ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜି ବିଶ୍ବ ପକ୍ଷୀ ଦିବସ

ସାରା ବିଶ୍ବରେ ପକ୍ଷୀମାନଙ୍କ ସଂଖ୍ୟା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ଏହାକୁ ନେଇ ପରିବେଶବିତ୍‌ମାନେ ଚିନ୍ତା ପ୍ରକଟ କରିଛନ୍ତି। ପକ୍ଷୀଙ୍କ ସୁରକ୍ଷା ଦିଗରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜାନୁୟାରୀ ୫ ତାରିଖକୁ ବିଶ୍ବ ପକ୍ଷୀ ଦିବସ ଭାବେ ପାଳନ କରାଯାଏ। ସହରର ଭିଡ଼ ଅଞ୍ଚଳଠାରୁ ଆରମ୍ଭ କରି ଜଙ୍ଗଲ, ଆର୍ଦଭୂମି, ମରୁଭୂମି ଏପରି କୌଣସି ସ୍ଥାନ ନାହିଁ ଯେଉଁଠି ପକ୍ଷୀ ଦେଖିବାକୁ ମିଳନ୍ତି ନାହିଁ।

କେତେକ ପକ୍ଷୀଙ୍କ ଆଗମନରେ ଆମେ ପାଣିପାଗର ପରିବର୍ତ୍ତନ ବିଷୟରେ ସୂଚନା ପାଇଥାଉ। କିନ୍ତୁ କମ୍ପ୍ୟୁଟର ଓ ମୋବାଇଲ୍‌ରେ ବ୍ୟସ୍ତ ମଣିଷ ଏବେ ଅନେକ ପକ୍ଷୀଙ୍କ ନାମ ମଧ୍ୟ ମନରୁ ପାସୋରି ଦେଲାଣି। ପ୍ରାକୃତିକ ବାସସ୍ଥାନ କ୍ଷୟ, ଅବାଧ ପକ୍ଷୀ ଶିକାର ଯୋଗୁଁ ପକ୍ଷୀ ସଂଖ୍ୟା ହ୍ରାସ ପାଇଥିବାବେଳେ ଏବେ ଜଳବାୟୁ ପରିବର୍ତ୍ତନ ଏଥିପ୍ରତି ପ୍ରତ୍ୟକ୍ଷ ବିପଦ ଭାବେ ଉଭା ହୋଇଛି। ପକ୍ଷୀଜଗତର ସୁରକ୍ଷା ପାଇଁ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ଉଦ୍ଦେଶ୍ୟ। ପ୍ରତିବର୍ଷ ଏହି ସମୟରେ ଏସିଆ ମହାଦେଶର ସର୍ବବୃହତ୍‌ ଲୁଣା ହ୍ରଦ ‘ଚିଲିକା’ରେ ପକ୍ଷୀ ଗଣନା ଆରମ୍ଭ ହୋଇଥାଏ।

Leave A Reply

Your email address will not be published.