ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଶି ଅନୁସାରେ ଜାଣନ୍ତୁ….୨୦୨୨ରେ କେମିତି ରହିବ ଆପଣଙ୍କ କ୍ୟାରିଅର୍

ନୂଆବର୍ଷ ସମସ୍ତଙ୍କ ମନରେ ଭରିଦେଇଥାଏ ନୂଆ ଆଶା ଓ ନୂଆ ସମ୍ଭାବନା। ଅନେକ ବର୍ଷ ପ୍ରାରମ୍ଭରୁ ଶିକ୍ଷା, କ୍ୟାରିଅର୍ ତଥା ଚାକିରିରେ ପଦୋନ୍ନତି ଏବଂ ଦରମା ବୃଦ୍ଧିକୁ ନେଇ ବହୁ ଆଶାବାଦୀ ଥାଆନ୍ତି। ତେବେ କ୍ୟାରିଅର୍ ଦୃଷ୍ଟିକୋଣରୁ ରାଶି ଅନୁସାରେ ୨୦୨୨ ମସିହା କାହା ପାଇଁ କିଭଳି ଫଳ ପ୍ରଦାନ କରିବ ସେ ସମ୍ପର୍କରେ ଆସନ୍ତୁ ଜାଣିବା।

ମେଷ: କ୍ୟାରିଅର୍‌ ଦୃଷ୍ଟିକୋଣରୁ ମେଷ ରାଶି ଜାତକଙ୍କ ପାଇଁ ୨୦୨୨ ମସିହା ବେଶ୍ ଭଲ ରହିବ। ଚାକିରିଆ ଅଧିକ ପରିଶ୍ରମ କଲେ ସଫଳତା ପାଇବେ। କଠିନ ପରିଶ୍ରମ ଓ ସକାରାତ୍ମକ ସ୍ବଭାବ ହିଁ ଉନ୍ନତି ଆଣିବ। ଏହି ସ୍ବଭାବ ହିଁ କଠିନ ପରିସ୍ଥିତିରୁ ମୁକୁଳିବାରେ ସାହାଯ୍ୟ କରିବ। ଏହା ସହ ପଦୋନ୍ନତି ଏବଂ ଦରମା ବୃଦ୍ଧି ପାଇବାର ସମ୍ଭାବନା ଅଛି। ଭବିଷ୍ୟତକୁ ନେଇ ଚିନ୍ତାରେ ରହିବେ। ଅବଶ୍ୟ ଏହି ବର୍ଷ ଏହି ରାଶିର ବ୍ୟକ୍ତିବିଶେଷଙ୍କୁ ଖୁବ୍ ପରିଶ୍ରମ କରିବାକୁ ପଡ଼ିବ।

ବୃଷ: ଚଳିତ ବର୍ଷ ବୃଷ ରାଶି ବ୍ୟକ୍ତିଙ୍କୁ ଶୁଭଫଳ ପ୍ରଦାନ କରିବ। ଘରୋଇ ଚାକିରିଆଙ୍କୁ ନୂଆ ସୁଯୋଗ ମିଳିବ। ଅଫିସ୍‌ରେ ବରିଷ୍ଠ କର୍ମଚାରୀଙ୍କ ସହଯୋଗ ମିଳିବ। ନିଜ କାମରେ ବସ୍‌ଙ୍କୁ ସନ୍ତୁଷ୍ଟ କରିବେ। ଚାକିରିେର ପଦୋନ୍ନତିର ଆଶଙ୍କା ଅଛି। ଅବଶ୍ୟ ୨୦୨୨ ମସିହାଟି ଏହି ରାଶିଧାରୀଙ୍କୁ ଜଗି ରଖି ଚଳିବାକୁ ପଡ଼ିବ। କ୍ୟାରିଅର୍‌ ଉପରେ ଦୃଷ୍ଟି ଦେଲେ ଶୁଭଫଳ ନିଶ୍ଚୟ ପ୍ରାପ୍ତି ହେବ।

ମିଥୁନ: କ୍ୟାରିଅର୍ ଦୃଷ୍ଟିରୁ ଏହି ରାଶିର ବ୍ୟକ୍ତିଙ୍କୁ ମିଶ୍ର ଫଳ ମିଳିବ। ନିଜ ଭିତରେ ସାହସ ଓ ଧୈର୍ଯ୍ୟ ବଜାୟ ରଖନ୍ତୁ। କଠିନ ପରିଶ୍ରମ ଓ ସକାରାତ୍ମକ ବ୍ୟବହାର ହିଁ ଜଟିଳ ପରିସ୍ଥିତିରୁ ମୁକୁଳିବାରେ ସାହାଯ୍ୟ କରିବ। ଚାକିରିଆଙ୍କ ଦରମା ବୃଦ୍ଧି ପାଇବ। ସେହିପରି ସମସ୍ତ ଇଚ୍ଛା ପୂରଣ ହେବା କଷ୍ଟକର। କାର୍ଯ୍ୟସ୍ଥଳରେ ଖୁବ୍ ପରିଶ୍ରମ କରିବାକୁ ପଡ଼ିପାରେ। ଚାକିରି ବଦଳାଇବା ପୂର୍ବରୁ ବୁଝିବିଚାରି ନିଷ୍ପତ୍ତି ନିଅନ୍ତୁ।

କର୍କଟ: କ୍ୟାରିଅର୍ ଦୃଷ୍ଟିରୁ ଚଳିତବର୍ଷ ବେଶ୍ ମଙ୍ଗଳଦାୟକ। ହାଇକୋର୍ଟ ତଥା ଜମିବାଡ଼ି କ୍ଷେତ୍ର ସହ ଜଡ଼ିତ ବ୍ୟକ୍ତିବିଶେଷଙ୍କୁ ବିଶେଷ ଲାଭ ମିଳିବ। ଏହା ବ୍ୟତୀତ ଖେଳକୁଦରେ ସାମିଲ ହେବେ। ଭଲ କମ୍ପାନିରେ ଉତ୍ତମ ପଦ ଓ ପାରିଶ୍ରମିକରେ ଚାକିରି କରିବାର ସୁଯୋଗ ମିଳିବ।

ସିଂହ: ଚାକିରିଆଙ୍କ ପାଇଁ ମଧ୍ୟ ଏହି ବର୍ଷ ଅତି ଉତ୍ତମ। ଅଫିସ୍ରେ ସମସ୍ତ କର୍ମଚାରୀଙ୍କ ସହ ଭଲ ସମ୍ପର୍କ ବଜାୟ ରହିବ। ଅଫିସ୍‌ରେ ସିନିଅର୍ ଆପଣଙ୍କ କାମରେ ସନ୍ତୁଷ୍ଟ ହେବେ। ଚାକିରିରେ ପଦୋନ୍ନତିର ସୁଯୋଗ ଜୁଟିବ। ଏହା ସହିତ ଦରମା ବି ବଢ଼ିବ। କାମକୁ ନେଇ ଅତ୍ୟଧିକ ଚାପରେ ନ ରହିବାକୁ ପଡ଼ିପାରେ।

କନ୍ୟା: ଶିକ୍ଷାର୍ଥୀଙ୍କ ଲାଗି ସସମ୍ୟା ଉପୁଜିପାରେ। ଛାତ୍ରଛାତ୍ରୀଙ୍କୁ ବର୍ଷ ପ୍ରାରମ୍ଭରୁ କଠିନ ପରିଶ୍ରମ କରିବାକୁ ପଡ଼ିବ। ସପ୍ଟୱେର୍ ଛାତ୍ରଛାତ୍ରୀଙ୍କୁ ନିଜ ଆଶାମୁତାବକ ଫଳ ମିଳିବାରେ ସମୟ ଲାଗିବ। ଏହା ସହ କଠିନ ପରିଶ୍ରମ କରିବା ଦ୍ବାରା ଉପଯୁକ୍ତ ଫଳ ପ୍ରାପ୍ତି ହେବ।

ତୁଳା: ଏହି ବର୍ଷ ଛାତ୍ରଛାତ୍ରୀଙ୍କ ଲାଗି ବହୁ ସୁଯୋଗ ଆଣିବ। ତେବେ ଏଥିରେ କିଛି ସମସ୍ୟା ଉପୁଜିପାରେ। ପଢ଼ାକୁ ଗମ୍ଭୀରତାର ସହ ନେବା ଦରକାର। ଉଚ୍ଚ ଶିକ୍ଷାନୁଷ୍ଠାନରେ ପଢ଼ିବା ଲାଗି ପ୍ରାକ୍ ପ୍ରସ୍ତୁତି ଜରୁରୀ। ଶିକ୍ଷା କ୍ଷେତ୍ରରେ କିଛି ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ବଡ଼ମାନଙ୍କ ସହଯୋଗ ଓ ସେମାନଙ୍କ ପରାମର୍ଶ ନିଅନ୍ତୁ। ବର୍ଷର ମଧ୍ୟଭାଗରେ କୌଣସି ପାର୍ଟ ଟାଇମ୍‌ ପାଠ୍ୟକ୍ରମରେ ନାମ ଲେଖାଇପାରନ୍ତି।

ବିଛା: ଏହି ବର୍ଷ ଖୁବ୍‌ ଚମତ୍କାର ଫଳ ମିଳିବ। ଲେଖକ, ବ୍ୟବସାୟ ତଥା ଖାଦ୍ୟ ଆଦି ଉଦ୍ୟୋଗରେ ସାମିଲ ହୋଇପାରନ୍ତି। ଏହା ବାଦ୍ ଫ୍ୟାଶନ ଡିଜାଇନିଂ, କମ୍ପ୍ୟୁଟର୍ କୋର୍ସ, ଫଟୋଗ୍ରାଫି ସେକ୍ଟରରେ କାମ କରିବାରେ ବି ସୁଯୋଗ ମିଳିପାରେ। କନ୍‌ଷ୍ଟ୍ରକସନ ବ୍ୟବସାୟ ସହିତ ଜଡ଼ିତ ବ୍ୟକ୍ତିଙ୍କୁ କିଛି ପରିବର୍ତ୍ତନର ସାମ୍ନା କରିବାକୁ ପଡ଼ିବ। ଏପ୍ରିଲ ମାସ ପୂର୍ବରୁ ମଧ୍ୟ ଉତ୍ତମ ଚାକିରି ମିଳିବାର ସମ୍ଭାବନା ଅଛି।

ଧନୁ: ଧନୁରାଶିର ଜାତକଙ୍କ ପାଇଁ ବର୍ଷଟି ମିଶ୍ରଫଳ ପ୍ରଦାନ କରିବ। ଆକାଉଣ୍ଟ, ଫାଇନାନ୍ସ, ସେଲ୍ସ ଆଦି କ୍ଷେତ୍ରରେ କାମର ସୁଯୋଗ ମିଳିବ ଓ ଜ୍ଞାନ ବଢ଼ିବ। ମିଡିଆ ତଥା କନ୍‌ଷ୍ଟ୍ରକସନ ଆଦି କ୍ଷେତ୍ରରୁ ଅପ୍ରତ୍ୟାଶିତ ଲାଭ ମିଳିବ। କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। କ୍ୟାରିଅରରେ ଅଚାନକ ବଡ଼ ସଫଳତା ମିଳିବ।

ମକର: ଏହି ବର୍ଷ କ୍ୟାରିଅର୍‌ ମନ୍ଥର ଗତି କରିବ। ବର୍ଷ ପ୍ରାରମ୍ଭରୁ ବାରମ୍ବାର ଦିଶା ପରିବର୍ତ୍ତନ କରିବା ଦ୍ବାରା କାର୍ଯ୍ୟରେ ଆଶା ପୂରଣ ହେବନାହିଁ। ଚିନ୍ତାରେ ରହିବେ। ଚାକିରିରେ ବଦଳି ହୋଇପାରେ। ଅଫିସ୍‌ରେ ସିନିଅରଙ୍କ ସହ ସୁସମ୍ପର୍କ ବଜାୟ ରହିବ। ନିଜ ଭିତରେ ସକାରାତ୍ମକ ଚିନ୍ତାଧାରା ରଖନ୍ତୁ, କାର୍ଯ୍ୟରେ ନିହାତି ସଫଳତା ପ୍ରାପ୍ତି ହେବ।

କୁମ୍ଭ: କ୍ୟାରିଅର୍ ଦୃଷ୍ଟିକୋଣରୁ ଏହି ବର୍ଷ ଅଚାନକ ବଡ଼ ସଫଳତା ମିଳିବ। ପ୍ରାରମ୍ଭିକ ମାସ ସଫଳ ସାବ୍ୟସ୍ତ ହେବ। ପ୍ରପଟି ଡିଲର୍‌ଙ୍କ କାର୍ଯ୍ୟ ଉତ୍ତମ ରହିବ। ସକାରାତ୍ମକ ସ୍ବଭାବ ହିଁ କ୍ୟାରିଅରରେ ସଫଳତା ଆଣିବ। ଅବଶ୍ୟ କ୍ୟାରିଅରକୁ ନେଇ ଚିନ୍ତାରେ ରହିପାରନ୍ତି। ଚାକିରି ଖୋଜୁଥିବା ବ୍ୟକ୍ତିଙ୍କ ପାଇଁ ଭଲ ଚାକିରି ମିଳିବ। କ୍ୟାରିଅରରେ  ଆଗକୁ ବଢ଼ିବା ଦିଗରେ ଗୁରୁଙ୍କ ସହାୟତା ମିଳିବ।

ମୀନ: କ୍ୟାରିଅରରେ  ଆଗକୁ ବଢ଼ିବେ। ଆପଣଙ୍କ ଧ୍ୟାନ କେବଳ କାମରେ ହିଁ ରହିବ। କାମ ପ୍ରତି କର୍ତ୍ତବ୍ୟନିଷ୍ଠ ରହିବେ। ବହୁ ଭଲ ସୁଯୋଗ ଆସିବ, ଯଦ୍ଦ୍ବାରା ଭବିଷ୍ୟତ ଉଜ୍ଜ୍ବଳ ହେବ। କମ୍ ପରିଶ୍ରମରେ ଭଲ ଫଳ ପ୍ରାପ୍ତି ହେବ। ଚାକିରିଆଙ୍କ ଚାକିରିରେ ପଦୋନ୍ନତି ହେବ। ଭଲ କମ୍ପାନିରୁ ଚାକିରି ସୁଯୋଗ ମିଳିବ। ସରକାରୀ ଚାକିରି ପ୍ରତି ଇଚ୍ଛୁକ ବ୍ୟକ୍ତି ବିଶେଷଙ୍କ ଲାଗି ଏହି ବର୍ଷ ଖୁବ୍ ଚମତ୍କାର ରହିବ।

Leave A Reply

Your email address will not be published.