ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କାୟା ମେଲାଉଛି ଅସାଧୁ ଧାନ କାରବାର, ଘରୁ ଓ ଖଳାରୁ ଉଠୁଛି ଟ୍ରକ ଟ୍ରକ ଧାନ

କଲମପୁର, ୧/୬ (ସମିସ): କଳାହାଣ୍ଡି ଜିଲ୍ଲା କଲମପୁର ଅଞ୍ଚଳରେ ଅସାଧୁ ଧାନ କାରବାର ଜୋର ଧରିବାରେ ଲାଗିଛି । ଫଳରେ ସ୍ପଷ୍ଟ ଦିବା ଲୋକରେ ଘରୁ ଏବଂ ଖଳାରୁ ଉଠାଣ ହେଉଛି ଟ୍ରକଟ୍ରକ ଧାନ । କଲମପୁର ଅଞ୍ଚଳରେ ବନ୍ଦକନା , ହାରାମାଲ , ପଣ୍ଡିଗାଁ , କଲମପୁର , ଇଚ୍ଛାପୁର , ଦେପୁର , ବଙ୍କାପଳା , ବରଗାଁ , ମିନଗୁର , ଭଇଁରି , ମଣ୍ଡଳ , କୋଟାଗାଁ , ବଡ଼କୁଟରୁ , ବିଜମରା , ଦୋଳକିବନ୍ଦ , ଖଙ୍ଗାରଗୁଡା ଆଦି ସ୍ଥାନ ମାନଙ୍କରେ ଧାନମଣ୍ଡି ବ୍ୟବସ୍ଥା କରାଯାଇଛି । କିନ୍ତୁ ବିଡ଼ମ୍ବନା ଏହି ଯେ ଏତେ ସବୁ ମଣ୍ଡି ରହିଥିବା ସତ୍ତ୍ୱେ ମଧ୍ୟ ସିଧା ସଳଖ ଘରୁ ଖଳାରୁ ଧାନ ଉଠାଣ ହେବାରେ ଲାଗିଛି । ପ୍ରକୃତ ଚାଷୀ ଧାନ ବିକ୍ରୟ ନିମନ୍ତେ ହନ୍ତ ସନ୍ତ ହୋଇ ଆସୁଥିବା ବେଳେ ଦଲାଲ ମାନଙ୍କ ଦ୍ୱାରା କମମୂଲ୍ୟ ରେ କ୍ରୟ କରାଯାଇଥିବା ଧାନ ଉଠାଣ ହେବା ନେଇଁ ବିଭାଗୀୟ କାର୍ଯ୍ୟ ଦକ୍ଷତା ଉପରେ ବଡ ପ୍ରଶ୍ନ ସୃଷ୍ଟି ହୋଇଛି । ଏପରି ସ୍ଥଳେ ବିଭାଗୀୟ କର୍ମକର୍ତ୍ତା ମାନଙ୍କ ମଣ୍ଡି ପରିଦର୍ଶନ ଶୂନ୍ୟ ହେବା ଦ୍ୱାରା ବେଖାତିର ଭାବରେ ଦଲାଲ ମାନେ ଗାଁ ଗାଁରେ ଚାଷୀଙ୍କ କଷ୍ଟ ଉପାର୍ଜିତ ଧାନକୁ ଅତ୍ୟନ୍ତ କମ ମୂଲ୍ୟରେ ଖରୀଦ କରି ଲାଭବାନ ହେଉଛନ୍ତି । ଏହାକୁ ରୋକିବାରେ ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ ହୋଇ ପଡିଥିବା ବେଳେ କୃଷକ ମାନଙ୍କ ନିମନ୍ତେ କୁମ୍ଭିର କାନ୍ଧଣା କାନ୍ଧୁଥିବା ଜନନେତା ମାନଙ୍କ ମଧ୍ୟ ଦେଖା ଦର୍ଶନ ମିଳୁନାହିଁ । ଅଧାସୁ ମିଲର୍ସ ମଣ୍ଡି ବ୍ୟବସ୍ଥା କୁ କବ୍ଜା କରି ନେଇଥିବା ବେଳେ ଗତକାଲି ସ୍ପଷ୍ଟ ଦିବା ଲୋକରେ ଘଟିଥିବା ଘଟଣା ରୁ ଏହା ସହଜେ ହିଁ ଅନୁମେୟ । ଗତକାଲି କର୍ମେଲ ହାତୀନଦୀ ବ୍ରିଜ ପୋଲ ଉପରେ ଟ୍ରାକ୍ଟର ରେ ଧାନ ବୋଝେଇ ହୋଇଆସି ଟ୍ରକରେ ଧାନ ଲୋଡ଼ କରାଯାଉଥିଲା । ବେଧଡକରେ ଚାଲିଥିବା କାରବାରକୁ ରୋକ ନ ଲଗାଇବା ଦ୍ୱାରା ଏଭଳି ହେଉଛି ବୋଲି ଜନସାଧାରଣ ଚର୍ଚ୍ଚା ହେଉଛି । ଏଥିରୁ ଜଣାପଡେ ଯେ ପ୍ରାୟ ସମସ୍ତଙ୍କ ଜ୍ଞାନ୍ତ ସାରରେ ଏଭଳି ବେନିମୟ କାରବାର ଚାଲୁ ରହିଛି । ଜିଲ୍ଲା ପ୍ରଶାସନ ଏଦିଗରେ ବିହିତ ପଦକ୍ଷେପ ଗ୍ରହଣ ନକଲେ ଚାଷୀ ଶୋଷଣ ରୁ ବଞ୍ଚିତ ହୋଇପାରିବେ ଏନେଇ କଳ୍ପନା କରାଯାଇ ନପାରେ । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାପାଇଁ ଚାଷୀ ମହଲରେ ଦାବିହେଉଛି ।

Leave A Reply

Your email address will not be published.