ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭାରତୀୟ ବାୟୁସେନାର ପ୍ରଶିକ୍ଷଣ ବିମାନ ଦୁର୍ଘଟଣାଗସ୍ତ, ପାଇଲଟ ସୁରକ୍ଷିତ

କର୍ଣ୍ଣାଟକ: ଭାରତୀୟ ବାୟୁସେନାର ପ୍ରଶିକ୍ଷଣ ବିମାନ ଦୁର୍ଘଟଣାଗସ୍ତ । ଅଳ୍ପକେ ବର୍ତ୍ତିଲେ ବିମାନର ଦୁଇ ପାଇଲଟ । କର୍ଣ୍ଣାଟକର ଚାମରାଜନଗର ଠାରେ ଦୁର୍ଘଟଣାର ଶିକାର ହୋଇଛି ଭାରତୀୟ ବାୟୁସେନାର ଏହି ପ୍ରଶିକ୍ଷଣ ବିମାନ। ଦୁର୍ଘଟଣା ପରେ ଦୁଇ ପାଇଲଟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇପାରିଛି । ପାରାଚ୍ୟୁଟ ଯୋଗେ ଦୁଇ ପାଇଲଟ ସୁରକ୍ଷିତ ଲ୍ୟାଣ୍ଡ କରିଥିବା ବେଳେ କେହି ମୃତାହତ ହୋଇ ନଥିବା ଜଣାପଡ଼ିଛି । ଏନେଇ ଭାରତୀୟ ବାୟୁସେନା ପକ୍ଷରୁ ସୋସିଆଲ ମିଡିଆରେ ସୂଚନା ଦିଆଯାଇଛି । ତେବେ ଦୁର୍ଘଟଣାର କାରଣ ଏ ପର୍ଯ୍ୟନ୍ତ ଜଣାପଡିନାହିଁ ।

Leave A Reply

Your email address will not be published.