ବିଦ୍ୟୁତ ଆଘାତରେ ଗୋଟିଏ ପରିବାରର ୩ ମୃତ, ବଞ୍ଚାଇବାକୁ ଯାଇ ପଡୋଶୀ ବି ଗୁରୁତର

ଜଗତସିଂହପୁର: ବିଦ୍ୟୁତ୍ ଆଘାତରେ ଚାଲିଗଲା ପରିବାରର ତିନି ତନିଟି ଜୀବନ। ଇଲେକ୍ଟ୍ରସର୍ଟ ସର୍କିଟ ଯୋଗୁଁ ବାପା, ମାଆ ଓ ଝିଅଙ୍କ ମୃତ୍ୟୁ ହୋଇଛି। ଜଗତସିଂହପୁର ଜିଲ୍ଲା ରାହାମା ବଣିତୋ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ତିନି ଜଣଙ୍କୁ ଉଦ୍ଧାର କରିବାକୁ ଯାଇ ପଡୋଶୀ ଆହତ ହୋଇଥିବା ସୂଚନା ମିଳିଛି । ଆହତ ଅବସ୍ଥାରେ ପଡୋଶୀଙ୍କୁ ମଣିଜଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନାଅନୁସାରେ ଅପରାହ୍ନରେ ତିର୍ତ୍ତୋଲ ଥାନା ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା। ଚାଳ ଛପର ଘରେ ପିଣ୍ଟୁ ସ୍ୱାଇଁ ସ୍ତ୍ରୀ ଏବଂ ଝିଅକୁ ସହିତ ଘରେ ଥିବା ସମୟରେ କୌଣସି କାରଣରୁ ବିଦ୍ୟୁତ୍ ଆଘାତ ଲାଗିଥିଲା। ବାପା-ମାଆଙ୍କ ଚିତ୍କାର ଶୁଣି ଘରେ ଥିବା ଝିଅ ପାପାଲି ଆସିଥିଲେ। ମାତ୍ର ସେ ମଧ୍ୟ ବର୍ତ୍ତି ପାରିନଥିଲେ। ବାପା-ମାଆ ଓ ଝିଅ ତିନି ଜଣ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ। ସେମାନଙ୍କ ଚିତ୍କାର ଶୁଣି ପଡୋଶୀ କୁମରବର ସ୍ୱାଇଁ ଆସିଥିଲେ। ସେ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ।
ପଡୋଶୀମାନେ ବିଦ୍ୟୁତ ସରବରାହ କାଟି ସମସ୍ତଙ୍କୁ ଉଦ୍ଧାର କରିଥିଲେ। ସେତେବେଳକୁ ପିଣ୍ଟୁ, କାମିନୀ ଓ ପାପାଲିଙ୍କ ମୃତ୍ୟୁ ଘଟିଥିଲା। ତେବେ କୁମରବର ସ୍ୱାଇଁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଥିଲା। ତାଙ୍କୁ ପ୍ରଥମେ ସ୍ଥାନୀୟ ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଏବେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି। ତେବେ ସେହି ସମୟରେ ଘରେ ପୁଅ ନଥିବାରୁ ତାଙ୍କ ଜୀବନ ବର୍ତ୍ତି ଯାଇଛି।