ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନିର୍ବାଚନୀ ପ୍ରତିଶୃତି ପୂରଣ କଲେ ପରାଜିତ ପ୍ରାର୍ଥୀ ଦୀପ୍ତିକାନ୍ତ, ଅସହାୟ ବିଧବା ବୃଦ୍ଧାଙ୍କ ଭଙ୍ଗା ଚାଳିଆକୁ କଲେ ନବୀକରଣ

ନୀଳଗିରି :  ନିର୍ବାଚନରେ ସିନା ହାରିଲେ କିନ୍ତୁ ମନ ବଳ ହାରିନାହାନ୍ତି ଜଣେ ନେତା। ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶୃତି କୁ ପୂରଣ କରିବାକୁ ଅଣ୍ଟା ଭିଡିଛନ୍ତି। ସିଏ ହେଉଛନ୍ତି ନୀଳଗିରି ଏନଏସିର ୮ ୱାର୍ଡରେ କାଉନସିଲର ପାଇଁ ପ୍ରତୀନ୍ଦ୍ୱନ୍ଦି କରୁଥିବା ଯୁବକ ଦୀପ୍ତିକାନ୍ତ ପୃଷ୍ଟି ଓରଫ ଟୁନା। ଦୀପ୍ତିକାନ୍ତ ଚଳିତ ଏନଏସି ନିର୍ବାଚନର ପ୍ରଚାର ବେଳେ ନୀଳଗିରି ଏନଏସିର ୮ ନଂ ୱାର୍ଡ ଚିମିନିଭାଟି ଗ୍ରାମର ଅତି ଦହନୀୟ ଅବସ୍ଥାରେ ଭଙ୍ଗା ଚାଳିଆରେ ଅସହାୟ ହୋଇ ଜୀବନ କାଟୁଥିବା ବିଧବା ବୃଦ୍ଧା ମୁନି କିସ୍କୁଙ୍କ ଉପରେ ନଜର ପଡିଥିଲା। ତାଙ୍କ ପାଖକୁ ଯାଇ ଦୁଃଖ ବୁଝିବା ସହ ତାଙ୍କୁ ସହାୟତା କରିବେ ବୋଲି ପ୍ରତିଶୃତି ଦେଇଥିଲେ।

ହେଲେ ନିର୍ବାଚନରେ ସେ ପରାଜୟ ବରଣ କରିଥିଲେ। ହେଲେ ପରାଜୟ ପରେ ସେ ତାଙ୍କ ପ୍ରତିଶୃତି ଭୁଲି ନଥିଲେ। ପରାଜୟ ପରେ ଯେତେବେଳେ ଗାଁ କୁ ଆସିଥିଲେ ଗ୍ରାମବାସୀ ତାଙ୍କୁ ହଳଦୀ ପାଣିରେ ଗୋଡ଼ ଧୋଇଦେବା ସହ ତାଙ୍କ ଜନ୍ମ ଦିନକୁ ଗାଁରେ କେକ କାଟି ପାଳନ କରିଥିଲେ। ନିର୍ବାଚନ ରେ ହାରିଗଲେ ସତ କିନ୍ତୁ ତାଙ୍କ ପ୍ରତିଶ୍ରୁତି ପୂରଣ କରିଛନ୍ତି ଦୀପ୍ତିକାନ୍ତ। ଆଜି ନିଜ ସହଯୋଗୀ ଓ ଗ୍ରାମବାସୀଙ୍କୁ ନେଇ ବାଉଁଶ ଓ ପଲିଥିନ ସହାୟତା ଅସ୍ଥାୟୀ ଭାବେ ତାଙ୍କ ଭଙ୍ଗା ଘରକୁ ସଜାଡି ଦେଇଛନ୍ତି ଆଉ ପ୍ରତିଶୃତି ଦେଇଛନ୍ତି ଆଗାମୀ ଦିନରେ କିଭଳି ସରକାରୀ ସ୍ତରରେ ଜାଗା ସହ ପକ୍କା ଘର କରେଇ ଦେବେ। କିନ୍ତୁ ଦୁଃଖର କଥା ବୃଦ୍ଧାଙ୍କ ତିନି ମାସର ବିଧବା ଭତ୍ତା ଏଯାଏଁ ମିଳିନି ବୋଲି ଅଭିଯୋଗ କରିଛନ୍ତି। ଲୋକଙ୍କ ଏଭଳି ଭଲପାଇବା ଓ ନେତାଙ୍କ ଏଭଳି କାର୍ଯ୍ୟ ନିଶ୍ଚୟ ଜଣେ ଭଲ ନେତାଙ୍କ ପରିଚୟ ବୋଲି ଜଣାପଡିଛି।

Leave A Reply

Your email address will not be published.