ବୌଦ୍ଧ ଲକଡ଼ପାଯୁ ଜଙ୍ଗଲରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଅଳ୍ପକେ ବର୍ତ୍ତିଲେ ବନବିଭାଗର ୫୦ ଜଣିଆ ଟିମ

ବୌଦ୍ଧ: ବୌଦ୍ଧ ରେଞ୍ଜ ଲକଡ଼ପାଯୁ ଜଙ୍ଗଲରେ ଲ୍ୟାଣ୍ଡମାଇନ ବିସ୍ଫୋରଣ । ଅଳ୍ପକେ ବର୍ତ୍ତିଲେ ବନବିଭାଗର ୫୦ ଜଣିଆ ଟିମ । ଗଞ୍ଜେଇ ଚାଷ ନଷ୍ଟ କରିବାକୁ ଗଲାବେଳେ ଫୁଟିଲା ୭ ରାଉଣ୍ଡ ଲ୍ୟାଣ୍ଡମାଇନ । ଲ୍ୟାଣ୍ଡମାଇନ ପାଇଁ ଗଞ୍ଜେଇ ଗଛ ନକାଟି ଫେରିଲା ବନବିଭାଗର ୫୦ ଜଣିଆ ଟିମ ।
ସୂଚନା ଅନୁସାରେ, ବନବିଭାଗର ୫୦ ଜଣିଆ ଟିମ୍ ଲକଡପାଯୁ ଘାଟି ରାସ୍ତାରେ ଗାଡି ରଖି ଜଙ୍ଗଲକୁ ଯାଉଥିବାବେଳେ ଫୁଟିଲା ଲ୍ୟାଣ୍ଡମାଇନ୍। ଘଟଣାସ୍ଥଳରୁ ବିସ୍ପୋରକ ସାମଗ୍ରୀ ଓ କିଛି ତାର ଜବତ ହୋଇଛି । ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ପରେ ଏହି ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।
ଘଟଣାରେ ୩ ସନ୍ଧିଗ୍ଧଙ୍କୁ ଧରି ପୋଲିସର ଜିମା ଦେଇଛି ବନବିଭାଗ । ଆଦର୍ଶ ଥାନାରେ ସନ୍ଧିଗ୍ଧଙ୍କୁ ପଚରାଉଚରା ଜାରି ରହିଛି । ଗାଡି ଉଡାଇବା ପାଇଁ ଲ୍ୟାଣ୍ଡମାଇନ ବସାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।