ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମହିଳା ଥାନା ଅଧିକାରୀଙ୍କୁ ମଦ ମାଫିଆଙ୍କ ଆକ୍ରମଣ, ୨୦ରୁ ଅଧିକ ଅଭିଯୁକ୍ତ ଅଟକ

ବାଲେଶ୍ୱର(ଉତ୍ତର): ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ତାଳସାରି ସାମୁଦ୍ରିକ ଥାନାର ମହିଳା ଆଇଆଇସିଙ୍କୁ ଗତକାଲି ବିଳମ୍ବିତ ରାତିରେ ମଦ ମାଫିଆ ମାନେ ମରଣାନ୍ତକ ଆକ୍ରମଣ କରିଥିବା ଜଣାପଡ଼ିଛି। ଏହି ଥାନାର ଆଇଆଇସି ଚମ୍ପାବତୀ ସୋରେନ ଗତକାଲି ବିଳମ୍ବିତ ରାତିରେ ଦୟପୁର ଗ୍ରାମରେ ନିଶା କାରବାର ଚାଲିଥିବାର ସୂଚନା ପାଇ ସେଠାରେ ପହଞ୍ଚି ଥିଲେ। ମାତ୍ର ସେଠାରେ ବେଆଇନ ନିଶା କାରବାର ଚଳାଉଥିବା ଏକ ପରିବାରର ସଦସ୍ୟଙ୍କ ସହିତ ଅନ୍ୟମାନେ ମିଳିତ ଭାବେ ଆଇଆଇସିଙ୍କ ଉପରେ ଆକ୍ରମଣ କରିଥିଲେ। ତାଙ୍କୁ ଏକ ଦୋକାନ ଘରେ ପୁରାଇ ଭିତର ପଟୁ ଲଗାଇ ଡ୍ରେସକୁ ଛିଣ୍ଡାଇ ତାଙ୍କୁ ଅସଦାଚରଣ କରିବା ସହ ପିଟାମାରା କରିଥିଲେ। ଖବର ପାଇ ଭୋଗରାଇ ଥାନା ଆଇଆଇସି ସଦଳ ବଳେ ସେଠାରେ ପହଞ୍ଚି ଶ୍ରୀମତୀ ସୋରେନଙ୍କୁ ମୁମୂର୍ଷ ଅବସ୍ଥାରେ ଉଦ୍ଧାର କରିଥିଲେ।

ଏହି ଘଟଣାରେ ପୁଲିସ ଉକ୍ତ ଗ୍ରାମର ୨୦ରୁ ଅଧିକ ଅଭିଯୁକ୍ତ ମାନଙ୍କୁ ଧରି ଅଟକ ରଖିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଥିବା ଜଣାପଡିଛି। ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା ବେଳେ ସମ୍ପୂର୍ଣ୍ଣ ଗାଁ ପୁରୁଷ ଶୁନ୍ୟ ହୋଇଯାଇଛି। ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ସେଠାରେ ୨ପ୍ଲାଟୁନ ପୁଲିସ ମୁତୟନ କରାଯାଇଛି।

ସୂଚନା ଯୋଗ୍ୟ ଯେ, ଏହି ଗ୍ରାମରେ ଜନୈକ ବ୍ୟକ୍ତି ଓ ତାଙ୍କ ପରିବାର ଦୀର୍ଘ ଦିନ ଧରି ବେଆଇନ ଭାବେ ଚୋରା ମଦ ସହିତ ବ୍ରାଉନ ସୁଗର କାରବାର କରିଆସୁଥିଲେ। ତାଙ୍କ ସହ ପଡ଼ୋଶୀ ପଶ୍ଚିମବଙ୍ଗର ନିଶା ମାଫିଆଙ୍କ ସହ ସମ୍ପର୍କ ରହିଥିଲା ବେଳେ ଅବକାରୀ ବିଭାଗ ଏବଂ ବହୁ ପୁଲିସ ଅଧିକାରୀଙ୍କ ସହ ମଧ୍ୟ ସମ୍ପର୍କ ରହିଥିଲା। ସେଥିପାଇଁ ଖୁଲମ ଖୋଲା ଉଦୟପୁର ବେଳା ଭୂମି ଅଞ୍ଚଳ ସମେତ ସ୍ଥାନୀୟ ଅଞ୍ଚଳରେ ନିଶା କାରବାରକୁ ବେଶ ସୁରୁଖୁରୁରେ ଚଳାଉ ଥିଲେ। ତେଣୁ ଆଇଆଇସି ଶ୍ରୀମତୀ ସୋରେନ ଏହାକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଥିବାରୁ ତାଙ୍କ ଉପରେ ଆକ୍ରମଣ ହୋଇଥିବା ଚର୍ଚ୍ଚା ହେଉଛି।

Leave A Reply

Your email address will not be published.