ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜିଠାରୁ ମାଟ୍ରିକ ସମ୍ମେଟିଭ ଆସେସମେଣ୍ଟ ପରୀକ୍ଷା, କପି ଧରିବାକୁ ୧୧୨ଟି ସ୍କ୍ୱାଡ୍

ଭୁବନେଶ୍ବର :  ଆଜିଠୁ ଦଶମ ଶ୍ରେଣୀର ପ୍ରଥମ ସମ୍ମେଟିଭ ଆସେସମେଣ୍ଟ ପରୀକ୍ଷା ।ମୋଟ ୫ ଲକ୍ଷ ୭୬ ହଜାର ୩୮୭ ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ । ୩ ହଜାର ୧୪୩ଟି କେନ୍ଦ୍ରରେ ପରୀକ୍ଷା ହେବ । ଆସନ୍ତା ୮ ତାରିଖ ଯାଏଁ ଚାଲିବାକୁ ଥିବା ଏହି ପରୀକ୍ଷାରେ ପ୍ରଥମ ତିନି ଦିନ ୨ଟି ସିଟିଂରେ ଲିଖିତ ଓ ଶେଷ ଦିନ କେବଳ ପ୍ରାକ୍ଟିକାଲ ପରୀକ୍ଷା ହେବ । ପରୀକ୍ଷା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ୩୧୧ଟି ନୋଡାଲ୍ କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯାଇଥିବାବେଳେ କପି ଧରିବା ପାଇଁ ୧୧୨ଟି ସ୍କ୍ୱାଡ୍ ଗଠନ କରାଯାଇଛି।

କୋରୋନା ସଂକ୍ରମଣ ଦୃଷ୍ଟିରୁ ସମସ୍ତ ପରୀକ୍ଷା କେନ୍ଦ୍ରରେ ବ୍ୟାପକ ସତର୍କତା ଅବଲମ୍ବନ କରିବାକୁ କେନ୍ଦ୍ର ଅଧୀକ୍ଷକଙ୍କୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତି ରୁମରେ ୨୪ ଜଣ ଲେଖାଏଁ ପିଲା ବସିବେ । OMR ସିଟ୍‌ରେ ୬ଟି ବିଷୟରେ ହେବ ପରୀକ୍ଷା । ଦିନ ୧୦ରୁ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ୯ଟାରୁ କେନ୍ଦ୍ର ଭିତରକୁ କୋଭିଡ କଟକଣାରେ ଯାଞ୍ଚ ପରେ ପିଲାଙ୍କୁ ଛଡ଼ାଯାଉଛି । ୫୦ ମାର୍କ ବିଶିଷ୍ଟ OMR ସିଟରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ପ୍ରତି ବିଷୟ ପାଇଁ ମିଳିବ ୧ ଘଣ୍ଟା ସମୟ ।କେବଳ ଗଣିତ ପାଇଁ ଦିଆଯିବ ୧୫ ମିନିଟର ଅଧିକ ସମୟ । ଦିନକୁ ଦୁଇଟି ସିଫ୍ଟରେ ପରୀକ୍ଷା ହେବ ।

ପରୀକ୍ଷାର୍ଥୀ ଏବଂ ପରୀକ୍ଷା ପରିଚାଳନା ଦାୟିତ୍ୱରେ ଥିବା ଶିକ୍ଷକମାନଙ୍କ ମଧ୍ୟରୁ କେହି ବି ସଂକ୍ରମିତ ହେଲେ କିମ୍ବା ଲକ୍ଷଣ ପ୍ରକାଶ ପାଇଲେ, ସେମାନଙ୍କୁ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ । ବୋର୍ଡ ପକ୍ଷରୁ ନୂଆ ମୂଲ୍ୟାଙ୍କନ ପଦ୍ଧତି ଅନୁଯାୟୀ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପ୍ରଥମ ସମ୍ମେଟିଭ ଆସେସମେଂଟ ପରୀକ୍ଷା କରାଯାଉଛି ।ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଏଭଳି ସ୍ଥିତିରେ ଆଗକୁ ମାର୍ଚ୍ଚ ମାସରେ ବୋର୍ଡ଼ ପରୀକ୍ଷା ହେବ କି ନାହିଁ ତାକୁ ନେଇ ଦ୍ବନ୍ଦ୍ବରେ ଛାତ୍ରଛାତ୍ରୀ ଓ ଶିକ୍ଷକ । ଏଣୁ ସମେଟିଭ ଆସେସମେଣ୍ଟ ପରୀକ୍ଷା ସମସ୍ତ ଛାତ୍ରଛାତ୍ରୀ ନିଶ୍ଚିତ ଦେବାକୁ ସ୍କୁଲ ପକ୍ଷରୁ କୁହାଯାଇଛି । ତେବେ କରୋନା କାରଣରୁ ବାର୍ଷିକ ପରୀକ୍ଷା ହୋଇନପାରିଲେ ଏହି ସମ୍ମେଟିଭ୍ ଆସେସମେଣ୍ଟ ପରୀକ୍ଷା ଫଳ ଆଧାରରେ ମୂଲ୍ୟାୟନ କରାଯିବ ।

Leave A Reply

Your email address will not be published.