ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
BJD 166×600

ପାକିସ୍ତାନ ସେନା ବେସ୍‌ କ୍ୟାମ୍ପରେ ବଡ଼ଧରଣର ବିସ୍ଫୋରଣ, ୨୪ ଜଣ ପାକିସ୍ତାନୀ ସୈନିକ ମୃତ

ଇସଲାମାବାଦ୍‌ : ପାକିସ୍ତାନର ସୁରକ୍ଷା ବାହିନୀ ଉପରେ ପୁଣି ଥରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଛି । ଖାଇବର ପଖ୍ତୁନଖୱାର ଡେରା ଇସ୍ମାଇଲ ଖାଁ ଅଞ୍ଚଳରେ ଥିବା ସୁରକ୍ଷା ବାହିନୀର ଏକ ପୋଷ୍ଟ ଉପରେ ଆତଙ୍କବାଦୀମାନେ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ୨୪ ଜଣ ଯବାନ ମୃତ୍ୟୁ ବରଣ କରିଛନ୍ତି।

Article Bottom (Mobile Only)

ଇଣ୍ଟର ସର୍ଭିସେସ୍ ପବ୍ଲିକ୍ ରିଲେସନ୍ସ ଅନୁଯାୟୀ, ଡିସେମ୍ବର ୧୨ ତାରିଖ ସକାଳେ ୬ ଜଣ ଆତଙ୍କବାଦୀ ସୁରକ୍ଷା ପୋଷ୍ଟ ଉପରେ ଆକ୍ରମଣ କରିଥିଲେ। ତେବେ ପାକ ସେନାର ପ୍ରବଳ ପ୍ରତିରୋଧ ଫଳରେ ପୋଷ୍ଟ ଭିତରକୁ ପ୍ରବେଶ ଉଦ୍ୟମକୁ ସଫଳ ଭାବେ ବିଫଳ କରାଯାଇଥିଲା । କିନ୍ତୁ ଏହା ପରେ ଆତଙ୍କବାଦୀମାନେ ଏକ ବିସ୍ଫୋରକ ବୋଝେଇ ଗାଡ଼ିକୁ ପୋଷ୍ଟ ଭିତରକୁ ପ୍ରବେଶ କରାଇ ଆତ୍ମଘାତୀ ବିସ୍ଫୋରଣ କରିଥିଲେ ।

ଏହି ଆକ୍ରମଣ ପାଇଁ ତେହରିକ-ଏ-ତାଲିବାନ ନିଜକୁ ଦାୟୀ କରିଛି। ସୂଚନାଯୋଗ୍ୟ, ଏହି ଆତଙ୍କବାଦୀ ସଂଗଠନ ଆଫଗାନିସ୍ତାନ ଭଳି ପାକିସ୍ତାନରେ ସରକାର ଗଠନ କରିବାକୁ ଚାହୁଁଛି। ସେଥିପାଇଁ ସେ ଲଗାତାର ସରକାରୀ ବିଭାଗ ଓ ଅଧିକାରୀଙ୍କୁ ଟାର୍ଗେଟ କରୁଛନ୍ତି। ସ୍ଥାନୀୟ ପୁଲିସର କହିବାନୁସାରେ, ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ସୂଚନା ପାଇବା ମାତ୍ରେ ସ୍ଥାନୀୟ ପୁଲିସକୁ ସଚେତନ କରାଯାଇଥିଲା । ଏହି ଅଞ୍ଚଳର ଲୋକଙ୍କୁ ସଚେତନ କରାଯାଇଥିଲା ଏବଂ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଥିଲା । ଯେଉଁଥିରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଥିଲେ ।ଖାଇବର ପାଖ୍ଟନଖୱାଠାରେ ସ୍କୁଲ ଏବଂ କଲେଜ ବନ୍ଦଏହି ଆତଙ୍କବାଦୀ ଘଟଣା ପରେ ତୁରନ୍ତ ଏକ ନୂତନ ପୂଲିସ ଦଳକୁ ଘଟଣାସ୍ଥଳକୁ ପଠାଯାଇଥିଲା । ଆତଙ୍କବାଦୀ ଆକ୍ରମଣ ଯୋଗୁଁ ଜିଲ୍ଲା ଡାକ୍ତରଖାନାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି ଏବଂ ସୁରକ୍ଷା ଦୃଷ୍ଟିରୁ ଜିଲ୍ଲାର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିଛି।

Leave A Reply

Your email address will not be published.