ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କରାଚିରେ ଆତଙ୍କବାଦୀ ଆକ୍ରମଣ : ପୁଲିସ ମୁଖ୍ୟାଳୟରେ ରହିଛନ୍ତି ୧୦ରୁ ଅଧିକ ଆତଙ୍କବାଦୀ

କରାଚି : ପାକିସ୍ତାନର କରାଚିରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ। କରାଚି ସହରରେ ଥିବା ପୁଲିସ ମୁଖ୍ୟାଳୟ ଉପରେ ଆକ୍ରମଣ କରିଛନ୍ତି ଆତଙ୍କବାଦୀ। ଏହି ଘଟଣାରେ ମୃତାହତଙ୍କ ବିଷୟରେ କିଛି ସୂଚନା ମିଳିନଥିଲେ ମଧ୍ୟ ଆକ୍ରମଣର ୧୦ରୁ ଅଧିକ ଆତଙ୍କବାଦୀ ରହିଥିବା ଜଣାପଡିଛି। ପାକିସ୍ତାନୀ ଗଣମାଧ୍ୟମ ଡନ୍ ଅନୁଯାୟୀ, ପୁଲିସ ମୁଖ୍ୟାଳୟରେ ୧୦ରୁ ଅଧିକ ଆତଙ୍କବାଦୀ ଉପସ୍ଥିତ ଥାଇପାରନ୍ତି । ଏହା ସହ ଆତଙ୍କବାଦୀମାନେ ଏକ ବହୁମହଲା କୋଠା ଭିତରକୁ ମଧ୍ୟ ପ୍ରବେଶ କରିଛନ୍ତି । ତେବେ ସୁରକ୍ଷା ବାହିନୀ ଓ ପୁଲିସ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ରଖିଛନ୍ତି। ଉଭୟ ପକ୍ଷରୁ ଗୁଳିବିନିମୟ ଚାଲିଛି ।

ପାକିସ୍ତାନ ସିନ୍ଧ ମୁଖ୍ୟମନ୍ତ୍ରୀ ମୁରାଦ ଅଲି ଶାହା ସମ୍ପୃକ୍ତ ଡିଜିଙ୍କୁ ନିଜ ଅଞ୍ଚଳରୁ ପୁଲିସ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁରାଦ ଅଲି ଶାହା କହିଛନ୍ତି, “ମୁଁ ଚାହୁଁଛି ଅତିରିକ୍ତ ଆଇଜିଙ୍କ କାର୍ଯ୍ୟାଳୟରେ ହୋଇଥିବା ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ କରାଯାଉ। ପୁଲିସ ମୁଖ୍ୟଙ୍କ କାର୍ଯ୍ୟାଳୟ ଉପରେ ହୋଇଥିବା ଆକ୍ରମଣ ଗ୍ରହଣୀୟ ନୂହେଁ।ସେ କହିଛନ୍ତି ଯେ ସେ ବ୍ୟକ୍ତିଗତ ଭାବେ ପରିସ୍ଥିତି ଉପରେ ନଜର ରଖିଛନ୍ତି।

 

Leave A Reply

Your email address will not be published.