ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସୋମବାର ରାଶିଫଳ ( ୧୨ – ୦୯ – ୨୦୨୨ )

ମେଷ: ଦୃଢ଼ମନା ହୋଇ କାର୍ଯ୍ୟ କରିବେ। କର୍ମକ୍ଷେତ୍ରରେ ଅସହଯୋଗ ଦେଖାଦେବ। ମହିଳାମାନେ ହତାଦର ହେବେ। ବ୍ୟବସାୟରେ ବିଶେଷ ଲାଭ ମିଳିବ ନାହିଁ। ମନୋରଞ୍ଜନରେ ସମୟ ବିତିବ।

ବୃଷ: ପରିଶ୍ରମର ଉଚିତ ଫଳ ପାଇବେ। ଆୟର ପଥ ଉନ୍ମୁକ୍ତ ରହିଛି। ମହିଳାମାନେ ଆତ୍ମନିର୍ଭରଶୀଳ ହେବେ। ଉତ୍ସାହର ସହ ଦିନଟି ଭରି ରହିବ। ପ୍ରେମ ଓ ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି ପାଇବ।

ମିଥୁନ: ସ୍ବାଧୀନମନା ହୋଇ କାର୍ଯ୍ୟ କରିବେ। ନିଜ ପ୍ରତିଭାର ପ୍ରଦର୍ଶନ କରିବେ। ମହିଳାମାନେ ଯଶକୀର୍ତ୍ତି ପାଇବେ। ପରିବହନ ଓ ବ୍ୟବସାୟରେ ଉତ୍ତମ ଫଳ ପାଇବେ। ଅକସ୍ମାତ୍‌ ଧନଲାଭ ଯୋଗ ରହିଛି।

କର୍କଟ: ଦୀର୍ଘ ଦିନ ଧରିଥିବା ସମସ୍ୟାର ସମାଧାନ ହେବ। ଆର୍ଥିକକ୍ଷେତ୍ରରେ ଅବନତି ଦେଖାଦେବ। କର୍ମକ୍ଷେତ୍ରରେ କର୍ତ୍ତବ୍ୟ ସୁଚାରୁରୂପେ ତୁଲାଇ ସମ୍ମାନିତ ହୋଇପାରନ୍ତି। ଛାତ୍ରଛାତ୍ରୀ ସଫଳ ହେବେ।

ସିଂହ: ଗୁରୁଜନଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗଡ଼ିଯାଇପାରେ । ଅଯଥା ଖର୍ଚ୍ଚରେ ପଡ଼ିପାରନ୍ତି। ଜୀବନସାଥିୀଙ୍କ ସହଯୋଗ ପାଇ ଆଗକୁ ବଢ଼ିବେ। ସନ୍ତାନସନ୍ତତିଙ୍କ ପାଇଁ ଚିନ୍ତାରେ ରହିବେ।

କନ୍ୟା: ଦିନଟିରେ ବନ୍ଧୁବାନ୍ଧବଙ୍କ ସହଯୋଗ ମଳିପାରେ । କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ। ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରି ସନ୍ତୋଷ ପାଇବେ। ନିଷ୍ପତ୍ତି ନେବା ପୂର୍ବରୁ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ।

ତୁଳା: ବହୁ ପରିଶ୍ରମ କରି ସଫଳ ହେବେ। ଦେହ ଓ ମନ ଭଲ ରହିବ। ମହିଳାମାନେ ଚଳଚଞ୍ଚଳ ରହିବେ। କର୍ମକ୍ଷେତ୍ରରେ ନିଷ୍ଠାପର ଭାବେ କାର୍ଯ୍ୟ କରିବେ। ପ୍ରିୟଜନଙ୍କ ପାଇଁ ବିଚଳିତ ହୋଇପାରନ୍ତି।

ବିଛା: ବିଭିନ୍ନ ପ୍ରକାର ଯୋଜନା କରି ସଫଳ ହେବେ। କର୍ମକ୍ଷେତ୍ରରେ ଦାୟିତ୍ବବୋଧ ରହିବ। ସମାଜରେ ପ୍ରସିଦ୍ଧି ବୃଦ୍ଧି ପାଇବ। ମହିଳାମାନେ ରକ୍ଷଣଶୀଳା ହେବେ। ଛୋଟ ଛୋଟ କଥାରେ ଖୁସି  ରହିବେ।

ଧନୁ: ପରିବାର ସହ ଅଧିକ ସମୟ କଟାଇବେ। କର୍ମକ୍ଷେତ୍ରରେ କର୍ତ୍ତୃପକ୍ଷଙ୍କର ଚାପ ରହିବ। ମହିଳାମାନେ ସମସ୍ୟା ଘେରରେ ରହିବେ। ବନ୍ଧୁବାନ୍ଧଙ୍କଠାରୁ ସହଯୋଗ ପାଇପାରନ୍ତି। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନଦେବେ।

ମକର: ଅଟକି ରହିଥିବା କାର୍ଯ୍ୟ ସମାପନ ହେବ। ମହିଳାମାନେ ଉଚ୍ଚ ପ୍ରଶଂସା ପାଇବେ। ବ୍ୟବସାୟରେ ମନମୁତାବକ ଫଳ ମିଳିବ। ଛାତ୍ରଛାତ୍ରୀ ଉତ୍ତମ ଫଳ ପାଇବେ। ଯୋଜନା ଅନୁସାରେ କାର୍ଯ୍ୟ କରିବେ।

କୁମ୍ଭ: ନିଜ ସୃଜନଶୀଳତାର ପରିଚୟ ଦେବେ। ଅନ୍ୟମାନେ ଆପଣଙ୍କ ଦ୍ବାରା ପ୍ରଭାବିତ ହୋଇପାରନ୍ତି। ପରିବାର ବର୍ଗଙ୍କଠାରୁ ଆର୍ଥିକ ସହାୟତା ପାଇବେ। ନୂତନ ନିବେଶ କରିବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ।

ମୀନ: ବିଭିନ୍ନ କ୍ଷେତ୍ରରୁ ସଫଳତା ପାଇବାର ଯୋଗ ରହିଛି। ସନ୍ତାନସନ୍ତତିଙ୍କ ସଫଳତାରେ ଗର୍ବିତ ହେବେ। ନିଜ ବ୍ୟବହାର ପାଇଁ ପ୍ରଶଂସାର ପାତ୍ର ହେବେ। ପ୍ରେମ ଓ ଦାମ୍ପତ୍ୟ ସମ୍ପର୍କରେ ମଧୁରତା ଦେଖାଦେବ।

Leave A Reply

Your email address will not be published.