ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସୋମବାର ରାଶିଫଳ (୦୩-୦୧-୨୦୨୨)

ମେଷ: ଯୋଜନା ଫଳପ୍ରସୂ ହେବ ।ସାଂସାରିକ ଧର୍ମାଦି କାର୍ଯ୍ୟରେ ମନ ରହିବ। ଚାକିରିରେ ନିଷ୍ଠାପର ରହିବେ। ଶିଳ୍ପ ଓ ବାଣିଜ୍ୟରେ ଲାଭାନ୍ବିତ ହେବେ ଶିକ୍ଷାର୍ଥୀ ଅଧ୍ୟୟନପ୍ରିୟ ହେବେ । ଶୁଭ ଅଙ୍କ-୨, ଶୁଭ ରଙ୍ଗ- ଧଳା |

ବୃଷ: ହେଉଥିବା କାର୍ଯ୍ୟ ବିଗିଡ଼ି ଯାଇପାରେ । ଚାକିରିରେ ଶତ୍ରବୃଦ୍ଧି ହେବେ । ମହିଳାମାନେ ହତାଦର ହେବେ । ଶିଳ୍ପ ଓ ବାଣିଜ୍ୟରେ ପ୍ରତିବନ୍ଧକ ରହିବ। ଶିକ୍ଷାର୍ଥୀ ହତୋତ୍ସାହ ରହିବେ । ଶୁଭ ଅଙ୍କ-୬, ଶୁଭ ରଙ୍ଗ- ସିଲଭର୍ ।

ମିଥୁନ: କର୍ମକ୍ଷେତ୍ରରେ ସହଯୋଗ ପାଇବେ। ପ୍ରଶାସନିକ ସୁନାମ ପାଇବେ। ଚାକିରିରେ ପ୍ରଶଂସା ପାଇବେ। ପରିବହନ ଓ ବାଣିଜ୍ୟରେ ଶୁଭଫଳ ମିଳିବ। ଶିକ୍ଷାର୍ଥୀ ଉତ୍ତୀର୍ଣ୍ଣ ହେବେ । ଶୁଭ ଅଙ୍କ-୫, ଶୁଭ ରଙ୍ଗ- ସବୁଜ |

କର୍କଟ: ଦୁଃସାହସିକ ପଦକ୍ଷେପ ନେଇ ସଫଳ ହେବେ। ଚାକିରିରେ ଦାୟିତ୍ବବୋଧ ରହିବ । ରାଜନୀତିରେ ସକ୍ରିୟ ରହିବେ । ବାଣିଜ୍ୟରେ ଲାଭାନ୍ବିତ ହବେ । ଶିକ୍ଷାର୍ଥୀ ବ୍ୟସ୍ତରେ ରହିବେ । ଶୁଭ ଅଙ୍ଗ-୩, ଶୁଭ ରଙ୍ଗ-କ୍ରିମ୍ ।

ଏଥିସହିତ ପଢ଼ନ୍ତୁ

ସିଂହ: କର୍ମକ୍ଷେତ୍ରରେ ସମ୍ମାନିତ ହେବେ । ଚାକିରିରେ ସହକର୍ମୀଙ୍କ ସହଯୋଗ ପାଇବେ । ରାଜନୀତିରେ ଜନସେବାରେ ବ୍ରତୀ ହେବେ। ବାଣିଜ୍ୟରେ ଭଲ ଆୟ ହବ । ଶୁଭ ଅଙ୍କ-୧, ଶୁଭ ରଙ୍ଗ- ପିଙ୍କ୍।

କନ୍ୟା: ପ୍ରତିଟି କାର୍ଯ୍ୟରେ ବାଧା ରହିବ। ଚାକିରିରେ କାର୍ଯ୍ୟବହୁଳ ରହିବ । ରାଜନୀତିରେ ସମସ୍ୟା ରହିବ । ପରିବହନ ଓ ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ । ଶିକ୍ଷାର୍ଥୀ ଅନ୍ୟମନସ୍କ ରହିବେ । ଶୁଭ ଅଙ୍କ-୬, ଶୁଭ ରଙ୍ଗ- ସିଲଭର୍।

ତୁଳା: ବ୍ୟସ୍ତବିବ୍ରତ ଭିତରେ କାର୍ଯ୍ୟ ତୁଲାଇବେ । ସାଂସାରିକ ସମ୍ମାନ ପ୍ରାପ୍ତି ହେବ | ରାଜନୀତିରେ ଲୋକପ୍ରିୟତା ବୃଦ୍ଧି ପାଇବ । ବାଣିଜ୍ୟରେ ଲାଭ ମିଳିବ । ଶିକ୍ଷାର୍ଥୀ ସଫଳ ହେବେ | ଶୁଭ ଅଙ୍କ- ୮, ଶୁଭ ରଙ୍ଗ- ନୀଳ ।

ବିଛା: ଆର୍ଥିକ ସ୍ତରରେ ପରିବର୍ତ୍ତନ ଆସିବ । ମହିଳାମାନେ କର୍ମତତ୍ପର ରହିବେ । ରାଜନୀତିରେ ଲୋକସମ୍ପର୍କ ବଢ଼ିବ। ବାଣିଜ୍ୟ ଲାଭଜନକ ରହିବ। ଶିକ୍ଷାର୍ଥୀ ଦୃଢ଼ମନା ହେବେ । ଶୁଭ ଅଙ୍କ- ୭, ଶୁଭ ରଙ୍ଗ- କପି |

ଧନୁ: ଦିନଟି ହଷୋଲ୍ଲାସରେ କଟିବ। ଚାକିରିରେ ଧନସମ୍ମାନ ପ୍ରାପ୍ତି ହେବ। ମହିଳାମାନେ ସୁଖୀ ହେବେ । ପରିବହନ ଓ ବାଣିଜ୍ୟରେ ଲାଭ ମିଳିବ । ଶିକ୍ଷାର୍ଥୀ ପ୍ରସନ୍ନ ରହିବେ । ଶୁଭ ଅଙ୍କ-୩, ଶୁଭ ରଙ୍ଗ- ହଳଦିଆ ।

ମକର: ବ୍ୟୟ ବହୁଳତା ଓ ମନସ୍ତାପରେ ରହିବେ । ପଡ଼ୋଶୀଙ୍କ ସହ ମନାନ୍ତର ହୋଇପାରେ । ଚାକିରିରେ ଅବହେଳା ରହିପାରେ । ବାଣିଜ୍ୟରେ ମାନ୍ଦା ରହିବ। ଶିକ୍ଷାର୍ଥୀ ଅସ୍ଥିର ରହିବେ । ଶୁଭ ଅଙ୍କ- ୬, ଶୁଭ ରଙ୍ଗ- ସିଲଭର୍।

କୁମ୍ଭ: ଦିନଟି ସୁଖ ସମୃଦ୍ଧି ପ୍ରାପ୍ତି ହେବ । ରାଜନୀତିରେ ବେଶ୍‌ ସକ୍ରିୟ ରହିବେ । ମହିଳାମାନେ ଆତ୍ମନିର୍ଭରଶୀଳ ହେବେ। ବାଣିଜ୍ୟରେ ଉତ୍ତମ ଆୟ ହେବ। ଶୁଭ ଅଙ୍କ- ୪, ଶୁଭ ରଙ୍ଗ- ମେଟାଲିକ୍

ମୀନ: କାର୍ଯ୍ୟସିଦ୍ଧି ସହ ସୁଖ ସମ୍ମାନ ପ୍ରାପ୍ତି ହେବ । ମହିଳାମାନେ ଆଦରଣୀୟା ହେବେ । ରାଜନୀତିରେ ନେତୃତ୍ବ ବୃଦ୍ଧି ପାଇବ। ବାଣିଜ୍ୟ ଓ ଶିକ୍ଷା କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ । ଶୁଭ ଅଙ୍କ- ୨, ଶୁଭ ରଙ୍ଗ- ଧଳା।

Leave A Reply

Your email address will not be published.