ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନଜ କର୍ମଚାରୀଙ୍କୁ ମାଗଣାରେ ଟିକା ଦେବେ ଏହି ଦୁଇ କମ୍ପାନୀ

ନୂଆଦିଲ୍ଲୀ : ସୂଚନା ପ୍ରଯୁକ୍ତି ଉଦ୍ୟୋଗ ଇନଫୋସିସ୍ ଲିମିଟେଡ ଓ କନସଲଟାଣ୍ଟ ଆଉଟ ସୋର୍ସିଂ କମ୍ପାନୀ ଆସେଞ୍ଚର ଘୋଷଣା କରିଛନ୍ତି କି ଭାରତରେ ଥିବା ସେମାନଙ୍କ କର୍ମଚାରୀଙ୍କ କୋଭିଡ-୧୯ ଟିକା ଖର୍ଚ୍ଚ କମ୍ପାନୀ ତରଫରୁ ବହନ କରାଯିବ । ଭାରତରେ ଟୀକାକରଣ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ ସୋମବାର ଠାରୁ ଆରମ୍ଭ ହୋଇଛି ଯେଉଁଥିରେ ୬୦ ବର୍ଷରୁ ଅଧିକ ବୟସ୍କ ଏବଂ ବିଭିନ୍ନ ରୋଗରେ ପିଡିତ ୪୫ ବର୍ଷରୁ ଅଧିକ ଲୋକଙ୍କୁ ଟିକାକରଣ କରାଯାଉଛି। ସରକାରୀ ଡାକ୍ତରଖାନାଗୁଡ଼ିକରେ ଟିକାକରଣ ମାଗଣା ଥିବାବେଳେ ଘରୋଇ ଡାକ୍ତରଖାନାଗୁଡ଼ିକ ଡୋଜ ପିଛା ୨୫୦ରୁ ଅଧିକ ଟଙ୍କା ରହିଛି।

ରଏଟର୍ସ ରିପୋର୍ଟ ଅନୁଯାୟୀ, ଏହି କମ୍ପାନୀ ଗୁଡିକ କର୍ମଚାରୀ ଏବଂ ସେମାନଙ୍କ ପରିବାରକୁ ଟିକାକରଣ ପାଇଁ ଇନଫୋସିସ୍ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କ ସହ ଆଲୋଚନା କରୁଛନ୍ତି। ଏଭଳି ସୂଚନା ଦେଇଛନ୍ତି ଇନଫୋସିସର ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ ପ୍ରବୀଣ ରାଓ। ଇନଫୋସିସ୍‌ରେ ପ୍ରାୟ ୨ଲକ୍ଷ ୪୨ହଜାର କର୍ମଚାରୀ ଅଛନ୍ତି। ଏହା ସହିତ ଆଉଟସୋର୍ସିଂ ସେବା ପ୍ରଦାନକାରୀ କମ୍ପାନୀ ଆସେନଚୁଏର ଏହାର କମ୍ପାନୀଙ୍କ ଟିକା ଖର୍ଚ୍ଚ ବହନ କରିବାକୁ କହିଛି। ଆସେନଚୁଏର ଭାରତରେ ଦେଢ ଲକ୍ଷ କର୍ମଚାରୀ ଅଛନ୍ତି। ଦେଶର ଅନ୍ୟାନ୍ୟ କେତେକ କମ୍ପାନୀ ଯଥା ମହିନ୍ଦ୍ରା ଗ୍ରୁପ୍‌, ଆଇଟିସି ଲିମିଟେଡ ଆଦି ନିଜ କର୍ମଚାରୀଙ୍କ ଟିକା ଖର୍ଚ୍ଚ ବହନ କରିବାକୁ ବିଚାର କରୁଛନ୍ତି।

Leave A Reply

Your email address will not be published.