ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନିଜ ସ୍ତ୍ରୀ ପିଲା ଛୁଆଙ୍କୁ ନିଆଁ ଲଗାଇବା ସହିତ ମାଡ଼ ମାରି ସ୍ୱାମୀ ଗିରଫ

ବଅଁରପାଳ : ବଅଁରପାଳ ଥାନା ଅନ୍ତର୍ଗତ ନୂଆହତା ଗଡ଼ସାହି ହୀରା ଗୋଛାୟତ ଓ ତାଙ୍କର ଦୁଇ ଛୁଆ କୁ ନିଆଁ ଲଗାଇ ମାରିବା ପାଇଁ ଉଦ୍ୟମ କରିବା ସହିତ ମାଡ଼ ମାରି ସ୍ୱାମୀ ରଞ୍ଜନ ଗୋଛୟତ ଗିରଫ। ଥାନା ଅଧିକାରୀ ନରେଶ ସାହୁ ଦେଇଥିବା ସୂଚନା ଅନୁଯାୟୀ ଗତ ରାତିରେ ରଞ୍ଜନ ଗୋଛାୟତ ଙ୍କର ସ୍ତ୍ରୀ ହୀରା ଗୋଛାୟତ ଓ ତାଙ୍କର ଦୁଇ ଛୁଆ ଶୋଇଥିବ ସମୟ ରାତି ୧୨ ଟା ବେଳେ ରଞ୍ଜନ ଗୋଛାୟତ ବାହାର ପଟୁ ଘରକୁ ତାଲା ପକାଇ ଚାଳ ଘରକୁ ନିଆଁ ଲଗାଇ ଦେଇଥିଲେ।

ଘର ଜଳିବା ଦେଖି ପରିବାର ଲୋକ ପାଟି କରି ଘର କବାଟ ଖୋଲିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଘର କବାଟ ଖୋଲି ନଥିଲା। ପରିବାର ଲୋକ ପାଟି ଶୁଣି ରଞ୍ଜନ ବାପା କନ୍ଦର୍ପ ଗୋଛାୟତ ତାଙ୍କ ମାନଙ୍କୁ ଉଦ୍ଧାର କରିଥିଲେ ଓ ଦମକଳ ବାହୀନ ଆସି ନିଆଁ କୁ ଆୟତ୍ତ କରିଥିଲେ।ନିଆଁ ରେ କେହି ଆହାତ ହୋଇନଥିବା ଜଣାପଡିଛି।ତିନି ଦିନ ପୂର୍ବରୁ ରଞ୍ଜନ ଏକ ଲୁହା ପାଇପ ରେ ସ୍ତ୍ରୀ ହୀରା କୁ ଆକ୍ରମଣ କରି ମୁଣ୍ଡ ଫଟାଇ ଦେଇଥିବା ନିଜ ଏତେଲା ରେ ଲେଖିଛନ୍ତି। ପୋଲିସ ହୀରା ଙ୍କର ଏତେଲା କୁ ଆଧାର କରି ମାମଲା ରୁଜ୍ଜୁ କରି ଆଜି ରଞ୍ଜନ କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Leave A Reply

Your email address will not be published.