ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ୟୁକ୍ରେନ ଉପରେ ହୋଇପାରେ ଆଣବିକ ମାଡ଼, ପରମାଣୁ ଫୋର୍ସକୁ ଆଲର୍ଟ ରହିବାକୁ ପୁଟିନ୍‌ଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ରୁଷ ନିକଟରେ ଆତ୍ମସମର୍ପଣ ନ କରି ଶେଷ ପର୍ଯ୍ୟନ୍ତ ଲଢେଇ ଜାରି ରଖିବାକୁ ଦମ୍ଭ ଦେଖାଇଥିବା ୟୁକ୍ରେନ ରବିବାର ରୁଷିଆ ସହିତ ଆଲୋଚନା କରିବାକୁ ବାଧ୍ୟ ହୋଇଛି। ଯୁଦ୍ଧ ସ୍ଥିତିରେ ୟୁକ୍ରେନ ତୁରନ୍ତ ଆଲୋଚନା କରିବାକୁ ରୁଷ ପୂର୍ବରୁ କହିଥିଲେ ହେଁ ୟୁକ୍ରେନ ଏହାକୁ ଏଡାଇ ଦେଇଥିଲା। ଏପରିକି ରବିବାର ବେଲାରୁଷରେ ଆଲୋଚନା ପାଇଁ ରୁଷ ସ୍ଥିର କରିଥିବା କାର୍ଯ୍ୟକ୍ରମକୁ ମଧ୍ୟ ୟୁକ୍ରେନ ରାଷ୍ଟ୍ରପତି ଜେଲେଁସ୍କି ପ୍ରତ୍ୟାଖ୍ୟାନ କରି ଦେଇଥିଲେ। ହେଲେ ସେହି ସନ୍ଧ୍ୟାରେ ବେଲରୁଷ ସୀମାର ଏକ ଅଘୋଷିତ ସ୍ଥାନରେ ରୁଷ ସହ ଆଲୋଚନା କରିବାକୁ ୟୁକ୍ରେନ ଶେଷରେ ରାଜି ହୋଇଛି। ପୂର୍ବରୁ ସେଠାକୁ ରୁଷର ପ୍ରତିନିଧି ମଣ୍ଡଳୀ ଯାଇସାରିଥିବା ବେଳେ ପରେ ପରେ ୟୁକ୍ରେନ ପ୍ରତିନିଧି ମଣ୍ଡଳୀ ସେଠାକୁ ଯାତ୍ରା କରିଥିବା ଜଣାପଡ଼ିଛି।ଆଲୋଚନା ସତ୍ତ୍ବେ ୟୁକ୍ରେନରେ ଆକ୍ରମଣ ବନ୍ଦ ହେବ ନାହିଁ ବୋଲି ରୁଷ ରାଷ୍ଟ୍ରପତି ପୁତିନ ରବିବାର ସ୍ପଷ୍ଟ କରିଛନ୍ତି।

ଅନ୍ୟପକ୍ଷରେ କୌଣସି ସର୍ତ୍ତ ବିନା ୟୁକ୍ରେନ ରୁଷ ସହ ଆଲୋଚନା କରିବ ବୋଲି ଏହାର ବୈଦେଶିକ ମନ୍ତ୍ରୀ ଦିମିତ୍ରୋ କୁଲେବା କହିଛନ୍ତି। ସେହିପରି ଆମେ କୌଣସି ସ୍ଥିତିରେ ଶତ୍ରୁ ପକ୍ଷକୁ ଇଞ୍ଚେ ବି ଜମି ଛାଡିବୁ ନାହିଁ ବୋଲି କୁଲେବା କହିଛନ୍ତି। ୟୁକ୍ରେନର ଏଭଳି ଜିଦ୍‌କୁ ନେଇ ପୁତିନ ରବିବାର ସନ୍ଧ୍ୟାରେ ନିଜ ସେନା ପ୍ରତି ଯେଉଁ ନିର୍ଦ୍ଦେଶନାମା ଜାରି କରିଛନ୍ତି ତାହା ସବୁଠୁ ଚିନ୍ତାଜନକ ହୋଇପଡ଼ିଛି। ୟୁକ୍ରେନରେ ରୁଷର ଆକ୍ରମଣକୁ ନେଇ ଆମେରିକା ସମେତ ବହୁ ପାଶ୍ଚାତ ରାଷ୍ଟ୍ର ରୁଷିଆ ବିପକ୍ଷରେ କଡା କଦମ ଉଠାଇଥିବା ଏବଂ ବାରମ୍ବାର ପୁତିନଙ୍କୁ ଟାର୍ଗେଟ କରି ଟିକା ଟିପ୍ପଣୀ ଦେଉଥିବାରୁ ଏହାକୁ ନେଇ ପୁତିନ କ୍ଷୁବ୍ଧ ହୋଇଛନ୍ତି। ଏହିକ୍ରମରେ ସେ ରବିବାର ନିଜର ‘ନ୍ୟୁକ୍ଲିୟର ଡିଟରେନ୍ସ ଫୋର୍ସ’କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେବା ସହ ପରୋକ୍ଷରେ ପରମାଣୁ ଯୁଦ୍ଧ ପାଇଁ ଇଙ୍ଗିତ କରିଛନ୍ତି। ପୁତିନଙ୍କ ଏଭଳି ଆଭିମୁଖ୍ୟ ଆଗକୁ ଆହୁରି ଗମ୍ଭୀର ସ୍ଥିତି ସୃଷ୍ଟି କରିପାରେ ବୋଲି ଆଶଙ୍କା ଦେଖାଯାଇଛି।

ପୁତିନଙ୍କ ଏଭଳି ନିର୍ଦ୍ଦେଶ କୌଣସି ମୁହୂର୍ତ୍ତରେ ଆଣବିକ ଯୁଦ୍ଧ ସୃଷ୍ଟି କରିପାରେ ବୋଲି ଆଶଙ୍କା ଦୃଢୀଭୂତ ହୋଇଛି। ଏହାକୁ ନେଇ ‘ନାଟୋ’ ତୀବ୍ର ଉଦ୍‌ବେଗ ପ୍ରକାଶ କରିବା ସହ ପୁତିନଙ୍କ ଏଭଳି ନିର୍ଦ୍ଦେଶକୁ ଅତ୍ୟନ୍ତ ଭୟାନକ ବୋଲି କହିଛି। ରାଷ୍ଟ୍ରପତି ପୁତିନଙ୍କ ଆଣିବକ ଅସ୍ତ୍ର ପ୍ରୟୋଗର ସଙ୍କେତ ୟୁକ୍ରେନକୁ ଶେଷରେ ଆଲୋଚନା ପାଇଁ ବାଧ୍ୟ କରିଥÒବା କୁହାଯାଉଛି। ଗୋଟିଏ ପକ୍ଷରେ ଆଣବିକ ଶକ୍ତି ସମ୍ପନ୍ନ ରାଷ୍ଟ୍ର ଚୀନ୍‌କୁ ୟୁକ୍ରେନ ପ୍ରସଙ୍ଗରେ ସମର୍ଥନ କରିଥିବା ବେଳେ ରବିବାର ଅନ୍ୟତମ ଆଣବିକ କ୍ଷମତା ସମ୍ପନ୍ନ ରାଷ୍ଟ୍ର ଉତ୍ତର କୋରିଆ ମଧ୍ୟ ରୁଷକୁ ସମର୍ଥନ ଘୋଷଣା କରିଛି। କେବଳ ସେତିକି ନୁହେଁ, ଯୁଦ୍ଧ ଘନଘୋଟ ମଧ୍ୟରେ ଉତ୍ତର କୋରିଆ ରବିବାର ନିଜର ବାଲିଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି। ଏଥିସହିତ ରୁଷିଆ-ୟୁକ୍ରେନ ଯୁଦ୍ଧ ପରିସ୍ଥିତି ପାଇଁ ଆମେରିକାକୁ ସମ୍ପୂର୍ଣ୍ଣ ଦାୟୀ କରିଛି। ଏକବଂଶ ଶତାଦ୍ଦୀରେ ବିଶ୍ବ ଦୁନିଆରେ ଆମେରିକାର କର୍ତ୍ତୃତ୍ବ ଆଉ ଚଳିବ ନାହିଁ ବୋଲି ଉତ୍ତର କୋରିଆ କହିଥିବା ବେଳେ ଏହା ଚୀନକୁ ବେଶ ସୁହାଇଛି। ସେପଟେ ପୁତିନଙ୍କ ଏଭଳି ନିର୍ଦ୍ଦେଶକୁ ଦୃଷ୍ଟିରେ ରଖି ଆସନ୍ତା ବୁଧବାର ଜାତିସଂଘ ଆଣବିକ ନିରୀକ୍ଷଣ ଏଜେନ୍ସିର ଏକ ବୈଠକ ଅନୁଷ୍ଠିତ ହେବା ସହିତ ଏଥିରେ ପ୍ରାୟ ୩୫ ସଦସ୍ୟ ରାଷ୍ଟ୍ର ଯୋଗ ଦେଇ ସାଂପ୍ରତିକ ସ୍ଥିତି ଉପରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.