ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରେଲୱେ ଷ୍ଟେସନରେ ଫୁଟ୍‌ ଓଭର ବ୍ରିଜ୍‌ ସ୍ଲାବ୍‌ ଖସି ଜଣେ ମୃତ, ୨୦ ଯାତ୍ରୀ ଆହତ

ମୁମ୍ବାଇ: ମହାରାଷ୍ଟ୍ରରେ ରବିବାର ଅପରାହ୍ନରେ ଏକ ରେଲୱେ ଷ୍ଟେସନରେ ଫୁଟ ଓଭର ବ୍ରିଜ୍‌ ସ୍ଲାବ୍‌ ଖସିପଡ଼ିବାରୁ ଜଣେ ମୃତ୍ୟୁବରଣ କରିଥିବାବେଳେ ପ୍ରାୟ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ଗମ୍ଭୀର ରହିଥିବା କୁହାଯାଇଛି।

ମିଳିଥିବା ସୂଚନା ଅନୁସାରେ, ମହାରାଷ୍ଟ୍ରର ଚନ୍ଦ୍ରପୁର ଷ୍ଟେସନର ଫୁଟ ଓଭର ବ୍ରିଜ୍‌ରେ ଯାତ୍ରୀମାନେ ଯାଉଥିବା ବେଳେ ଅଚାନକ ଭାବେ ଗ୍ରାଉଣ୍ଡ ସ୍ଲାବ ଖସିପଡ଼ିଥିଲା। ଫଳରେ ଏହି ବ୍ରିଜ୍‌ରେ ଯାଉଥିବା ଯାତ୍ରୀମାନେ ପ୍ରାୟ ୬୦ ଫୁଟ୍‌ ତଳକୁ ଟ୍ରାକ୍‌ରେ ପଡ଼ିଥିଲେ। କିଛି ଯାତ୍ରୀ ସ୍ଲାବ ତଳେ ଚାପି ହୋଇଯାଇଥିଲା ବେଳେ ଆଉ କିଛି ଯାତ୍ରୀ ଟ୍ରାକ୍‌ ଉପରେ ପଡ଼ି ଗୁରୁତର ଆହତ ହୋଇଥିଲେ। ସମସ୍ତ ଯାତ୍ରୀଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏହି ସମୟରେ ସଂପୃକ୍ତ ଟ୍ରାକ୍‌ ଦେଇ କୌଣସି ଟ୍ରେନ ଆସୁ ନଥିଲା। ନଚେତ ଅନେକ ଯାତ୍ରୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥାଆନ୍ତା ବୋଲି କୁହାଯାଉଛି। ତଥାପି ଏହି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୨୦ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଦୁର୍ଘଟଣାର କାରଣ କ’ଣ ଥିଲା ତାହାର ଯାଞ୍ଚ ପାଇଁ ରେଳବାଇ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.