ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସିଲ୍ ହେଲା ବରମୁଣ୍ଡା ଏଚପି ପେଟ୍ରୋଲ ପମ୍ପ

ଭୁବନେଶ୍ୱର: ଗୁରୁବାର ଭୁବନେଶ୍ୱର ବରମୁଣ୍ଡା ଏଚପି ପେଟ୍ରୋଲ ପମ୍ପ ସିଲ୍‌ ହୋଇଛି। ପେଟ୍ରୋଲ ଓ ଡିଜେଲରେ ପାଣି ମିଶା ଯାଉଥିବା ଅଭିଯୋଗ ହେବା ପରେ ଆଜି ଉକ୍ତ ପେଟ୍ରୋଲ ପମ୍ପଙ୍କୁ ସିଲ୍ କରିଛି ଖଣ୍ଡଗିରି ପୁଲିସ‌। ଗତକାଲି ଏହି ପେଟ୍ରୋଲ ପମ୍ପରେ ଅପମିଶ୍ରିତ ପେଟ୍ରୋଲ ଦିଆଯାଉଥିବା ନେଇ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ଖବର ପ୍ରସାରଣ ପରେ ଫୋରେନ୍ସିକ ଲାବୋରୋଟୋରିର ସାଇଣ୍ଟିଫିକ ଟିମ୍ ଓ ଏଚପି କମ୍ପାନୀ ସାଇଣ୍ଟିଫିକ୍ ଟିମ୍ ଆସି ନମୁନା ସଂଗ୍ରହ କରିଛି । ଯଦି ଅପମିଶ୍ରଣ କରାଯାଉଥିବାର ପ୍ରମାଣ ମିଳେ, ତେବେ ଲାଇସେନ୍ସ ରଦ୍ଦ ହେବ ବୋଲି ଏଚପି ଏରିଆ ଇନଚାର୍ଜ ଶୁଭବ୍ରତ ଖାନ କହିଛନ୍ତି ।

Leave A Reply

Your email address will not be published.