ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା

କାଶୀନଗର ବ୍ଲକର ଖାରଡା ଗ୍ରାମର ଜଣେ ଯୁବତୀଙ୍କୁ ବିବାହାର ପ୍ରତିଶ୍ରୁତି ଦେଇ ଗୁଣୁପୁର ନିକଟରେ ଥିବା ଶିରିଝୋଲି ଗ୍ରାମର ସୁଶାନ୍ତ ଗୌଡ ନାମକ ଯୁବକ ପ୍ରତାରଣା ଓ ଧର୍ଷଣ କରିଥିବା ଜଣାପଡିଛି । ଅଭିଯୁକ୍ତକୁ ଗିରିଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଡିଏସପି ଆର କେ ଦାସ ତଦନ୍ତ ଦାୟିତ୍ଵ ନେଇଛନ୍ତି ବୋଲି ଆଇଆଇସି ସୁଶାନ୍ତ କୁମାର ସାହୁଙ୍କ ସୂତ୍ରରୁ ପ୍ରକାଶ । ପ୍ରକାଶ ଯୋଗ୍ୟ ଯେ ,ଅଭିଯୁକ୍ତ ଉକ୍ତ ଯୁବତୀକୁ ବିବାହର ପ୍ରତିଶ୍ରୁତି ଦେଇ ମେ ୨୦ ତାରିଖରୁ ଜୁନ ୬ ତାରିଖ ପର୍ଯ୍ୟନ୍ତ ବେଙ୍ଗୁଲୁରର ମାଲୁର ଠାରେ ରଖିଥିଲା ।

ତାପରେ କାମ ଅଛି ବୋଲି କହି ଯୁବତୀ ଜଣକୁ ଖାରଡା ଗ୍ରାମରେ ଛାଡି ଦେଇ କେଉଁ ଆଡେ ଚାଲି ଯାଇଥିଲା । କୌଣସି ସୂତ୍ରରୁ ପୋଲିସ ଖବର ପାଇ ଶିରିଝୋଲି ଗ୍ରାମକୁ ଯାଇ ଅଭିଯୁକ୍ତକୁ ଗିରିଫ କରିଥିଲା । ଅଭିଯୁକ୍ତ ବିରୋଧରେ ଆଇପିସି ଧାରା ୩୭୬ ଓ ଏସସି ,ଏସଟି ଆକ୍ଟର ଦଫା ୩ କେଶ ନଂ-୬୦/୨୧ ରେ ରୁଜ୍ଜୁ କରାଯାଇଛି । ଉଭୟ ଅଭିଯୁକ୍ତ ଓ ପୀଡ଼ିତାଙ୍କ ଡାକ୍ତରୀ ମାଇନା ସରିଛି ବୋଲି ଆଇଆଇସି ଜଣାଇଛନ୍ତି ।

Leave A Reply

Your email address will not be published.