ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଡ଼ିଟିପି ସେଣ୍ଟରରେ କାମ କରୁଥିବା ଯୁବତୀଙ୍କୁ ବ୍ଲାକମେଲିଂ କରି ୧୨ ବର୍ଷ ହେଲା ଦୁଷ୍କର୍ମ କରୁଥିଲେ ମାଲିକ, ଯୁବତୀ ମୁହଁ ଖୋଲିବାପରେ ମାଲିକ ଫେରାର

କେନ୍ଦ୍ରାପଡା : କମ୍ପ୍ୟୁଟର ଡ଼ିଟିପି ସେଣ୍ଟର ମାଲିକଙ୍କ ନାମରେ ସାଙ୍ଘାତିକ ଅଭିଯୋଗ ଆଣିଲେ ସେଠାରେ କାର୍ଯ୍ୟ କରୁଥିବା ଜଣେ ଯୁବତୀ । ଗତ ୧୨ ବର୍ଷ ତଳେ ଯୁବତୀ ଜଣଙ୍କ ଚାନ୍ଦୋଳ ସ୍ଥିତ ଡ଼ିଟିପି ସେଣ୍ଟରରେ ଫିଡ଼ସ ମାରିବାରୁ ଅଚେତ ହୋଇଯାଇଥିଲେ । ଏହି ସମୟରେ ମାଲିକ ଜଣଙ୍କ ଯୁବତୀଙ୍କ ସହ ଦୁଷ୍କର୍ମ କରିବା ସହ ତାଙ୍କର ଅଶ୍ଲୀଳ ଭିଡ଼ିଓ ଫଟୋ ନେଇଥିଲେ । ଯୁବତୀ ଜଣଙ୍କର ହୋସ ଆସିବା ପରେ ଏସବୁ ଜାଣି ମାଲିକଙ୍କୁ ପଚାରିବାରୁ ତାଙ୍କର ଅଶ୍ଲୀଳ ଭିଡ଼ିଓ ଦେଖାଇ ତାଙ୍କୁ ଚୁପ କରି ଦେଇଥିଲେ ।

ଏହିଭଳି ଏକ ସମ୍ବେଦନଶୀଳ ଘଟଣା କେନ୍ଦ୍ରାପଡା ସଦର ଥାନା ଅଧିନ ଚାନ୍ଦୋଳ ବଜାରରେ ଦେଖିବାକୁ ମିଳିଛି । ଏହାପରେ ନିୟମିତଭାବେ ଅଭିଯୁକ୍ତ ଜଣଙ୍କ ଯୁବତୀଙ୍କୁ ଅଶ୍ଲୀଳ ଭିଡ଼ିଓ ଦେଖାଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ । ଶାରୀରିକ ସମ୍ପର୍କ ନରଖିଲେ ସେହି ଭିଡ଼ିଓ ଆଉ ଫଟୋ ସବୁ ସୋସିଆଲ ମିଡିଆରେ ଭାଇରାଲ କରିଦେବାର ଧମକ ଦେଇଥିଲେ । ଏହାଛଡା ଯଦି ଆଇନର ଆଶ୍ରୟ ନିଆଯାଏ ତେବେ ଯୁବତୀଙ୍କୁ ଏସିଡ ପକାଇ ଜୀବନରୁ ମାରିଦେବାର ଧମକ ମିଳିଥିଲା । ଏହିଭଳି ଧମକ ଦେଇ ଆଜକୁ ୧୨ ବର୍ଷ ହେଲା ଯୁବତୀଙ୍କୁ ଶାରୀରିକ ଆଉ ମାନସିକ ନିର୍ୟାତନା ଦେଇ ଆସୁଥିଲେ । ଏମିତିକି ଧମକ ଦେଇ ତାଙ୍କ ଆକାଉଣ୍ଟରୁ ୫୦ ହଜାର ଟଙ୍କା ଜୋର ଜବରଦସ୍ତ ନେଇଯାଇଥିଲେ ।

ଏହାର ପ୍ରତିବାଦ କରିବାରୁ ଯୁବତୀଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିଲା । ଗତ ୧୨ ବର୍ଷ ହେଲା ଯେତେବେଳେ ମନ ହେଲା ଅଭିଯୁକ୍ତ ଜଣଙ୍କ ଦୁଷ୍କର୍ମ କରିଆସିଛି । ଏହାପରେ ଯୁବତୀ ଅଭିଯୁକ୍ତର ପଞ୍ଝାରୁ ଖସିବାକୁ ବିବାହ କରି ଅନ୍ୟତ୍ର ପଳାଇବାକୁ ଚେଷ୍ଟା କରିଥିଲେ । ହେଲେ ଯୁବତୀଙ୍କ ବିବାହ ପ୍ରସ୍ତାବ ଆସିବା ଜାଣି ଗତ ମାସ ୨୯ ତାରିଖରେ ଅନୁଆପଡା ରାସ୍ତାରେ ଯାଉଥିବା ବେଳେ ବିଚ ରାସ୍ତାରେ ତାଙ୍କୁ ଘୋଷାଡ଼ି ମାଡ଼ ମାରି ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ । ରକ୍ତାତ ଅବସ୍ଥାରେ ଯୁବତୀ ଜଣଙ୍କ ଜୋରରେ ପାଟି କରିବାରୁ ସ୍ଥାନୀୟ ଲୋକେ ସେଠାରେ ରୁଣ୍ଡ ହେବାରୁ ଅଭିଯୁକ୍ତ ଫେରାର ହୋଇଗଲା । ଆଉ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ପରେ ଗତ ୧୨ ବର୍ଷର ନିର୍ୟାତନା କାହାଣୀ କହିଥିଲେ । ଏନେଇ ଯୁବତୀ ଜଣଙ୍କ ସଦର ଥାନାରେ ଲିଖିତ ଅଭିଯୋଗ କରିବା ପରେ ଦୁଷ୍କର୍ମ, ଠକେଇ ଜୀବନରୁ ମାରିଦେବା ଭଳି ସଙ୍ଗୀନ ଦଫା ଦେଇ ଡ଼ିଟିପି ସେଣ୍ଟର ମାଲିକ ପ୍ରଣବ କିଶୋର ବରାଳଙ୍କ ବିରୋଧରେ ୫୪୯/୨୧ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ । ଥାନାରେ ମାମଲା ରୁଜୁ ହେବା ପରେ ଅଭିଯୁକ୍ତ ପ୍ରଣବ ଫେରାର ହୋଇଯାଇଛି ।

Leave A Reply

Your email address will not be published.