ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶ୍ରୀଲଙ୍କା ବିପକ୍ଷ ୩ୟ ଦିନିକିଆ ଜିତି ସିରିଜ କ୍ଲିନ୍ ସୁଇପ କଲା ଭାରତ

ଥିରୁଅନନ୍ତପୁରମ: ଶ୍ରୀଲଙ୍କା ବିପକ୍ଷ ଦିନିକଆ ସିରିଜକୁ ୩-୦ ରେ କ୍ଲିନ ସୁଇପ କଲା ଭାରତ। ଅନ୍ତିମ ଦିନିକିଆରେ ଭାରତ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ ହରାଇ ୩୯୦ ରନ କରିଥିଲା। ଏହି ମ୍ୟାଚକୁ ଜିତିବାକୁ ହେଲେ ଶ୍ରୀଲଙ୍କାକୁ ୩୯୧ ରନର ଆବଶ୍ୟକତା ରହିଥିଲା। ହେଲେ ଶ୍ରୀଲଙ୍କା ୨୨ ଓଭରରେ ୧୦ ୱେକଟ ହରାଇ ୭୨ ରନ କରିବକୁ ସକ୍ଷମ ହୋଇଛି। ଫଳରେ ଭାରତ ଏହ ମ୍ୟାଚକୁ ୩୧୭ ରନରେ ଜିତି ନେଇଛି।

ଶ୍ରୀଲଙ୍କା ପକ୍ଷରୁ ଅଭିସ୍କା ଫର୍ଣ୍ଣାଣ୍ଡୋ ୪ ବଲରେ ୧ ରନ କରି ଆଉଟ ହୋଇଥିଲେ। ନୁଆନିନ୍ଦୁ ଫର୍ଣ୍ଣାଣ୍ଡୋ  ୨୭ ବଲରେ ୧୯ ରନ କରି ଆଉଟ ହୋଇଥିଲେ। କୁଶଲ ମେଣ୍ଡିସ୍‌ ୭ ବଲରେ  ୪ ରନ କରି ଆଉଟ ହୋଇଥିବା ବେଳେ ଚରିଥ ଆଶାଲଙ୍କା ୪ ବଲରେ ୧ ରନ କରି ଆଉଟ ହୋଇଥିଲେ। ଅଧିନାୟକ ଡାସୁନ ଶଣକା ୨୬ ବଲରେ ୧୧ ରନ କରି ଆଉଟ ହୋଇଥିଲେ। ୱାନିଣ୍ଡୁ ହସରଙ୍ଗା ୭ ବଲରେ ୧ ଓ ଚାମିକା କରୁଣାରତ୍ନେ ୬ ବଲରେ ୧ ରନ କରି ଆଉଟ ହୋଇଥିଲେ। ଦୁନିଥ ୱେଲାଲାଗେ ୧୩ ବଲରେ ୩ ରନ କରି ଆଉଟ ହୋଇଥିଲେ। ଲାହିରୁ କୁମାରା ୧୯ ବଲରେ ୯ ରନ କରି ଆଉଟ ହୋଇଥିଲେ।

ଭାରତ ପକ୍ଷରୁ ବୋଲିଂରେ ମହମ୍ମଦ ସିରାଜ ସର୍ବାଧିର ୪ଟି ୱେକେଟ ନେଇଥିବା ବେଳ ମହମ୍ମଦ ସାମି  ଓ କୁଲଦୀପ ଯାଦବ ୨ଟି ଲେଖାଏଁ ୱିକେଟ ନେଇଥିଲେ।

ସେହିପରି ଭାରତ ପକ୍ଷରୁ ବ୍ୟାଟିଂରେ ଅଧିନାୟକ ରୋହିତ ଶର୍ମା ୪୯ ବଲରେ ୪୨ ରନ କରି ଆଉଟ ହୋଇଥିଲେ। ଅନ୍ୟପଟେ ଶୁଭମନ ଗିଲ୍‌ ଓ  ବିରାଟ କୋହଲି ପାରିକୁ ସମ୍ଭାଳିଥିଲେ। ଶୁଭମନ ଗିଲ୍‌  ଓ ବିରାଟ କୋହଲି ଦୁଇଜଣ ଶତକୀୟ ଇଂନିସ ଖେଳିଥିଲେ। ଶୁଭମନ ଗିଲ୍‌ ୯୭ ବଲରେ ୧୧୬ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ସମ୍ଭାଳିବା ପାଇଁ ଶ୍ରେୟାସ ଆୟର ଆସିଥିଲେ। ଶ୍ରେୟାସ ଆୟର ୩୨ ବଲରେ ୩୮ ରନ କରି ଆଉଟ ହୋଇଥିଲେ। ଅନ୍ୟପଟେ ବିରାଟ ପାରିକୁ ସମ୍ଭାଳିଥିଲେ। ଶ୍ରେୟାସ ଆୟର ଆଉଟ ହେବା ପରେ ବିରାଟଙ୍କ ସାଥ ଦେବା ପାଇଁ କେଏଲ୍‌ ରାହୁଲ ଆସିଥିଲେ। କେଏଲ୍‌ ରାହୁଲ ୬ ବଲରେ ୭ ରନ କରି ଆଉଟ ହୋଇଥିଲେ। ପରେ ବିରାଟଙ୍କ ସାଥ ଦେବା ପାଇଁ ସୁର୍ଯ୍ଯକୁମାର ଯାଦବ ଆସିଥିଲେ। ସୁର୍ଯ୍ଯକୁମାର ୪ ବଲରେ ୪ ରନ କରି ଆଉଟ ହୋଇଥିଲେ। ପରେ ଅକ୍ଷର ପଟେଲ ଆସିଥିଲେ। ବିରାଟ କୋହଲି ଅପରାଜିତ ରହି ୧୧୦ ବଲରେ ୧୬୬ ରନ କରିଥିଲେ। ଏଥିରେ ୮ଟି ଛକା ୧୩ଟି ଚୌକା ସାମିଲ ରହିଛି।

Leave A Reply

Your email address will not be published.