ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଇଆଇଟି ମାଡ୍ରାସର ଆକଳନ : ଆସନ୍ତା ୧୪ ଦିନରେ ଶିଖର ଛୁଇଁବ ସଂକ୍ରମଣ

ନୂଆଦିଲ୍ଲୀ : ଭାରତରେ କିଛି ଦିନ ହେଲା କରୋନା ସଂକ୍ରମଣ ହ୍ରାସ ପାଉଛି। ଏଥିଯୋଗୁଁ ଆର ଭାଲ୍ୟୁ ମଧ୍ୟ କମିବାରେ ଲାଗିଛି। ୧୪ରୁ ୨୧ ତାରିଖ ମଧ୍ୟରେ ଏହା ୧.୫୭କୁ ଖସିଆସିଛି। ଆସନ୍ତା ୧୪ ଦିନ ମଧ୍ୟରେ ତୃତୀୟ ଲହର ସଂକ୍ରମଣ ଶିଖର ଛୁଇଁବ ବୋଲି ଆଇଆଇଟି ମାଡ୍ରାସ ପକ୍ଷରୁ ଆଶଙ୍କା କରାଯାଇଛି। ସୂଚନାଯୋଗ୍ୟ ଯେ ଜଣେ ସଂକ୍ରମିତଙ୍କ ଦ୍ବାରା କେତେ ଜଣ ଲୋକ ଆକ୍ରାନ୍ତ ହେଉଛନ୍ତି ତାହା ଆର ଭାଲ୍ୟୁ ଦର୍ଶାଇଥାଏ। ଏହା ୧ ତଳକୁ ହ୍ରାସ ପାଇଲେ ମହାମାରୀ ଶେଷ ପର୍ଯ୍ୟାୟରେ ଅଛି ବୋଲି ଧରାଯାଏ।

ଆଇଆଇଟି ମାଡ୍ରାସର ବିଶ୍ଳେଷଣ ଅନୁଯାୟୀ ଜାନୁଆରୀ ୧୪-୨୧ ମଧ୍ୟରେ ଆର ଭାଲ୍ୟୁ ୧.୫୭ ଭିତରେ ଥିବା ରେକର୍ଡ କରାଯାଇଛି। ଏହାର ପୂର୍ବ ସପ୍ତାହରେ ଜାନୁଆରୀ ୭-୧୩ ମଧ୍ୟରେ ଆର ଭାଲ୍ୟୁ ୨.୨ ଥିଲା। ଜାନୁଆରୀ ୧-୬ରେ ୪ ଏବଂ ଡିସେମ୍ବର ୨୫ରୁ ୩୧ରେ ଏହା ୨.୯ ରହିଥିଲା। ଗାଣିତିକ ମଡେଲିଂ ଦ୍ବାରା ଏହି ପ୍ରାଥମିକ ବିଶ୍ଳେଷଣ କରାଯାଇଥିଲା। ପ୍ରଫେସର ନୀଲେଶ ଏସ ଉପାଧ୍ୟାୟ ଏବଂ ପ୍ରଫେସର ଏସ ସୁନ୍ଦରଙ୍କ ନେତୃତ୍ବରେ ଆଇଆଇଟି ମାଡ୍ରାସର ଡିପାର୍ଟମେଣ୍ଟ ଅଫ ମାଥମେଟିକ୍ସ ଆଣ୍ଡ ସେଣ୍ଟର ଅଫ ଏକ୍ସିଲେନ୍ସି ଫର କମ୍ପ୍ୟୁଟିସନାଲ ମାଥମେଟିକ୍ସ ଆଣ୍ଡ ଡାଟା ସାଇନ୍ସ ପକ୍ଷରୁ ଏହି ବିଶ୍ଳେଷଣ କରାଯାଇଥିଲା।

ତଥ୍ୟ ଅନୁଯାୟୀ ମୁମ୍ବଇର ଆର ଭାଲ୍ୟୁ ୦.୬୭, କୋଲକାତାର ୦.୯୮, ଚେନ୍ନଇର ୧.୨ ଏବଂ କୋଲକାତାର ୦.୫୬ ରହିଛି। ଆଇଆଇଟି ମାଡ୍ରାସର ଗଣିତ ବିଭାଗର ସହାୟକ ପ୍ରଫେସର ଡ. ଜୟନ୍ତ ଝା କହିଛନ୍ତି ଯେ ମୁମ୍ବଇ ଏବଂ କୋଲକାତାରେ ସଂକ୍ରମଣ ଶିଖର ଛୁଇଁସାରିଛି ବୋଲି ତଥ୍ୟରୁ ଜଣାପଡିଛି। ଏହାର ଶେଷ ପର୍ଯ୍ୟାୟ ଆରମ୍ଭ ହେଇଗଲାଣି। ତେବେ ଦିଲ୍ଲୀ ଏବଂ ଚେନ୍ନଇରେ ମହାମାରୀ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଇସିଏମଆରର ମାର୍ଗଦର୍ଶିକା ଯୋଗୁଁ ଏପରି ହୋଇଛି। ସଂକ୍ରମିତିଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ କଣ୍ଟାକ୍ଟ ଟ୍ରେସିଂ ବନ୍ଦ କରିଦିଆଯାଇଥିବାରୁ ସଂକ୍ରମଣ ହ୍ରାସ ପାଉଛି।

Leave A Reply

Your email address will not be published.