ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଝାରସୁଗୁଡ଼ା ଉପ-ନିର୍ବାଚନ ତାରିଖ ଘୋଷଣା: ମେ’୧୦ରେ ମତଦାନ, ୧୩ରେ ଭୋଟ ଗଣତି

ନୂଆଦିଲ୍ଲୀ : ଝାରସୁଗୁଡା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ଭାରତୀୟ ନିର୍ବାଚନ ଆୟୋଗ ଆଜି ଉପନିର୍ବାଚନ ନେଇ ତାରିଖ ଘୋଷଣା କରିଛନ୍ତି। ଆସନ୍ତା ମେ’ ୧୦ ତାରିଖରେ ଝାରସୁଗୁଡାରେ ଉପ-ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ କରାଯିବ ଏବଂ ମେ’ ୧୩ରେ ଫଳାଫଳ ପ୍ରକାଶ ପାଇବ। ଏନେଇ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର।

ଭାରତୀୟ ନିର୍ବାଚନ ଆୟୋଗଙ୍କ ଘୋଷଣା ଅନୁସାରେ ଏପ୍ରିଲ ୧୩ ତାରିଖରେ ଝାରସୁଗୁଡା ଉପନିର୍ବାଚନ ନେଇ ବିଦ୍ଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ଏଥି ସହିତ ଏହି ଦିନରୁ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ କରାଯିବ। ୨୦ ଏପ୍ରିଲ ପ୍ରାର୍ଥୀପତ୍ର ଦାଖଲ କରିବାର ଶେଷ ଦିନ ରହିଛି। ଏହାପରେ ୨୪ ଏପ୍ରିଲ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ଦିନ ରହିଛି। ଏହାପରେ ମେ’ ୧୦ ତାରିଖରେ ଭୋଟ ଗ୍ରହଣ କରାଯିବାକୁ ଥିବା ବେଳେ ମେ’ ୧୩ରେ ଫଳାଫଳ ପ୍ରକାଶ ପାଇବ।

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦେହାନ୍ତ ପରେ ଝାରସୁଗୁଡାରେ ଉପ-ନିର୍ବାଚନ ହେବ । ନବଙ୍କ ଦେହାନ୍ତ ପରେ ଝାରସୁଗୁଡା ଆସନ ଫାଙ୍କା ପଡିଛି । ଏହି ଆସନଟି ଖାଲି ହେବା ନେଇ ବିଧାନସଭା ପକ୍ଷରୁ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ)ଙ୍କୁ ବିଧିବଦ୍ଧଭାବେ ଅବଗତ କରାଯିବା ପରେ ଆୟୋଗଙ୍କ ପକ୍ଷରୁ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ସାଧାରଣ ନିର୍ବାଚନକୁ ଆଉ ମାସ କେଇଟା ବାକି ଥିବା ବେଳେ ଝାରସୁଗୁଡା ଉପ-ନିର୍ବାଚନ ସବୁ ଦଳ ପାଇଁ ଅଗ୍ନିପରୀକ୍ଷା ହେବାକୁ ଯାଉଥିବା ବେଳେ ଶାସକ ବିଜେଡି ବଡ଼ ବ୍ୟବଧ୍ୟାନରେ ଜିତିବ ବୋଲି ବିଜେଡି ନେତା ଭୁପିନ୍ଦର ସିଂ କହିଛନ୍ତି। ପୂର୍ବ ୨୦୧୯ ନିର୍ବାଚନରେ ବିଜେଡିର ଟାଣୁଆ ନେତା ଦୃଢ ସଙ୍ଗଠନ ସ୍ବର୍ଗତ ନବ କିଶୋର ଦାସ ବଡ଼ ବିଜୟ ହାସଲ କରିଥିଲେ। ତାଙ୍କ ଅବର୍ତ୍ତମାନରେ ହେଉଥିବା ଉପନିର୍ବାଚନରେ ଝାରସୁଗୁଡା ବାସୀ ପୁଣିଥରେ ବିଜେଡିକୁ ହିଁ ବିଜୟ ଦେବେ ବୋଲି ବିଜେଡି ନେତା କହିଛନ୍ତି।

ସୂଚନା ମୁତାବକ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ୧ଲକ୍ଷ ୯୭ହଜାରରୁ ଅଧିକ ଭୋଟର ରହିଛନ୍ତି । ଏଥିରେ ଝାରସୁଗୁଡ଼ା, କିରିମିରା, ଲଇକେରା, କୋଲାବିରା ବ୍ଲକ ରହିଛି। ୨୦୦୯ରୁ ସ୍ୱର୍ଗତ ନବକିଶୋର ଦାସ ଝାରସୁଗୁଡ଼ାରୁ ନିର୍ବାଚିତ ହୋଇଥିଲେ। ଦୁଇଥର କଂଗ୍ରେସ ଓ ଥରେ ବିଜେଡି ଟିକେଟରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୯ ନିର୍ବାଚନରେ ସ୍ୱର୍ଗତ ନବ କିଶୋର ଦାସ ୯୮ ହାଜରରୁ ଅଧିକ ଭୋଟ ପାଇଥିଲେ । ଏହା ସହ ବିଜେପି ପ୍ରାର୍ଥୀ ଦୀନେଶ କୁମାର ଜୈନଙ୍କୁ ୪୫ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଥିଲେ ନବକିଶୋର ଦାସ।

Leave A Reply

Your email address will not be published.