ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗାନ୍ଧୀମୟ ବିଧାନସଭା, ଗାନ୍ଧୀଙ୍କ ଓଡ଼ିଶା ଆଗମନକୁ ଶହେ ବର୍ଷ ପୂର୍ତ୍ତି ଅବସରରେ ଗୃହରେ ଚାଲିଛି ସ୍ବତନ୍ତ୍ର ଆଲୋଚନା

ଭୁବନେଶ୍ୱର: ଆଜିର ଦିନରେ ଓଡିଶା ଆସିଥିଲେ ଜାତିର ପିତା ମହାତ୍ମାଗାନ୍ଧୀ । ୧୯୨୧ରେ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନକୁ ଆଜି ପୂରଣ ହୋଇଛି ୧୦୦ ବର୍ଷ। ଶହେ ବର୍ଷ ପୂର୍ତ୍ତି ଅବସରରେ ଆଜି ବିଧାନସଭାରେ କେବଳ ବାପୁଙ୍କ ଉପରେ ସ୍ୱତନ୍ତ୍ର ଆଲୋଚନା ହେଉଛି ।

ଗୃହରେ ସଙ୍କଳ୍ପ ଅଣାଯିବା ସହ ପାରିତ କରାଯିବ । ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବୀ ପ୍ରସ୍ତାବ ଆଲୋଚନାକୁ ବାତିଲ କରାଯାଇ ଗୃହରେ ସ୍ୱତନ୍ତ୍ର ଆଲୋଚନା କରାଯାଉଛି । ସକାଳ ୧୦ଟା ୩୦ ମିନିଟରୁ ଆରମ୍ଭ ହୋଇଥିବା ଆଲୋଚନା ଅପରାହ୍ନ ସାଢ଼େ ଗୋଟାଏ ମିନିଟ ପର୍ଯ୍ଯନ୍ତ ଚାଲିବ । ବିଶେଷକରି ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯିବ ବୋଲି ବାଚସ୍ପତି ସୂର୍ଯ୍ଯନାରାୟଣ ପାତ୍ର ସୂଚନା ଦେଇଛନ୍ତି ।

ମହାତ୍ମାଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଅହିଂସା ଶଦ୍ଦକୁ ଭାରତୀୟ ସମ୍ବିଧାନର ମୁଖବନ୍ଧରେ ସ୍ଥାନ ଦେବାକୁ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି । ଏହା ବାପୁଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ । ଏହି ସମ୍ବନ୍ଧରେ ବିଧାନସଭାରେ ଆଜି ଏକ ସଂକଳ୍ପ ପାରିତ ହୋଇପାରେ । ଅଧିବେଶନ ଆରମ୍ଭ ପୂର୍ବରୁ ବିଧାନସଭା ପରିସରରେ ଥିବା ଗାନ୍ଧି ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ବାଚସ୍ପତିଙ୍କ ସମେତ ସବୁ ବିଧାୟକ ଓ ମନ୍ତ୍ରୀ ।

Leave A Reply

Your email address will not be published.