ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜି ଜମିବ ଅସଲ ଛାଡଖାଇ ବେପାର, ଚାନ୍ଦି କେଜି ୧୪ ଶହକୁ ଇଲିସ କେଜି ୧୨ ଶହ

ଭୁବନେଶ୍ୱର: ଶନିବାର ମାଡ଼ ଖାଇଲା ଛାଡ଼ଖାଇ। ଆମିଷ ବଜାରରେ ନ ଥିଲା ଭିଡ଼। ଛାଡ଼ଖାଇରେ ଆମିଷ ବଜାର ଖାଁ ଖାଁ ଥିଲା। ଧର୍ମର ମାସ କାର୍ତ୍ତିକ ଶେଷ ହେବାପରେ ଛାଡ଼ଖାଇ ଥିଲା। ଶନିବାର ଅଧିକାଂଶ ଲୋକ ଆମିଷ ଖାଉ ନ ଥିବାରୁ ବଜାର ଖାଁ ଖାଁ ଥିଲା। ରବିବାର ହେବ ପ୍ରକୃତ ଛାଡ଼ଖାଇ ଓ ଆମିଷ ବଜାରରେ ବିକ୍ରି ଅଧିକ ହେବ ବୋଲି ଆଶା କରାଯାଉଛି। ଏଥିପାଇଁ ବଜାରରେ ଭିଡ଼ ଜମିବ। ରାଜଧାନୀର ୟୁନିଟ୍‍-୪ସ୍ଥିତ ମାଛ ମାର୍କେଟ, ବିଡିଏ ମାଛ ମାର୍କେଟ ଆଦିରେ ଲୋକ ନ ଥିଲେ। ମାସସାରା ଆମିଷ ଛାଡ଼ିଥିବା ଲୋକେ ପ୍ରଥମେ ମାଛ ଖାଇବା ପରେ ଅନ୍ୟାନ୍ୟ ଆମିଷ ଖାଇବେ। ରବିବାର ବ୍ୟବସାୟକୁ ନେଇ ଆଶା ରଖିଛନ୍ତି ମାଛ ବ୍ୟବସାୟୀ, ଚିକେନ୍‍ ଓ ଖାସୀ ମାଂସ ବ୍ୟବସାୟୀ। ଶନିବାର ଯୋଗୁଁ ୨୦ ପ୍ରତିଶତ ବି ବ୍ୟବସାୟ ହୋଇ ନ ଥିବା ମାଛ ବ୍ୟବସାୟୀ ସେକ୍‍ ଅହମ୍ମଦ ଖାନ୍‍ କହିଛନ୍ତି। ରବିବାର ପାଇଁ ଭୁବନେଶ୍ୱରକୁ ଆନ୍ଧ୍ରରୁ ରୋହି ମାଛ, ପାରାଦୀପରୁ ଚିଙ୍ଗୁଡ଼ି ଓ କଙ୍କଡ଼ା ଆମଦାନୀ ହୋଇଛି। ସେହିପରି ପିପିଲିରୁ ଚିକେନ୍‍ ଆସିଥିବାବେଳେ କୋଲକାତା, ନୟାଗଡ଼଼, ମୟୂରଭଞ୍ଜ, ବଲାଙ୍ଗୀର, କାକଟପୁରରୁ ଛେଳି ଆସିଛି।

ରବିବାର ଆମିଷ ମାର୍କେଟରେ ଲୋକଙ୍କ ଭିଡ଼ ଲାଗିବା କଥା ଦୋକାନୀଙ୍କୁ ଆଗରୁ ଜଣାଥିଲା । ସେଥିପାଇଁ ପ୍ରତିଦିନ ତୁଳନାରେ ଆଜି ଅଧିକ ମାଛ ଗଦାଇଛନ୍ତି । ରେଟ ବି ଚଢ଼ା ରହିଛି । ବିଶେଷ କରି ରୋହି, ଭାକୁଡ଼, ଇଲିସ, ଚିଙ୍ଗୁଡି, ଚାନ୍ଦି, ଭେକଟି ମାଛର ଚାହିଦା ଅଧିକ ରହିଛି । ଭାକୁଡ଼ ୩୦୦ରୁ ୩୨୦ରେ ବିକ୍ରି ହେଉଥିବା ବେଳେ ରୋହି ୨୮୦ରୁ ୩୦୦ ଟଙ୍କାରେ ବିକ୍ରି ହେଉଛି । ଇଲିସ ଓ ଚାନ୍ଦିର ଦରରେ ରେକର୍ଡ ପାର କରିଯାଇଛି । ଇଲିସ କେଜି ୧୦୦୦ରୁ ୧୨୦୦ ଟଙ୍କାରେ ବିକ୍ରି ହେଉଛି । ସେହିପରି ଚାନ୍ଦି ୧୨୦୦ରୁ ୧୪୦୦ ଟଙ୍କା କେଜିରେ ବିକ୍ରି ହେଉଛି । ଏତେ ଚଢ଼ା ଦର ପରେ ବି ଏ ଦୁଇ ପ୍ରକାର ଭେରାଇଟ୍ ବଜାରରେ ମିଳିବା କଷ୍ଟ । ଯାହା କିଛି ମାର୍କେଟକୁ ଆସିଥିଲା, ପ୍ରାୟତଃ ଶେଷ ହୋଇଗଲାଣି ।

ଖାଲି ମାଛ ନୁହେଁ ମାଂସ ଦୋକାନରେ ବି ଲୋକଙ୍କ ଗହଳି ଦେଖିବାକୁ ମିଳୁଛି । ଚିକେନ୍ ଦର ୨୩୦ରୁ ୨୫୦ ରହିଛି । ଖାସି ମାଂସ ଦର ବି ସାଧାରଣ ଦିନଠାରୁ ଅଧିକ ରହିଛି । ୭୦୦ରୁ ୭୫୦ କେଜିରେ ବିକ୍ରି ହେଉଥିବା ଖାସି ମାଂସ ଦର ଆଜି ହଜାରେ ପର୍ଯ୍ୟନ୍ତ ଧରିବାକୁ ବସିଲାଣି । ତଥାପି ମାଂସ କିଣିବାକୁ ଲୋକଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି ।

Leave A Reply

Your email address will not be published.