ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଧର୍ମ ନାମରେ ହିଂସା ବିସ୍ତାର କରୁଛନ୍ତି ବିଜେପି-ଆରଏସ୍‌ଏସ୍‌ : ମେହବୁବା ମୁଫତି

ଜମ୍ମୁକାଶ୍ମୀର : ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ମୁଖ୍ୟ ମେହବୁବା ମୁଫତି ବିଜେପି ଏବଂ ଆରଏସ୍‌ଏସ୍‌ ଉପରେ ଖୁବ୍‌ ବର୍ଷିଛନ୍ତି। ଶନିବାର ପିଡିପି ମୁଖ୍ୟ ମେହବୁବା ମୁଫତି ଜାମ୍ମୁରେ ପାର୍ଟି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ଆୟୋଜିତ ଏକ ସଭାରେ ମେହବୁବା ବିଜେପି ଏବଂ ଆରଏସ୍‌ଏସ୍‌ ଧର୍ମ ନାମରେ ହିଂସା ବିସ୍ତାର କରୁଥିବା କହିବା ସହ  କଂଗ୍ରେସ ନେତା ସଲମାନ୍‌ ଖୁର୍ସିଦ୍‌ଙ୍କ ପୁସ୍ତକକୁ ନେଇ ଚାଲିଥିବା ବିବାଦ ସମ୍ପର୍କରେ ନିଜର ପ୍ରତିକ୍ରିୟା ରଖିଥିଲେ।

ମେହବୁବା କହିଛନ୍ତି ଯେ ଉଭୟ ବିଜେପି ଏବଂ ଆରଏସ୍‌ଏସ୍‌ ସାମ୍ପ୍ରଦାୟିକ ସଂଗଠନ। ଏମାନେ ହିନ୍ଦୁ ଏବଂ ମୁସଲମାନମାନଙ୍କ ମଧ୍ୟରେ ଝଗଡା କରାଇ ଦେଶରେ ରାଜନୀତି କରୁଛନ୍ତି। ବିଜେପି ଏବଂ ଆରଏସ୍‌ଏସ୍‌ ଉଭୟ ହିନ୍ଦୁତ୍ୱ ଏବଂ ହିନ୍ଦୁ ଧର୍ମକୁ ଅପହରଣ କରିଛନ୍ତି। ହିନ୍ଦୁ ଏବଂ ମୁସଲମାନମାନଙ୍କ ମଧ୍ୟରେ ଏମାନେ ସର୍ବଦା ବିବାଦ ଚାହାନ୍ତି। କାରଣ ସେମାନେ ଧର୍ମ ନାମରେ ଲୋକଙ୍କୁ ହତ୍ୟା କରନ୍ତି ଆଉ ସେଥିରେ ରାଜନୀତି କରନ୍ତି।

ଅନ୍ୟପଟେ ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ମୁଖ୍ୟ ମେହବୁବା ମୁଫତିଙ୍କ ଜାମ୍ମୁ ଆଗମନ ବିଷୟରେ ସୂଚନା ପାଇବା ପରେ ବଜରଙ୍ଗ ଦଳ କର୍ମୀମାନେ ସେଠାରେ ପହଞ୍ଚି ମେହବୁବା ମୁଫତିଙ୍କ ବିରୋଧରେ  ସ୍ଲୋଗାନ ପ୍ରଦର୍ଶନ କରିବା ସହ ତାଙ୍କୁ ବିରୋଧ ପଦର୍ଶନ କରିଥିଲେ। ବଜରଙ୍ଗ ଦଳ କହିଛନ୍ତି ଯେ ମେହବୁବା ମୁଫତି ଆତଙ୍କବାଦୀ ଏବଂ ପାକିସ୍ତାନର ସମର୍ଥକ। ତାଙ୍କୁ ଜେଲରେ ରଖିବା କାଶ୍ମୀରରେ ସମ୍ପୂର୍ଣ୍ଣ ଶାନ୍ତି ଫେରାଇ ଆଣିବାରେ ବହୁ ଦୂର ଯିବ।

ସୂଚନାଯୋଗ୍ୟ କଂଗ୍ରେସ ନେତା ସଲମାନ୍‌ ଖୁର୍ସିଦ୍‌ଙ୍କ ଦ୍ବାରା ରଚିତ ଇଂରାଜୀ ପୁସ୍ତକ ’ସନ୍‌ରାଇଜ୍‌ ଓଭର ଅଯୋଧ୍ୟା: ନାସନହୁଡ୍‌ ଇନ୍‌ ଆୱାର ଟାଇମ୍ସ’କୁ ନେଇ ଏବେ ବିବାଦ ତିବ୍ରହେବାରେ ଲାଗିଛି। ସଲମାନ ଏହି ପୁସ୍ତକରେ ହିନ୍ଦୁତ୍ବକୁ ଇସଲାମିକ୍‌ ଆତଙ୍କୀ ସଙ୍ଗଠନ ଆଇଏସଆଇଏସ୍‌ ଏବଂ ବୋକୋ ହାରାମ ସହ ତୁଳନା କରିଛନ୍ତି। ଯାହାକୁ ବିଜେପି ସମେତ ବିଭିନ୍ନ ମହଲରୁ ବିରୋଧ କରାଯାଉଛି।

Leave A Reply

Your email address will not be published.