ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

‘ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ କନିକା ରାଜାଙ୍କ ଅବଦାନ ଅତୁଳନୀୟ’

ଭୁବନେଶ୍ବର : ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ କନିକା ରାଜା ସାର୍‍ ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓଙ୍କ ଅବଦାନ ଅତୁଳନୀୟ । ଉତ୍କଳ ସମ୍ମିଳନୀରେ ମୁଖ୍ୟକର୍ତ୍ତା ଭାବେ ତାଙ୍କ ସହଯୋଗ ରହିଥିଲା । କନିକା କୋଠି ହିଁ ଥିଲା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ତୁଡ଼ିଶାଳ । ଇଂରେଜ ମାନଙ୍କ ସହିତ ଯୋଗସୂତ୍ର ରକ୍ଷା କରି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ କନିକା ରାଜା ପଥ ପରିଷ୍କାର କରିପାରିଥିଲେ । ଉତ୍କଳ ଗୌରବ ମଧୁସୂଦନ ଦାସ ଏବଂ ପଣ୍ଡିତ୍‍ ଗୋପବନ୍ଧୁ ଦାସଙ୍କ ସ୍ୱପ୍ନର ଓଡ଼ିଶା ଗଠନ ନିମିତ୍ତ ତାଙ୍କର ରହିଥିଲା ଅନେକ ପ୍ରଚେଷ୍ଠା । ହେଲେ ଆଜି ଓଡ଼ିଶା ଦିବସରେ ତାଙ୍କୁ ଆମେ ଭୁଲିଯାଉଛୁ । ତାଙ୍କ ଅବଦାନ ଅତୁଳନୀୟ ବୋଲି ରାଜକନିକା ଶୈଳେନ୍ଦ୍ର ନାରାୟଣ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସମାରୋହରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।

ସୁଧା ସାହିତ୍ୟ ପତ୍ରିକାର ସଂପାଦକ ହରେକୃଷ୍ଣ ବାରିକ୍‌ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହକୁ ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ସୁରେଖା ରାଉତ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିଥିଲେ । ମୁଖ୍ୟ ଅତିଥିଭାବେ ଗବେଷକ ତଥା ଐତିହାସକ ଲେଖକ ପ୍ରଫେସର ଶାନ୍ତନୁ କୁମାର ମହାନ୍ତି, ମୁଖ୍ୟବକ୍ତାଭାବେ ସାହିତ୍ୟିକ ପ୍ରଫୁଲ୍ଲ କୁମାର ଦାସ, ସମ୍ମାନିତ ଅତିଥି ଭାବେ କବି ମଙ୍ଗୁଳି ଚରଣ ବେହେରା, ଶିକ୍ଷକ ପ୍ରସନ୍ନ କୁମାର ଧଳ, ମୁଖ୍ୟଲିପିକ ଲକ୍ଷ୍ମଣ କୁମାର ସାହୁ ପ୍ରମୁଖ ଯୋଗଦେଇ କନିକାରାଜାଙ୍କ ଅବଦାନ ସଂପର୍କରେ ଆଲୋକପାତ୍‍ କରିବା ସହିତ ତାଙ୍କ ସ୍ମୃତିରକ୍ଷା କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବାକୁ ଦାବି କରିଥିଲେ ।

ଲେଖକ ଏବଂ ବରିଷ୍ଠ ସାମ୍ବାଦିକ ଶୁଭ୍ରାଂଶୁ ସୂତାର ସ୍ୱାଗତ ଭାଷଣ ପ୍ରଦାନ କରି କନିକାର ସ୍ୱାଭିମାନ ରକ୍ଷା କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହା ସହିତ ତାଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ସହିତ ସରକାରୀ ଭାବେ ତାଙ୍କ ସ୍କୃତି ରକ୍ଷା ପାଇଁ ସରକାର ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଥିଲେ । ଏହି ଅବସରରେ ମହାବିଦ୍ୟାଳୟର ଛାତ୍ରୀ ସ୍ନେହଲତା ଦାସ ଏବଂ କ୍ଷୀରାବଧି ତନୟା ପଣ୍ଡାଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ପ୍ରାରମ୍ଭରେ ପଣ୍ଡିତ୍‍ ଗୋପବନ୍ଧୁ ଦାଶ, ଉତ୍କଳଗୌରବ ମଧୂସୁଦନ ଦାସ ଏବଂ କନିକାରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓଙ୍କ ଫଟୋଚିତ୍ରରେ ଅତିଥିମାନେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ଜଣାଇଥିଲେ ।

Leave A Reply

Your email address will not be published.