ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବ୍ରହ୍ମପୁର ବଡ଼ ମେଡିକାଲରେ ଅଗ୍ନିକାଣ୍ଡ

ବ୍ରହ୍ମପୁର: ବ୍ରହ୍ମପୁର MKCG ମେଡିକାଲ କଲେଜରେ ଅଗ୍ନିକାଣ୍ଡ । ପ୍ଲାଷ୍ଟିକ୍ ସର୍ଜରୀ ୱାର୍ଡରେ ନିଆଁ ଲାଗିଥିବା ଜଣାପଡ଼ିଛି। ୱାର୍ଡରୁ ଧୂଆଁ ବାହାରିବାରୁ କିଛି ରୋଗୀ ବାହାରକୁ ଚାଲି ଆସିଥିଲେ। ଏହାପରେ ୨ ରୋଗୀଙ୍କୁ ସ୍ଥାନାନ୍ତର କରାଯାଇଛି। ନିୟନ୍ତ୍ରଣ ପାଇଁ ଅଗ୍ନିଶମ ବାହିନୀକୁ କଲେଜ ଅଧୀକ୍ଷକ ସୂଚନା ଦେଇଥିଲେ। ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ପ୍ରାଥମିକ ତଦନ୍ତରୁ ଆଗ୍ନିକାଣ୍ଡର କାରଣ ସର୍ଟସର୍କିଟ ଯୋଗୁଁ ହୋଇଥିବା ଆନୁମାନ କରାଯାଉଛି।

Leave A Reply

Your email address will not be published.