ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବାହାଘର ପରେ ଶାଶୁଘର ବଦଳରେ ପ୍ରେମିକ ସହ ଫେରାର ମାରିଲା କନ୍ୟା, ଥାନାରେ ବର’ର ଏତଲା….

ବଲାଙ୍ଗିର : ବରଯାତ୍ରୀ ଆସିଲା, ବୈଦୀକ ରିତୀନିତୀ ଅନୁସାରେ ବାହା ହେଲା । ରାତି ପାହିଲେ କନ୍ୟାକୁ ଧରି ବର ଗାଁ କୁ ଫେରିଥାନ୍ତେ । ହେଲେ ଘରୁ ବିଦାୟୀ ନେବା ପରିବର୍ତ୍ତେ ପ୍ରେମିକ ସହିତ ଫେରାର ମାରିଲା ନବବଧୁ । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ବଲାଙ୍ଗିର ସହର ର ବ୍ରାହହ୍ମଣ ପଡା ଠାରେ । ବର ପିନ୍ଧାଇଥିବା ସୁନା ଗହଣା ଧରି ଫେରାର ମାରିଥିବାବେଳେ ବର ଟାଉନ ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଛନ୍ତି । ପଅରପକ୍ଷେ ପ୍ରେମିକ ସହିତ ବାଇକ ରେ ବସି ଫେରାର ମାରୁଥିବାର ଏକ ସିସିଟିଭି ଫୁଟେଜ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।

ସୂଚନା ଅନୁସାରେ ତୁଷୁରା ଥାନା ଅର୍ନ୍ତଗତ ମକୁନ୍ଦପୁର ଗ୍ରାମର ନାରାୟଣ ମାଝୀଙ୍କ ପୁଅ ପ୍ରେମ କୁମାର ମାଝୀଙ୍କ ସହିତ ବଲାଙ୍ଗିର ବାହ୍ମଣ ପଡାର ସୁରେନ୍ଦ୍ର ମହାକୁରଙ୍କ କନ୍ୟା ଲିଜା ମହାକୁରଙ୍କ ବିବାହ ପ୍ରସ୍ତାବ ଠିକ ହୋଇଥିଲା । ବର ପ୍ରେମ କୁମାରଙ୍କ କହିବା ଅନୁସାରେ ବିବାହ ପୂର୍ବରୁ ସବୁକିଛି ଠିକ ଥିଲା । ଦୁହେଁ ମୋବାଇଲରେ କଥାବାର୍ତ୍ତା କରୁଥିଲେ । ସେ ସମୟରେ ଝିଅଙ୍କର କଥାବାର୍ତ୍ତରୁ ସେଭଳି କିଛି ଜଣାପଡୁନଥିଲା । ଗତ ଗୁରୁବାର ରାତିରେ ସେମାନେ ବରଯାତ୍ରୀ ଆସିଥିଲେ । ଝିଅ ଘରେ ସମାଜ ତଥା ପରିଜନଙ୍କ ଉପସ୍ଥିତିରେ ବିବାହ ସମ୍ପନ୍ନ ହୋଇଥିଲା । ସମସ୍ତେ ଖୁସିରେ ଥିଲେ । ଏପରିକି ନବବଧୂଙ୍କ ମୁହଁରେ ମଧ୍ୟ କିଛି ଚିନ୍ତା କିମ୍ବା ଭୟ ଜଣାପଡୁନଥିଲା । ସେ ବରଙ୍କ ସହିତ ଏକାଠୀ ଖାଇଥିଲେ । ଝିଅ ଘରର ପରମ୍ପରା ଅନୁସାରେ ଗୁରୁବାର ଦିନ ଝିଅକୁ ବାହାର କରାନ୍ତି ନାହିଁ ବୋଲି ତା ପରଦିନ ଅର୍ଥାତ ଶୁକ୍ରବାର ସକାଳୁ ବିଦାୟୀ କାର୍ଯ୍ୟକ୍ରମ ରହିଥିଲା ।

ହେଲେ ବିଳମ୍ବିତ ରାତିରେ ସମସ୍ତେ ଖାଇପିଇ ଶୋଇଥିବାବେଳେ ବେଳେ ପ୍ରେମିକର ବାଇକ ଆସି ଛିଡା ହୋଇଥିଲା ଘର ସାମ୍ନାରେ । ମାତ୍ର କିଛି ସମୟ ପୂର୍ବରୁ ପ୍ରେମକୁମାରଙ୍କ ହାତଗଣ୍ଠି ପଡି ବାହା ହୋଇଥିବା ଲିଜା ପ୍ରେମିକର କାନ୍ଧରେ ହାତ ପକାଇ ଘରୁଛୁ ମାରିଲା । ଗଲାବେଳେ ବର ପିନ୍ଧାଇଥିବା ସୁନା ଗହଣା ଯଥା ମଙ୍ଗଳସୁତ୍ର, କାନଫୁଲ, ହାର ଧରି ପଳାଇଲା । ଏହି ଘଟଣାରେ ବ୍ରାହ୍ମଣ ପଡାରେ ବର ଓ କନ୍ୟା ପକ୍ଷର ଲୋକଙ୍କ ମଧ୍ୟରେ ତୁ ତୁ ମେ ମେ ହୋଇଥିଲା । ସ୍ଥିତି ଅଣାୟତ୍ତ ହେବା ପରେ ବର ପ୍ରେମକୁମାର ସିଧା ଆସି ପହଞ୍ଚିଥିଲେ ଟାଉନ ଥାନାରେ । ଏନେଇ ସେ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ଧୁମଧାମ ରେ ରୋସଣୀ ଆଣିଥିବା ବରପକ୍ଷ ଏବେ ଖାଲି ହାତରେ ଘରକୁ ଫେରିଛନ୍ତି । ଉକ୍ତ ଘଟଣାଟି ଏବେ ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

 

Leave A Reply

Your email address will not be published.