ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସ୍ତ୍ରୀକୁ ହତ୍ୟା କରି ଧାନ ବିଲରେ ଫିଙ୍ଗିବା ପରେ ଥାନାରେ ଆତ୍ମସମର୍ପଣ କଲା ନୃସଂଶ ସ୍ୱାମୀ

ବାସୁଦେବପୁର: ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀକୁ ହତ୍ୟା କରି ଧାନ ବିଲରେ ଫିଙ୍ଗିଦେଲା ନୃସଂଶ ସ୍ୱାମୀ । ହତ୍ୟା କରିବା ପରେ ଥାନାରେ ଆତ୍ମସମର୍ପଣ କରିଛି ସ୍ୱାମୀ । ଭଦ୍ରକ ଜିଲ୍ଲା ବାସୁଦେବପୁର ବିନାୟକପୁର ଛକ ବଡ଼ପଦା ନିକଟରୁ ସ୍ତ୍ରୀର ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଉଛନ୍ତି ବିନାୟକପୁର ଗାଁର ଦିବାକର ବେହେରାଙ୍କ ଝିଅ ରାଧାରାଣୀ। ମୃତ ମହିଳାଙ୍କ ସ୍ବାମୀ ଦିପୁ ବେହେରା ହତ୍ୟା କରି ବାସୁଦେବପୁର ଥାନାରେ ଆତ୍ମସମର୍ପଣ କରିଛି ।

ସୂଚନା ଅନୁସାରେ, କିଛି ବର୍ଷ ତଳେ ରାଧାରାଣୀ ସେହି ଗାଁର ଭଗବାନ ବେହେରାଙ୍କ ପୁଅ ଦିପୁ ବେହେରାଙ୍କୁ ଭଲ ପାଇ ବିବାବହ କରିଥିଲେ। ତେବେ କୌଣସି କାରଣକୁ ନେଇ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବାରମ୍ବାର ଝଗଡ଼ା ଲାଗୁଥିଲା । ସେମାନଙ୍କର ବର୍ଷକର ଶିଶୁ କନ୍ୟା ରହିଛି। ବିବାହ ପରେ ସ୍ବାମୀ ଓ ସ୍ତ୍ରୀ ବାହାର ରାଜ୍ୟକୁ କାମ କରିବା ପାଇଁ ପଳାଇଯାଇଥିଲେ। ଗତକାଲି ଦୁଇ ଜଣ ଘରକୁ ଫେରୁଛନ୍ତି ବୋଲି ରାଧାରାଣୀ ନିଜ ବାପାକୁ ଫୋନ ଯୋଗେ ଜଣାଇଥିଲେ। ହେଲେ ଆଜି ସକାଳେ ରାସ୍ତା କଡରେ ଝିଅର ମୃତ ଦେହ ପଡିଥିବା ଖବର ପାଇଥିଲେ ଦିବାକର ବେହେରା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିଥିଲା। ପରେ ସ୍ବାମୀ ଦିପୁ ଥାନାରେ ପହଞ୍ଚି ସ୍ତ୍ରୀ ରାଧାରାଣୀଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବା ସ୍ବୀକାର କରିଥିଲା। ତେବେ କ’ଣ ପାଇଁ ସ୍ତ୍ରୀକୁ ହତ୍ୟା କଲା ସେନେଇ ସ୍ବାମୀକୁ ଅଟକ ରଖି ତଦନ୍ତ ଜାରି ରଖିଛି ପୋଲିସ।

Leave A Reply

Your email address will not be published.