ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପିଏସ୍‌ଓ ଫେରାଇ ଦେଇଥିବା ଜୟ ନାରାୟଣଙ୍କ ପାଇଁ ରାଜ୍ୟ ବିଜେପି ସୁରକ୍ଷା ମାଗିବା ହାସ୍ୟାସ୍ପଦ: ବିଜେଡି

ଭୁବନେଶ୍ୱର : ଗୋଟିଏ ପରେ ଗୋଟିଏ ସଙ୍ଗୀନ ଅପରାଧ ଘଟାଇ ଚାଲିଥିବା ବିଜେପିର ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କୁ ସୁରକ୍ଷା ଦେବାକୁ ଯାଇ ରାଜ୍ୟ ବିଜେପି ନାଟକ ଚଳାଇଛି । ଯିଏ ନାଟକ କରି ନିଜ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ (ପିଏସ୍‌ଓ)ଙ୍କୁ ଫେରାଇ ଦେଇଥିଲେ ତାଙ୍କ ସୁରକ୍ଷା ପାଇଁ ବିଜେପି ବିଧାୟକମାନେ ରାଜ୍ୟପାଳଙ୍କ ନିକଟରେ ଗୁହାରି କରିବା ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି ବିଜେଡି କହିଛି । ଆଜି ଏ ସମ୍ପର୍କରେ ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟା ଦେଇ ବିଜେଡି ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ସୁଲତା ଦେଓ କହିଛନ୍ତି ଯେ ଜୟ ନାରାୟଣ ମିଶ୍ର ଜଣେ ଅଭ୍ୟାସଗତ ଅପରାଧୀ । ତାଙ୍କ ବିରୋଧରେ ହତ୍ୟା ସମେତ ବିଭିନ୍ନ ସଂଗୀନ୍‌ ଦଫାରେ ୧୬ଟି ଅପରାଧିକ ମାମଲା ରହିଛି ।

ତେବେ ସେ ଜଣେ ବିଧାୟକ ତଥା ବିଜେପି ଦ୍ୱାରା ମନୋନିତ ବିରୋଧୀ ଦଳର ନେତା ହୋଇଥିବାରୁ ତାଙ୍କୁ ପୁଲିସ ସୁରକ୍ଷା ମିଳିଥିଲା । କିନ୍ତୁ କିଛି ଦିନ ପୂର୍ବେ ନାଟକ କରି ସେ ନିଜେ ତାଙ୍କର ସୁରକ୍ଷା ଅଧିକାରୀଙ୍କୁ ଫେରାଇ ଦେଇଥିଲେ । ଏପରିସ୍ଥଳେ ଶ୍ରୀ ମିଶ୍ରଙ୍କ ସୁରକ୍ଷା ପାଇଁ ବିଜେପି ନେତୃବୃନ୍ଦ ରାଜ୍ୟପାଳଙ୍କ ଦ୍ୱାରସ୍ଥ ହେବା ହାସ୍ୟାସ୍ପଦ ଛଡ଼ା ଆଉ କିଛି ନୁହେଁ ବୋଲି ଶ୍ରୀମତି ଦେଓ କହିଛନ୍ତି । ସେ ଆହୁରି କହିଛନ୍ତି, ବିରୋଧୀ ଦଳର ନେତା ହୋଇ ମଧ୍ୟ ନିଜ ହିତାହିତ ଜ୍ଞାନ ଭୁଲିଯାଇ ଜଣେ କର୍ତ୍ତବ୍ୟରତ ମହିଳା ପୁଲିସ ଅଧିକାରୀଙ୍କୁ ଶ୍ରୀ ମିଶ୍ର ଆକ୍ରମଣ କଲେ । ସର୍ବ ସମ୍ମୁଖରେ ତାଙ୍କୁ ଗାଳି ଗୁଳଜ କରି ଅପମାନ କଲେ । ତେଣୁ ବିଜେପି ବିଧାୟକମାନେ ଆକ୍ରମଣର ଶିକାର ହୋଇଥିବା ମହିଳା ପୁଲିସ ଅଧିକାରୀଙ୍କ ନିକଟରେ କ୍ଷମା ପ୍ରାର୍ଥନା ପାଇଁ ଶ୍ରୀ ମିଶ୍ରଙ୍କୁ ପରାମର୍ଶ ଦେବା ଆବଶ୍ୟକ ।

ଶ୍ରୀମତି ଦେଓ କହିଛନ୍ତି, ଆମକୁ ସମୀର ମହାନ୍ତିଙ୍କ ଉପରେ ଦୟା ଆସୁଛି । ସେ ଓଡ଼ିଶା ବିଜେପିର ରାଜ୍ୟ ସଭାପତି ହୋଇଥିବା ବେଳେ ଶ୍ରୀ ମିଶ୍ର ତାଙ୍କୁ ମାଡ଼ ମରାଯାଇଥିଲା । ଏଥିପାଇଁ ଶ୍ରୀ ମିଶ୍ରଙ୍କୁ ୬ ବର୍ଷ ପାଇଁ ବିଜେପିରୁ ନିଲମ୍ବନ କରାଯାଇଥିଲା । କିନ୍ତୁ ଆହୁରି ଦୁଃଖର ବିଷୟ ଯେ ଖୋଦ୍‌ ବିଜେପିର ରାଜ୍ୟ ସଭାପତି ଥିବା ଶ୍ରୀ ମହାନ୍ତିଙ୍କୁ ତାଙ୍କ ଦଳରେ ଶ୍ରୀ ମିଶ୍ରଙ୍କ ଭଳି ଜଣେ ଅଭ୍ୟାସଗତ ଅପରାଧୀଙ୍କ ଦୌରାତ୍ମ୍ୟ ସହ୍ୟ କରିବାକୁ ପଡୁଛି ।

 

Leave A Reply

Your email address will not be published.