ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିପର୍ଯ୍ୟସ୍ତ ବିଦ୍ୟୁତ ସେବା : କେଣ୍ଡେଲକୁ ଭରସା କରୁଛନ୍ତି କମର୍ଦ୍ଦାବାସୀ

କମର୍ଦ୍ଦା : ଭୋଗରାଇ ବ୍ଲକ କମର୍ଦ୍ଦା ସେକ୍ସନ ରେ ବିଦ୍ୟୁତ ସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ସାଧାରଣତଃ ପ୍ରତ୍ୟେକ ବ୍ୟକ୍ତି ପାଇଁ ଖାଦ୍ୟ,ବସ୍ତ୍ର, ବାସଗୃହ ଯେତିକି ଆବଶ୍ୟକ ସେତିକି ଆବଶ୍ୟକ ହେଲା ବିଜୁଳି। ଯାହା ନହେଲେ ଦୈନନ୍ଦିନ ଜୀବନରେ ଲୋକଙ୍କ ଜୀବନ ଦୁର୍ବିସହ ହୋଇଯାଏ। ହେଲେ ସେଭଳି ଅତ୍ୟାବଶକୀୟ ସେବାରୁ ବଞ୍ଚିତ ହେଉଛନ୍ତି ଏହି ବ୍ଲକ ଅନ୍ତର୍ଗତ କମର୍ଦା ବିଦ୍ୟୁତ ସେକ୍ସନ ଅଧୀନରେ ଥିବା ପ୍ରାୟ ୧୮ହଜାର ବିଦ୍ୟୁତ ଉପଭୋକ୍ତା। ସୂଚନା ମୁତାବକ ଏହି ବିଦ୍ୟୁତ ସେକ୍ସନରେ ଉପଭୋକ୍ତା ମାନେ ୨୪ ଘଣ୍ଟିଆ ବିଦ୍ୟୁତ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି।

ଅଘୋଷିତ ଭାବେ ଘନ ଘନ ବିଜୁଳି କାଟ ପାଇଁ ଉପଭୋକ୍ତାମାନେ ଦୁର୍ଦ୍ଦଶା ଭୋଗ କରୁଛନ୍ତି। ଏପରିକି ଉଲୁଡ଼ା ଗାଁରେ ଆଜକୁ ୧୦/୧୨ ଦିନ ହେବ ଏକ ଟ୍ରାନ୍ସଫର୍ମର ପୋଡ଼ି ଯାଇଥିବା ବେଳେ ଏପର୍ଯ୍ୟନ୍ତ ଏହାକୁ ବଦଳାଇ ନୂତନ ଟ୍ରାନ୍ସଫର୍ମର ଲାଗି ପାରୁ ନାହିଁ। ଫଳରେ ଗରମ ଗୁଳିଗୁଳି ପାଇଁ ସ୍ଥାନୀୟ ଲୋକମାନେ ତ୍ରାହି ତ୍ରାହି ଡାକୁଥିବା ବେଳେ ବିଜୁଳି ବିଭାଗର ଖାମ ଖିଆଲି କାର୍ଯ୍ୟ ଏବେ ଅସନ୍ତୋଷର କାରଣ ପାଲଟିଛି।

ଅନ୍ୟପକ୍ଷରେ ଭୋଗରାଇ ବିଦ୍ୟୁତ ଉପଖଣ୍ଡର ଏସ ଡି ଓ କାନ୍ତି ଭୂଷଣ ଜେନା ସଫେଇ ଦେଇ କହିଛନ୍ତି ଯେ ଏଭଳି ସମସ୍ୟା ସେଠାରେ ୧ମାସ ପୂର୍ବରୁ ହେଉଥିଲା, କାରଣ ବିଭାଗୀୟ କର୍ମଚାରୀ ମାନେ ବାରମ୍ବାର ସର୍ଟ ଡାଉନ ନେଇ ମରାମତି କାର୍ଯ୍ୟ କରୁଥିଲେ। ମାତ୍ର ବର୍ତ୍ତମାନ ତାହା ବନ୍ଦ କରାଯାଇଛି। କେବଳ ସକାଳ ୯ଟା ରୁ ୧୦ଟା ଏବଂ ଅପରାହ୍ନ ୪ଟା ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଯେଉଁଠି କାର୍ଯ୍ୟ ଚାଲିବାକୁ ଥିବ ସେଥିପାଇଁ କର୍ମଚାରୀ ମାନେ ସର୍ଟ ଡାଉନ ନେଇ ପାରିବେ। କେବଳ ସେତିକି ସମୟରେ ବିଦ୍ୟୁତ କାଟ ହେଉଛି।ଅନ୍ୟ ସମୟରେ ବିଦ୍ୟୁତ ଯୋଗାଣ ସ୍ୱାଭାବିକ ରହୁଛି।

Leave A Reply

Your email address will not be published.