ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଏପ୍ରିଲ ପହିଲାରୁ ୨୦ କୋଟିରୁ ଅଧିକ କାରବାର ପାଇଁ ଇ-ଇନଭଏସ୍ ବାଧ୍ୟତାମୂଳକ

ନୂଆଦିଲ୍ଲୀ : ଏପ୍ରିଲ ପହିଲାଠାରୁ ଦ୍ରବ୍ୟ ଏବଂ ସେବା ଟିକସ (ଜିଏସ୍‌ଟି) ଅଧିନିୟମରେ ଏକ ବଡ ପରିବର୍ତ୍ତନ ହେବାକୁ ଯାଉଛି। ଏକ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ୨୦ କୋଟିରୁ ଅଧିକ ଟଙ୍କା କାରବାର କରୁଥିବା କମ୍ପାନୀମାନଙ୍କୁ ମଧ୍ୟ ବି-ଟୁ-ବି କାରବାର ପାଇଁ ଇଲେକ୍ଟ୍ରୋନିକ୍ ଇନଭଏସ୍ (ଇ-ଇନଭଏସ୍) କାଢ଼ିବାକୁ ପଡିବ। ଏହି ସୂଚନା କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ପକ୍ଷରୁ ଦିଆଯାଇଛି। ସୂଚନାଯୋଗ୍ୟ ଯେ, ଜିଏସ୍‌ଟି ନିୟମ ଅନୁଯାୟୀ ଏଣିକି ବି-ଟୁ-ବି କାରବାର ପାଇଁ ଇ-ଇନଭଏସ୍ ବାଧ୍ୟତାମୂଳକ କରାଯାଇଥିଲା ଯାହା ଅକ୍ଟୋବର ୧ ରୁ କାର୍ଯ୍ୟକାରୀ ହେବ।

ଏହାର କାର୍ଯ୍ୟକାରିତା କେବଳ ୫୦୦ କୋଟିରୁ ଅଧିକ କାରବାର କରୁଥିବା କମ୍ପାନୀଗୁଡିକ ଲାଗି ଉର୍ଦ୍ଧିଷ୍ଟ ଥିଲା, କିନ୍ତୁ ଜାନୁଆରୀ ପହିଲା ୨୦୨୧ଠାରୁ ସେହି କମ୍ପାନୀଗୁଡିକ ପାଇଁ ମଧ୍ୟ ଏହା କାର୍ଯ୍ୟକାରୀ କରାଯାଇଥିଲା ଯାହାର କାରବାର ୧୦୦ କୋଟିରୁ ଅଧିକ। ଅନ୍ୟପକ୍ଷରେ ୫୦ କୋଟି ଟଙ୍କାରୁ ଅଧିକ ଟଙ୍କା କାରବାର କରୁଥିବା କମ୍ପାନୀଗୁଡିକ ମଧ୍ୟ ଏପ୍ରିଲ ପହିଲା ୨୦୨୧ରୁ ବି-ଟୁ-ବି ଇନଭଏସ୍ ବହାର କରିବାକୁ ଆରମ୍ଭ କରିଥିଲେ। ବର୍ତ୍ତମାନ ଏହାକୁ ୨୦ କୋଟି ଟଙ୍କାରରୁ ଅଧିକ ମୂଲ୍ୟର କାରବାର କରୁଥିବା କମ୍ପାନୀଗୁଡିକ ପାଇଁ ମଧ୍ୟ କାର୍ଯ୍ୟକାରୀ ହେବ।

ଇ-ଇନଭଏସ୍ ବିଲିଂ ସିଷ୍ଟମ୍ ଅଧୀନରେ ଏକ ନିର୍ଦ୍ଦିଷ୍ଟ ଉପାୟରେ ଇନଭଏସ୍ ସିଷ୍ଟମର ସବୁ ସ୍ଥାନରେ ସାମନ ଫର୍ମାଟ୍ର ବିଲ୍ ସୃଷ୍ଟି ହେବ, ଯାହା ବାସ୍ତବ ସମୟରେ ଦୃଶ୍ୟମାନ ହେବ। ଇଲେକ୍ଟ୍ରୋନିକ୍ ଇନଭଏସ୍ ବିଲିଂ ସିଷ୍ଟମରେ ପ୍ରତ୍ୟେକ ଜିନିଷକୁ ଏକ ଷ୍ଟାଣ୍ଡାର୍ଡ ଫର୍ମାଟରେ ଲେଖାଯିବ। ଏହାର ଗୋଟିଏ ସୁବିଧା ହେଉଛି ଯେଥରେ ବିଲ୍ ପ୍ରସ୍ତୁତ କରିବା ପରେ ଅନେକ ସ୍ଥାନରେ ଆଉ ଫାଇଲିଂ କରିବାକୁ ପଡିବନାହିଁ। ପ୍ରତି ମାସରେ ଜିଏସ୍‌ଟି ରିଟର୍ନ ଦାଖଲ କରିବା , ବାର୍ଷିକ ରିଟର୍ଣ୍ଣ ଦାଖଲ କରିବା ଏବଂ ଇ-ୱେ ବିଲ୍ ସୃଷ୍ଟି ପାଇଁ ଅଲଗା ଏଣ୍ଟ୍ରି କରିବାକୁ ପଡିଥାଏ। ଏହି ନିୟମ ଲାଗୁ କରାଯିବା ପରେ ଆଉ ତାହା କରିବାକୁ ପଡିବନାହିଁ।

Leave A Reply

Your email address will not be published.