାଇ ପାରୁନଥିବା ଅଭିଯୋଗ ହୋଇଛି ।

Leave A Reply

Your email address will not be published.