ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଉ ବଢ଼ିବନି ଲୋନ୍‌ ମୋରାଟୋରିୟମ- ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଋଣ ମୋରାଟୋରିୟମ୍‌ ପ୍ରସଙ୍ଗ ଉପରେ ମଙ୍ଗଳବାର ସୁପ୍ରିମକୋର୍ଟ ଗୁରୁତ୍ଵପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଆଉ ବଢ଼ିବନି ଲୋନ୍‌ ମୋରେଟୋରିୟମ। ଋଣ ଗ୍ରହିତା ସେମାନଙ୍କ ଋଣ କିସ୍ତି ଏଣିକି ନିୟମିତ ପ୍ରଦାନ କରିବେ। ଏହା ସହିତ ଏହି ସମୟ ମଧ୍ୟରେ ଯେଉଁ ସୁଧ ବୃଦ୍ଧି ପାଇଛି ତାହାକୁ ସମ୍ପୂର୍ଣ୍ଣ ଛାଡ଼ କରାଯାଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟ  ଏଭଳି ଗୁରୁତ୍ଵପୂର୍ଣ୍ଣ ରାୟ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ଫଳରେ ବ୍ୟାଙ୍କଗୁଡ଼ିକୁ ଅଶ୍ଵସ୍ତି ମିଳିଛି। ସେପଟେ ସମ୍ପୂର୍ଣ୍ଣ ଋଣ ଛାଡ଼ ଦାବି କରୁଥିବା ରିୟଲ ଇଷ୍ଟେଟ୍‌ ଭଳି ଅନେକ କ୍ଷେତ୍ରର କମ୍ପାନୀଗୁଡ଼ିକୁ ଝଟ୍‌କା ଲାଗିଛି।

ଏଠାରେ ସୂଚନାଯୋଗ୍ୟ, ୨୦୨୦ ମାର୍ଚ୍ଚ ୨୫ରେ ଲକ୍‌ଡାଉନ୍‌ ସମୟରେ କେନ୍ଦ୍ର ସରକାର ଋଣ ମୋରାଟୋରିୟମ୍‌ ଘୋଷଣା କରିଥିଲେ। କରୋନା ମହାମାରୀ ସମୟରେ ଏହାର ପ୍ରଭାବକୁ ଦୃଷ୍ଟିିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ ଋଣଦାତାଙ୍କୁ ଋଣ ପରିଶୋଧ କ୍ଷେତ୍ରରେ ଗ୍ରାହକଙ୍କୁ ମୋରାଟୋରିୟମ୍‌ ସୁବିଧା ପ୍ରଦାନ କରିବାକୁ ନିର୍ଦେଶ ଦେଇଥିଲେ।

କେନ୍ଦ୍ର ସରକାର ଋଣ ମୋରାଟୋରିୟମ୍ ସ୍ଥଗନ ସୁବିଧା ମାର୍ଚ୍ଚ ପହିଲାରୁ ଅଗଷ୍ଟ ପହିଲା ଯାଏ ପ୍ରଦାନ କରିଥିଲେ। ଏଥିରେ ବ୍ୟାଙ୍କ ଏବଂ ବିଭିନ୍ନ ଆର୍ଥିକ ସଂସ୍ଥାରୁ କରଜ ନେଇଥିବା ବ୍ୟକ୍ତିଙ୍କୁ ଇଏମ୍‌ଆଇ ସୁବିଧା ଦିଆଯାଇଥିଲା। ଏହି ସୁବିଧା ପ୍ରଥମେ ୨୦୨୦ ମାର୍ଚ୍ଚ ପହିଲାରୁ ମେ ୩୧ ମଧ୍ୟରେ ନିଆଯାଇଥିବା ଋଣ ଉପରେ ପ୍ରଦାନ କରାଯାଇଥିଲା। ପରବର୍ତ୍ତୀ ସମୟରେ ଏହି ସ୍ଥଗନ ଅବଧିକୁ ୨୦୨୦ ଅଗଷ୍ଟ ୩୧ ଯାଏ ବୃଦ୍ଧି କରାଯାଇଥିଲା। ଏଥିରେ ରିଜର୍ଭ ବ୍ୟାଙ୍କ ସମସ୍ତ ବ୍ୟାଙ୍କକୁ ନେଇଥିବା ଋଣ ପୁନର୍ଗଠନ କରିବାକୁ ଅନୁମତି ଦେଇଥିଲେ। ଏହି ଅନୁଯାୟୀ ବ୍ୟାଙ୍କ ଉପରୋକ୍ତ ଋଣ ଅର୍ଥକୁ ସେମାନଙ୍କର ଏନ୍‌ପିଏ ଖାତାରେ ସାମିଲ କରିବା ନେଇ ଅନୁମତି ରହିଥିଲା। ଯାହାଫଳରେ କରଜକାରୀ କରୋନା ମହାମାରୀ ଜନିତ ଆର୍ଥିକ ସମସ୍ୟାରୁ ମୁକ୍ତି ପାଇପାରିବେ। ଏଥିରେ ସେହି କରଜକାରୀ ଯୋଗ୍ୟ ବିବେଚତିିତ ହୋଇଥିଲେ ଯେଉଁମାନଙ୍କର ବ୍ୟାଙ୍କ ଖାତା ୨୦୨୦ ମାର୍ଚ୍ଚ ପହିଲା ସୁଦ୍ଧା ୩୦ ଦିନରୁ ଅଧିକ ଇଏମ୍‌ଇ ପଇଠରେ ଖିଲାପ ହୋଇ ନ ଥିବ।

Leave A Reply

Your email address will not be published.