ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜେଲ୍‌ ଯିବା ମୋ ପାଇଁ ସୁବର୍ଣ୍ଣ ସୁଯୋଗ ଥିଲା: ଅର୍ଚ୍ଚନା ନାଗ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ହନିଟ୍ରାପ୍‌ ମାମଲା । ୧୪ ମାସ ପରେ ଭୁବନେଶ୍ବର ଝାରପଡ଼ା ଜେଲ୍‌ ରୁ ମୁକୁଳିଛନ୍ତି ଅର୍ଚ୍ଚନା । ଇଡି ମାମଲାରେ ଅର୍ଚ୍ଚନାଙ୍କୁ ହାଇକୋର୍ଟରୁ ମିଳିଛି ସର୍ତ୍ତ ମୂଳକ ଜାମିନ । ଅର୍ଚ୍ଚନା ଆଇନ ବିଭାଗର ଛାତ୍ରୀ ଅଟନ୍ତି। ଆଜି ତାଙ୍କର ଆଇନ ପରୀକ୍ଷା ଥିଲା।  ତେବେ ଜେଲରୁ ବାହାରିବା ପରେ କୋର୍ଟଙ୍କ ଦ୍ବାରସ୍ଥ ହେବି ବୋଲି କହିଛନ୍ତି ଅର୍ଚ୍ଚନା । ପୂର୍ବରୁ ସ୍ୱାମୀ ଜଗବନ୍ଧୁଙ୍କୁ ମିଳିଥିଲା ଜାମିନ । ଇଡି ଓ କମିଶନରେଟ ପୁଲିସ ଉଭୟଙ୍କ ବିରୋଧରେ କେସ କରିଥିଲା ।

ପରୀକ୍ଷା ଦେଇ ବାହାରିବା ପରେ  ଅର୍ଚ୍ଚନା କହିଥିଲେ ଯେ, ମୁଁ ସବୁ ସାମ୍ନା କରିବି, ମୁଣ୍ଡ ନୁଆଁଇବା ପିଲା ମୁଁ ନୁହେଁ । ଜେଲ୍‌ ଯିବା ମୋ ପାଇଁ ସୁବର୍ଣ୍ଣ ସୁଯୋଗ ଥିଲା । ଅନେକ ଶିଖିଲି ବୋଲି ଅର୍ଚ୍ଚନା କହିଛନ୍ତି। ଆଇନ ଉପରେ ମୋର ଭରସା ଅଛି, ନିଶ୍ଚିତ ଭାବେ ନ୍ୟାୟ ମିଳିବ ବୋଲି ଅର୍ଚ୍ଚନା କହିଛନ୍ତି।

ସୂଚନାଯୋଗ୍ୟ ଯେ, ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ବଡ଼ବଡ଼ିଆଙ୍କୁ ହନିଟ୍ରାପରେ ଫସାଇ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇଥିବା ଅଭିଯୋଗ ହେବା ପରେ ସମଗ୍ର ରାଜ୍ୟରେ ଏହା ଚହଳ ପକାଇଥିଲା । ଏହି ମାମଲାରେ ଅର୍ଚ୍ଚନାଙ୍କ ସମେତ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ତଥା ସହଯୋଗୀ ଖଗେଶ୍ୱର ଏବେ ଝାରପଡ଼ା ଜେଲ୍‌ରେ ଅଛନ୍ତି । ନିଜ ସମ୍ପତ୍ତିର ହିସାବ ଦେଇ ନ ପାରିବାରୁ ଅର୍ଚ୍ଚନା, ଜଗବନ୍ଧୁଙ୍କ ଆଲିସାନ ବଙ୍ଗଳା ସମେତ ଖଗେଶ୍ୱରଙ୍କ କୋଠାକୁ ବି ଜବତ କରିଥିଲା ଇଡି।

Leave A Reply

Your email address will not be published.