ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆରଜେଡି ମୁଖ୍ୟ ଲାଲୁଙ୍କ କିଡନୀ ପ୍ରତିରୋପଣ ସଫଳ: କିଡନୀ ଦାନ କଲେ ଝିଅ ରୋହିଣୀ ଆଚାର୍ଯ୍ୟ

ନୂଆଦିଲ୍ଲୀ: ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ କିଡନୀ ପ୍ରତିରୋପଣ ସଫଳ ହୋଇଛି । ଲାଲୁଙ୍କୁ କିଡନୀ ଦାନ କରିଛନ୍ତି ଝିଅ ରୋହିଣୀ ଆଚାର୍ଯ୍ୟ । ରୋହିଣୀ ଆଚାର୍ଯ୍ୟ ଏବଂ ଲାଲୁ ପ୍ରସାଦ ଯାଦବ ଉଭୟ ସୁସ୍ଥ ଥିବା ନେଇ ଟ୍ୱିଟ କରିଛନ୍ତି ଲାଲୁ ଯାଦବଙ୍କ ପୁଅ ତଥା ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ। ଅସ୍ତ୍ରୋପଚାର ପରେ ହସ୍ପିଟାଲରୁ ଏକ ଭିଡିଓ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ସିଙ୍ଗାପୁରର ମାଉଣ୍ଟ ଏଲିଜାବେଥ ହସ୍ପିଟାଲରେ ଲାଲୁ ଯାଦବଙ୍କ ଏହି ଅସ୍ତ୍ରୋପଚାର କରାଯାଇଛି।

ସୂଚନା ଅନୁସାରେ, ଆରଜେଡି ମୁଖ୍ୟ ଲାଲୁ ଦୀର୍ଘ ଦିନ ଧରି ଅନେକ ରୋଗରେ ପୀଡିତ ଥିଲେ। ତାଙ୍କର ମଧୁମେହ ଏବଂ ଉଚ୍ଚ ରକ୍ତଚାପ ଭଳି ରୋଗ ମଧ୍ୟ ରହିଛି । କିଡନୀ ଟ୍ରାନ୍ସପ୍ଲାଣ୍ଟ ପାଇଁ ତାଙ୍କୁ ଆକ୍ଟୋବର ମାସରେ ସିଙ୍ଗାପୁର ନିଆଯାଇଥିଲା । ସେଠାରେ ତାଙ୍କର ଚିକିତ୍ସା ଚାଲୁଥିଲା । ଏହାପରେ ଝିଅ ରୋହିଣୀଙ୍କ କିଡନୀ ସହ ତାଙ୍କ କିଡନୀ ମ୍ୟାଚ୍ କରିବାରୁ ଆଜି ତାଙ୍କ କିଡନୀ ପ୍ରତ୍ୟାରୋପଣ ହୋଇଛି । ଲାଲୁଙ୍କ ୨ଟି ଯାକ କିଡ଼ନୀ ୨୮% କାମ କରୁଥିବା ବେଳେ ରୋହିଣୀଙ୍କ କିଡ଼ନୀ ୯୦%ରୁ ୯୫ % କାମ କରୁଛି। ଏହା ଲାଲୁଙ୍କ ଶରୀରରେ ପ୍ରତ୍ୟାରୋପଣ ହେବା ଦ୍ୱାରା ତାହା ୭୦%ରୁ ଊର୍ଦ୍ଧ୍ୱ କାମ କରିବ । ଯାହା ଦ୍ୱାରା ଜଣେ ସୁସ୍ଥ ଜୀବନଯାପନ କରିପାରିବ ।

Leave A Reply

Your email address will not be published.