ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜଙ୍ଗଲରୁ ମିଳିଲା ଗତ ଗୁରୁବାରରୁ ନିଖୋଜ ଝିଅର ଉଲଗ୍ନ ମୃତଦେହ, ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

କୋରାପୁଟ : କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଚାଲାନଗୁଡା ଜଙ୍ଗଲରୁ ଉଲଗ୍ନ ଅବସ୍ଥାରେ ଗଳିତ ଶବ ଉଦ୍ଧାର ହୋଇଛି । ସୂଚନା ଅନୁଯାୟୀ ଚିଲିଗୁଡା ଗ୍ରାମର ସୁଭଦ୍ରା ଅମନାଟ୍ୟ ବୟସ ୧୮ ବର୍ଷ ଗତ ଗୁରୁବାର ଦିନ ଠାରୁ ନିଖୋଜ ରହିଥିବା ବେଳେ ଆଜି ଚଲାନ ଗୁଡା କାଜୁ ମିଲ ପଛପଟ ଜଙ୍ଗଲରୁ କ୍ଷତ ବିକ୍ଷତ ଉଲଗ୍ନ ଅବସ୍ଥାରେ ମୃତ ଶରୀରକୁ ଠାବ କରିଥିଲେ କିଛି କାଠ ଗୋଟାଳି। ଆଜି ସକାଳୁ କିଛି କାଠ ସଂଗ୍ରହ କରିବାକୁ ଆସିଥିବା ଲୋକେ ସୁଭଦ୍ରାଙ୍କ ମୋବାଇଲ ଜଙ୍ଗଲ ମଧ୍ୟରେ ପଡିଥିବା ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ।

ପରେ ଝିଅର ସମ୍ପର୍କୀୟ ବୋରିଗୁମ୍ମା ଥାନାକୁ ଖବର ଦେଇଥିଲେ।ବୋରିଗୁମ୍ମା ଥାନା ଅଧିକାରୀ ଖିରେଶ୍ଵର ସାହୁ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲେ।ଫୋରେନସିକ ଟିମ ମଧ୍ୟ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି।ସେପଟେ ପରିବାର ଲୋକେ ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି। ଝିଅର ମାଆ ଏବଂ ବାପା ସେମିଳିଗୁଡା ଅଞ୍ଚଳରେ ଇଟା ଭାଟିରେ କାମ କରୁଥିଲେ ଆଜି ଝିଅର ମୃତ୍ୟୁ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଛନ୍ତି।ଫୋରେନସିକ ଟିମ ତଦନ୍ତ ଆରମ୍ଭ କରିଛନ୍ତି। ସେପଟେ ଶବ ବ୍ୟବଚ୍ଛେଦ ପରେ ଘଟଣା ସାମ୍ନାକୁ ଆସିବ ବୋଲି SDPO ହରେକୃଷ୍ଣ ମାଝୀ କହିଛନ୍ତି।

Leave A Reply

Your email address will not be published.