ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ହ୍ଵାଟସଆପ୍ ନମ୍ବର ଜାରି କଲେ କେଜ୍ରିୱାଲଙ୍କ ପତ୍ନୀ ସୁନୀତା, ଆଜିଠୁ ଆରମ୍ଭ ହେଲା ଆଶୀର୍ବାଦ ଅଭିଯାନ

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେଲା କେଜ୍ରିୱାଲଙ୍କୁ ଆଶୀର୍ବାଦ ଅଭିଯାନ। କେଜ୍ରିୱାଲଙ୍କ ପତ୍ନୀ ସୁନୀତା ଜାରି କରିଛନ୍ତି ହ୍ଵାଟସଆପ୍ ନମ୍ବର। ବର୍ତ୍ତମାନ ମଦ ଅବନୀତି ମାମଲାରେ ଇଡି ରିମାଣ୍ଡରେ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଏହା ମଧ୍ୟରେ ତାଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ପୁଣି ଥରେ ଦିଲ୍ଲୀବାସୀଙ୍କୁ ସମ୍ବୋଧିତ କରିଛନ୍ତି । ସେ ଲୋକଙ୍କ ସନ୍ଦେଶ କେଜ୍ରିୱାଲଙ୍କ ପାଖକୁ ପହଞ୍ଚାଇବା ପାଇଁ ଏକ ହ୍ଵାଟସଆପ୍ ନମ୍ବର ଜାରି କରିଛନ୍ତି।

ସମ୍ବୋଧନ କରି ସୁନୀତା କେଜ୍ରିୱାଲ କହିଛନ୍ତି ଯେ, କୋର୍ଟରେ କେଜ୍ରିୱାଲ ଯାହା କହିଛନ୍ତି ତାହା କୋର୍ଟ ସମ୍ମୁଖରେ କହିବା ପାଇଁ ବହୁତ ସାହସ ଦରକାର। ଗତ ୩୦ ବର୍ଷ ଧରି ମୁଁ ତାଙ୍କ ସହିତ ଅଛି। ଦେଶଭକ୍ତି ତାଙ୍କ ରକ୍ତରେ ଅଛି। ଆଜି ସାମ୍ବାଦିକ ସମ୍ମିଳନୀ କରି ସୁନୀତା ଏହି ସୂଚନା ଦେଇଛନ୍ତି।

Leave A Reply

Your email address will not be published.