ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମାର୍ଚ୍ଚ ସୁଦ୍ଧା ଖୋଲିବ ୧୦ ହଜାର ନୂଆ ଡାକଘର, ୫ କି.ମି. ଭିତରେ ମିଳିବ ସବୁ ସୁବିଧା

ନୂଆଦିଲ୍ଲୀ: ଭାରତୀୟ ଡାକ ବିଭାଗ ନିଜର ପହଞ୍ଚକୁ ବଢାଇବା ପାଇଁ ଚଳିତବର୍ଷ ଅଧିକ ୧୦,୦୦୦ ଡାକ ଘର ଖୋଲିବ। ଡାକ ବିଭାଗର ସଚିବ ଅମନ୍‌ ଶର୍ମା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ନିଜର ପହଞ୍ଚକୁ ବଢାଇବା ପାଇଁ ଅଧିକ ଡାକ ଘର ଖୋଲିବାକୁ ସରକାର ନିର୍ଦେଶ ଦେଇଛନ୍ତି। ଅତିରିକ୍ତ ୧୦,୦୦୦ ଡାକ ଘର ଖୋଲିବାକୁ ଆମକୁ ଅନୁମତି ମିଳିସାରିଛି। ଶ୍ରୀ ଶର୍ମାଙ୍କ କହିବାନୁସାରେ, ଲୋକଙ୍କୁ ସେମାନଙ୍କ ଘରର ୫ କିଲୋମିଟର ଭିତରେ ବ୍ୟାଙ୍କିଙ୍ଗ ଏବଂ ଆର୍ଥିକ ସେବା ଉପଲବ୍ଧ କରାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ନୂଆ ଡାକ ଘରଗୁଡିକ ଚଳିତ ଆର୍ଥିକବର୍ଷ ଅର୍ଥାତ ୨୦୨୩ ମାର୍ଚ୍ଚ ସୁଦ୍ଧା ଖୋଲାଯିବ। ଏହାଫଳରେ ଦେଶରେ ମୋଟ ଡାକଘର ସଂଖ୍ୟା ପ୍ରାୟ ୧.୭ ଲକ୍ଷ ହୋଇଯିବ। ଏହାସହ ଲୋକଙ୍କୁ ସରକାରୀ ସେବା ଯୋଗାଇ ଦେବା ଲାଗି ପାଇଁ ବିଭାଗ ବିଭିନ୍ନ ପ୍ରକଳ୍ପ ଏବଂ ପ୍ରଯୁକ୍ତିବିଦ୍ୟା ଉପରେ କାମ କରୁଛନ୍ତି। ଶ୍ରୀ ଶର୍ମାଙ୍କ ମତରେ ଡାକ ଘରର ଆଧୁନିକୀକରଣ ପାଇଁ ସରକାର ପ୍ରାୟ ୫,୨୦୦ କୋଟି ଟଙ୍କା ଖର୍ଚ୍ଚ କରିବେ । ଲୋକଙ୍କୁ ଡାକ ଘର ଆସିବା ପରିବର୍ତ୍ତେ ଟେକ୍ନୋଲୋଜି ସାହାଯ୍ୟରେ ତାଙ୍କ ଘର ପାଖରେ ସେବା ପହଞ୍ଚାଇବା ନେଇ ସରକାର ଲକ୍ଷ୍ୟ ରଖିଛନ୍ତି ।

Leave A Reply

Your email address will not be published.