ପୋଖରୀପୁଟ ମଧୁସୂଦନ ପାର୍କ ନିକଟରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ବହୁ ଉଠା ଦୋକାନ

ଭୁବନେଶ୍ୱର:  ଭୁବନେଶ୍ବର ସ୍ଥିତ ପୋଖରୀପୁଟ ଅଞ୍ଚଳର ମଧୁସୂଦନ ପାର୍କ ନିକଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗି ବହୁ ଉଠା ଦୋକାନ ଜଳିପୋଡି ପାଉଁଶ ହୋଇ ଯାଇଛି। ତେବେ କେମିତି ଓ କେଉଁ ପରିସ୍ଥିତିରେ ନିଆଁ ଲାଗିଲା ତାହା ଅସ୍ପଷ୍ଟ ରହିଛି । କେତୋଟି ଦୋକାନ ଘର କ୍ଷତିଗ୍ରସ୍ତ ହୋଇଛି ସେ ନେଇ ବର୍ତ୍ତମାନ ସୁଦ୍ଧା ସଠିକ ସୂଚନା ମିଳି ନ ଥିବା ବେଳେ ୧୦ରୁ ଅଧିକ ଉଠା ଦୋକାନ ପୋଡି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି।

Leave a comment