ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜମି ଦେବା ନାଁରେ ଠକେଇ : ବନ୍ଧୁ ମାରିନେଲା ୬୪ଲକ୍ଷ

ଭୁବନେଶ୍ବର : ବଡ଼ଗଡ଼ ଥାନା ଅଞ୍ଚଳରେ ଜମି ଦେବା ନାଁରେ ରମେଶ କୁମାର ଉପାଧ୍ୟାୟଙ୍କ ଠାରୁ ଜଣେ ବ୍ୟକ୍ତି ୬୪ଲକ୍ଷ ଠକି ନେଇଛି ବନ୍ଧୁ। ଏନେଇ ରମେଶ ବଡ଼ଗଡ଼ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଏକ ମାମଲା ରୁଜୁକରି ତଦନ୍ତ କରୁଛି । ମିଳିଥିବା ସୂଚନା ଅନୁଯାୟୀ ରମେଶଙ୍କୁ ତାଙ୍କର ଜଣେ ବନ୍ଧୁ ରାଜଧାନୀରେ ଜମି କିଣିବା ଲାଗି କହିଥିଲେ। ଏହାପରେ ବନ୍ଧୁଜଣକ ବଡ଼ଗଡ଼ ଥାନା ଅଞ୍ଚଳରେ ଜମି ଦେବାକୁ କହି ବିଭିନ୍ନ ପର୍ଯ୍ୟାୟରେ ୬୪ଲକ୍ଷ ଟଙ୍କା ନେଇଥିଲେ ।

ଏବାବଦରେ ନକଲି ଜମିର କାଗଜପତ୍ର ଦେଇଥିଲେ । ପରବର୍ତ୍ତୀ ସମୟରେ ଜମିର କାଗଜପତ୍ରକୁ ଯାଞ୍ଚ କରିବା ବେଳେ ନକଲି ବୋଲି ଜଣାପଡ଼ିଥିଲା। ରମେଶ ତାଙ୍କ ବନ୍ଧୁଙ୍କୁ ଫୋନ୍ କରିବା ପରେ ସେ ପୋକ ଉଠାଉନାହାନ୍ତି। ତେଣୁ ସେ ବଡ଼ଗଡ଼ ଥାନାରେ ଅଭିଯୋଗ କରିଥିଲେ ।

Leave A Reply

Your email address will not be published.