ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆହୁରି ଉତ୍ସବମୁଖର ହେବ ରାଜଧାନୀ: ଡଟ୍ ଫେଷ୍ଟକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ହକି ବିଶ୍ବକପ ଉତ୍ସାହ ଭିତରେ ଆହୁରି ଉତ୍ସବମୁଖର ହେବ ରାଜଧାନୀ । ଉଦଘାଟିତ ହୋଇଯାଇଛି ଡଟ୍ ଫେଷ୍ଟ । ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଦଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀ  ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । କହିଛନ୍ତି ମନ୍ଦିରମାଳିନୀ ସହର ଭୁବନେଶ୍ୱର ଆଜି ଚର୍ଚ୍ଚାରେ। ସଂସ୍କୃତି କ୍ଷେତ୍ରରେ ଓଡ଼ିଶା ସାରା ଭାରତରେ ସର୍ବାଗ୍ରେ ରହିବ। ଆଜି ଉଦଘାଟିତ ହୋଇଥିବା ଏହି ଡଟଫେଷ୍ଟ ୨୯ ତାରିଖ ଯାଏ ଚାଲିବ। ଦୁଲୁକିବ ପ୍ରଦର୍ଶନୀ ପଡ଼ିଆ ।

ଖାଦ୍ୟର ସମ୍ଭାର ସାଙ୍ଗକୁ ମିଳିବ ମନୋରଞ୍ଜନର ଭରପୁର ଖୋରାକ୍ । ଏକାମ୍ର ହାଟରେ ଶତାଧିକ ଫୁଡ଼ ଷ୍ଟଲ ସହ ମିଶନ ଶକ୍ତି, ହସ୍ତତନ୍ତ, ହସ୍ତଶିଳ୍ପ, ଓଡ଼ିଆଙ୍କ ନିଜସ୍ବ ପ୍ରଡ଼କ୍ଟ ପ୍ରଦର୍ଶୀତ ହେବ । ନାଇଟ ଫ୍ଲି ମାର୍କେଟ ସହିତ ଚାଲିବ ଏକାମ୍ର ଓ୍ବାକସ୍ । ପ୍ରଦର୍ଶନୀ ପଡ଼ିଆର ଗୋଟିଏ ପଟେ ଅନ୍ତଜାର୍ତୀୟ ଖାଦ୍ୟ ମେଳା ସନ୍ଧ୍ୟା ୬ରୁ ଆରମ୍ଭ ହେବ । ପ୍ରଦର୍ଶନୀ ପଡ଼ିଆରେ ହୋଇଥିବା ମହାମଞ୍ଚରେ ରାତି ୧୦ ଯାଏଁ ଚାଲିବ ରଙ୍ଗାରଙ୍ଗ କାର୍ଯ୍ଯକ୍ରମ ।

ବଲିଉଡ଼ର ଦିଶା ପଟାନୀ, ବ୍ଲାକ ସ୍ବାନ ଗ୍ରୁପ, ଗୁରୁ ରାନ୍ଧଓ୍ବା, ପ୍ରିୟା ମାଲିକ, ନୀତି ମୋହନ, ଦିବ୍ୟ କୁମାର, ସୁନୀଲ ଗ୍ରୋଭର, ଶିଳ୍ପା ରାଓ, ଉଦିତ ନାରାୟଣ, ଅଲକା ୟାଗ୍ନିକ, ସୁଖଓ୍ବିନ୍ଦର ସିଂହ,ଇଣ୍ଡିଆଲ ଆଇଡ଼ଲ ଫେମ ପଓ୍ବନଦୀପ ଓ ଅରୁଣିତା ରାଜଧାନୀବାସୀଙ୍କ ମନ ମୋହିବେ । ଓଡ଼ିଶାର ସୁନାମଧନ୍ୟ ଋତୁରାଜ,ବିଗ ଡ଼ିଲ୍ ରାପର, ସ୍ନିତି ମିଶ୍ର, ଲିସା ମିଶ୍ର, ଅନନ୍ୟା ନନ୍ଦ ଭଳି କଳାକାର ମହାମଞ୍ଚରେ କଳାର ପ୍ରଦର୍ଶନ କରିବେ ।

ହଲିଉଡ଼ର ଜର୍ଜ ବ୍ରୁକ୍ସ, ଲୁଇସ୍ ବ୍ୟାଙ୍କସ ସେମାନଙ୍କ କନସର୍ଟରେ କମାଲ କରିବେ । ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି କମିଶନରେଟ ପୁଲିସ । ସୁରକ୍ଷା ଦାୟିତ୍ବରେ ରହିବେ ୧୫ ପ୍ଲାଟୁନ ପୁଲିସ ଫୋର୍ସ । ୨ ଜଣ ଅତିରିକ୍ତ ଡିସିପିଙ୍କ ସହ, ୬ଜଣ ଏସିପି, ୫୧ ଜଣ ଆଇ ଆଇ ସି ରହିବେ । ସିସିଟିଭି ସର୍ଭିଲାନ୍ସରେ ରହିଛି ପୁରା ପ୍ରଦର୍ଶନୀ ପଡିଆ ।

Leave A Reply

Your email address will not be published.