ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ହୀରାକୁଦ ଡ୍ୟାମକୁ ଉପରମୁଣ୍ଡରୁ ବହୁତ ପାଣି ଆସୁଛି,ମହାନଦୀରେ ମଧ୍ୟମ ଧରଣର ବନ୍ୟା ହୋଇପାରେ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର : ମହାନଦୀରେ ମାଧ୍ୟମ ଧରଣର ଆସୁଛି। ଉପରମୁଣ୍ଡରେ ବର୍ଷା କାରଣରୁ ହୀରାକୁଦ ଡ୍ୟାମକୁ ବହୁତ ପାଣି ପ୍ରବେଶ କରୁଛି। ବର୍ତ୍ତମାନ ୩୪ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ବର୍ତ୍ତମାନ ଉପର ମୁଣ୍ଡରେ ପ୍ରବଳ ବର୍ଷା ହେଉଥିଲେ ମଧ୍ୟ ହୀରାକୁଦ ଡ୍ୟାମର ଆଉ ଅଧିକ ଗେଟ୍ ଖୋଲାଯିବ ନାହିଁ । ତାକୁ ରେଗୁଲେଟ କରାଯାଉଛି। ଯେତିକି ପାଣି ଛଡା ଯାଉଛି ସେଥିରେ ମହାନଦୀରେ ମଧ୍ୟମ ଧରଣର ବନ୍ୟା ସୃଷ୍ଟି ହେବ।

ଆଜି ଅପରାହ୍ନରୁ ସଂଧ୍ୟା ସୁଦ୍ଧା କଟକ ମୁଣ୍ଡଳୀରେ ପିକ୍ ଫ୍ଲଡ ପହଞ୍ଚିବ ଏବଂ ସେତେବେଳକୁ ସାଢେ ୧୦ ଲକ୍ଷ ୫୦ ହଜାର କ୍ୟୁସେକ ଜଳ ପ୍ରବାହିତ ହେବ । ତେଣୁ ଅନୁମାନ କରାଯାଉଛି ଏତେ ପାଣି ଆସିବା ପରେ ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସିପାରେ । ବିଭିନ୍ନ ନଦୀବନ୍ଧ ଉପରେ ନଜର ରଖାଯାଇଛି। ବଡ ଘାଇ ହବାର ସମ୍ଭାବନା ନାହିଁ। ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ରହିଛି ଆବଶ୍ୟକୀୟ ପଦକ୍ଷେପ ନେବେ। ପେଟ୍ରୋଲିଂ କରାଯିବ। ତଳିଆ ଅଂଚଳରେ ବସବାସ କରୁଥିବା ଲୋକଙ୍କ ଘରେ ବର୍ଷା ପାଣି ପଶିଛି। ଆବଶ୍ୟକୀୟ ସ୍ଥଳରେ ସ୍ଥାନାନ୍ତର କରିବା ପାଇଁ କୁହାଯାଇଛି ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି।

ସେପଟେ ଉପରମୁଣ୍ଡରେ ବର୍ଷା ଲାଗିରହିଥିବାରୁ ବଢିଚାଲିଛି ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର । ବର୍ତମ‍ାନ ଜଳସ୍ତର ୬୨୦.୧୨ ଫୁଟରେ ପହଂଚିଥିବାବେଳେ ଡ୍ୟାମ ଭିତରକୁ ପ୍ରତି ସେକେଣ୍ଡରେ ୮ ଲକ୍ଷ ୬୬ ହଜାର ୬ ୪୫ଘନଫୁଟ ଜଳ ପ୍ରବେଶ କରୁଛି ଅନ୍ୟପଟେ ୩୪ ଟି ଗେଟ ମାଧ୍ୟମରେ ୫ ଲକ୍ଷ ୬୩ ହଜାର ୭୮୨ ଘନଫୁଟ ଜଳ ନିଷ୍କାସନ କରାଯାଉଛି । କଟକମୁଣ୍ଡୁଳିରେ ବର୍ତ୍ତମାନ ମହାନଦୀରେ ୯ ଲକ୍ଷ ୧୮ ହଜାର ୩୮୩ କ୍ୟୁସେକ ଜଳ ପ୍ରବାହିତ ହେଉଛି। ନରାଜରେ କାଠଯୋଡିରେ ୪ ଲକ୍ଷ ୬୦ ହଜାର ୯୯୪  କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଯୋବ୍ରା ଠାରେ ମହାନଦୀରେ ୪ ଲକ୍ଷ ୧୭ ହଜାର ୬୧୯ କ୍ୟୁସେକ ଜଳ ପ୍ରବାହିତ । ଜଳସ୍ତର ଲଗାତାର ବଢୁଛି।

ଅନ୍ୟପଟେ ଆଜି ରାଜ୍ୟର ବନ୍ୟା ସ୍ଥିତିର ସମୀକ୍ଷା କରିବେ ମୁଖ୍ୟ ଶାସନ ସଚିବ ଏବଂ ସ୍ୱତନ୍ତ୍ର ରିଲିଫ କମିଶନର । ଏହି ବୈଠକରେ ଜଳ ସମ୍ପଦ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିବେ । କଣ ସ୍ଥିତି ରହିଛି ଏବଂ କଣ ସବୁ ପଦକ୍ଷେପ ନିଆଯାଇଛି ଏବଂ କଣ ନିଆଯିବ ସେ ନେଇ ହେବ ବିସ୍ତୃତ ଆଲୋଚନା । ରାଜୀବ ଭବନ ରେ ବସିବ ଏହି ସମୀକ୍ଷା ବୈଠକ ।।

Leave A Reply

Your email address will not be published.