ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମଦ୍ୟପ ଚାଳକଙ୍କୁ ଆଉ ମିଳିବନି ନିସ୍ତାର: ଆଉ ଜରିମାନା ନୁହେଁ, ଏଥର ଜେଲ୍

ଭୁବନେଶ୍ବର: ରାଜଧାନୀରେ ମଦ୍ୟପ ଚାଳକଙ୍କୁ ଆଉ ନିସ୍ତାର ମିଳିବନି। ଏଣିକି ମଦପିଇ ଗାଡି ଚଳାଇ ଧରାପଡ଼ିଲେ ସିଧା ଗିରଫ ହେବେ। ମଦ ପିଇ ଗାଡି ଚଳାଇଲେ ଫାଇନ ନୁହେଁ ବରଂ ଏଥର ଗିରଫ ହେବେ ଡ୍ରାଇଭର। କୋର୍ଟ ଦେବ ଜାମିନ। ନୂଆ କରି କମିଶନର ଭାବେ ଯୋଗଦେବା ପରେ ମଦ୍ୟପ ଡ୍ରାଇଭରଙ୍କ ବିରୋଧରେ ଜିରୋ ଟଲରାନ୍ସ ନୀତି ଅବଲମ୍ବନ କରାଯାଇଛି । ଲକ୍ଷ୍ମୀସାଗର ଥାନା ପକ୍ଷରୁ ଚେକିଂ ଚାଲିଥିବା ବେଳେ ଗତକାଲି ବିଳମ୍ବିତ ରାତିରେ କଟକ ରୋଡ଼ ନିକଟରୁ କାର ସହ ଚାରି ଜଣଙ୍କୁ କାବୁ କରିଥିଲା ପୁଲିସ । ଅତ୍ୟଧିକ ମଦ୍ୟପାନ କରିବା ସହ ସେମାନେ ପୁଲିସକୁ ଗାଳି ଗୁଳଜ କରୁଥିବା ଦେଖାଯାଇଥିଲା। ଆଜି ୪ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବା ସହ ୪ଟି କାର ଜବତ କରାଯାଇଛି ।

ଅନ୍ୟପଟେ ମଦ ପିଇ ଗାଡ଼ି ଡ୍ରାଇଭିଂ କରୁଥିବା ବ୍ୟକ୍ତିମାନଙ୍କୁ ଗିରଫ କରିବା ସହ ସେମାନଙ୍କୁ ଜେଲ୍‌‌ ପଠାଇବାକୁ ମୋଟର ପରିବହନ ଆଇନ-୧୯୮୮ର ଧାରା ୧୮୫ରେ ପ୍ରାବଧାନ ରହିଛି। ଏପରିକି ପ୍ରଥମ ଥର ଏଭଳି ଅପରାଧ କରିଥିବା ଗାଡ଼ିଚାଳକଙ୍କୁ ବି ପୁଲିସ ଗିରଫ କରି ଜେଲ୍‌‌ ପଠାଇପାରିବ। ଏହା ସହିତ ସମ୍ପୃକ୍ତ ଡ୍ରାଇଭରଙ୍କ ଡ୍ରାଇଭିଂ ଲାଇସେନ୍ସକୁ ଅତିକମରେ ୩ମାସ ପାଇଁ ନିଲମ୍ୱନ କରାଯିବ। ମଦ ପିଇ ଗାଡ଼ି ଚଳାଉଥିବାର ଡ୍ରାଇଭର ପ୍ରଥମଥର ଚିହ୍ନଟ ହେଲେ ତାଙ୍କ ବିରୁଦ୍ଧରେ ୬ମାସ ପର୍ଯ୍ୟନ୍ତ ଜେଲ ଦଣ୍ଡ ଅବା ୧୦ହଜାର ଟଙ୍କା ଅବା ଉଭୟ ଦଣ୍ଡର ପ୍ରାବଧାନ ରହିଛି। ସେହିପରି ଦ୍ୱିତୀୟ ଥର ଧରାପଡ଼ିଲେ ୨ବର୍ଷ ପର୍ଯ୍ୟନ୍ତ ଜେଲ୍‌‌ ଦଣ୍ଡ ଅବା ୧୫ହଜାର ଟଙ୍କା ଅବା ଉଭୟ ଦଣ୍ଡର ପ୍ରାବଧାନ ରହିଛ।

Leave A Reply

Your email address will not be published.