ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମୃତ ଦୁଇ ଅଜଣା ବ୍ୟକ୍ତିଙ୍କ ମିଳୁନି ପରିଚୟ

ବାଲେଶ୍ବର : ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଦୁଇ ଜଣ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ତେବେ ମୃତ ବ୍ୟକ୍ତିଙ୍କ କୌଣସି ପରିଚୟ ନମିଳିବାରୁ ଶବଗୃହରେ ରଖାଯାଇଛି। ଦୁଇ ଜଣ ସଂକ୍ରମଣ ୱାର୍ଡର ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ମାତ୍ର ହୃତଘାତ ଯୋଗୁଁ ଦୁଇ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ଜଣଙ୍କ ବୟସ ୨୮ ବର୍ଷ। ୧୫ ତାରିଖ ଦିନ ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଆସିବା ପରେ ମୃତ୍ୟୁ ହୋଇଥିଲା। ସେହିପରି ଆଉ ଜଣଙ୍କ ବୟସ ୬୫। ସେ ମେ ୨୫ ତାରିଖ ଦିନ ବିଳମ୍ବିତ ରାତିରେ ହସପିଟାଲରେ ଭର୍ତ୍ତି ହୋଇଥିଲେ। ଜୁନ୍ ୧୬ ତାରିଖ ଦିନ ମୃତ୍ୟୁ ହୋଇଯାଇଛି। ତେବେ କିଛି ଦିନ ପର୍ଯ୍ୟନ୍ତ ସେମାନଙ୍କୁ ଶବଗୃହରେ ରଖାଯିବ।

Leave A Reply

Your email address will not be published.