ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କେଉଁ ମାସ ଏବଂ ନକ୍ଷତ୍ରରେ ଦୀପ ଦାନ କଲେ ହୋଇଥାଏ ବିଶେଷ ଫଳପ୍ରଦ

ଦାନ, ପୁଣ୍ୟ, ଜପ, ତପ ଓ କର୍ମର ମହତ୍ତ୍ୱ ବିଷୟରେ ବିଭିନ୍ନ ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି। ପର୍ବପର୍ବାଣୀ, ତିଥିବାରରେ ଦାନର ଅକ୍ଷୟ ଫଳ ପ୍ରାପ୍ତି ହୁଏ ବୋଲି ବିଶ୍ବାସ ରହିଛି। ତେବେ ସମସ୍ତ ଦାନ ମଧ୍ୟରୁ ଦୀପଦାନ ବିଶେଷ ଗୁରୁତ୍ବ ବହନ କରେ। ଏପରିକି ସମସ୍ତ ଶୁଭ କାର୍ଯ୍ୟରେ ଦୀପଦାନ କରାଯାଇଥାଏ। ତେବେ ଦୀପଦାନ କରିବାର କିଛି ନିୟମ ମଧ୍ୟ ରହିଛି। ଯଦିଓ ବର୍ଷର ଯେକୌଣସି ସମୟରେ ଦୀପ ଦାନ କରାଯାଇପାରେ, କିନ୍ତୁ ଏକ ନିର୍ଦ୍ଦିଷ୍ଟ ଦିନ, ମାସ ଏବଂ ନକ୍ଷତ୍ରରେ ଦୀପ ଦାନ କଲେ ବିଶେଷ ଫଳପ୍ରଦ ହୋଇଥାଏ।

  • ଶାସ୍ତ୍ର ଅନୁଯାୟୀ, ଦୀପ ଦାନ ପାଇଁ ବସନ୍ତ, ହେମନ୍ତ, ଶିଶିର, ବର୍ଷା ଏବଂ ଶରତ ଋତୁ ସର୍ବୋତ୍ତମ। ସେହିଭଳି ବୈଶାଖ, ଶ୍ରାବଣ, ଅଶ୍ୱିନ, କାର୍ତ୍ତିକ, ମାର୍ଗଶିର, ପୌଷ, ମାଘ ଏବଂ ଫାଲ୍‌ଗୁନ ମାସରେ ଦୀପଦାନ କରିବା ଉତ୍ତମ ବୋଲି ବିବେଚନା କରାଯାଏ।
  • ପୂର୍ଣ୍ଣମୀ, ଦ୍ବିତୀୟା, ପଞ୍ଚମୀ, ଷଷ୍ଠୀ, ସପ୍ତମୀ, ଦ୍ୱାଦଶୀ, ତ୍ରୟୋଦଶୀ ତିଥିରେ ଦୀପଦାନ କରିବା ଶ୍ରେଷ୍ଠ ବିବେଚନା କରାଯାଏ। ସେହିଭଳି ରୋହିଣୀ, ଆର୍ଦ୍ରା, ପୁଷ୍ୟ, ହସ୍ତା, ସ୍ବାତୀ, ବିଶାଖା ଓ ଜ୍ୟେଷ୍ଠା ଆଦି ନକ୍ଷତ୍ରରେ ଦିପଦାନ କଲେ ଅଶେଷ ପୁଣ୍ୟ ମିଳିଥାଏ।
  • ସୂର୍ଯ୍ୟପରାଗ, ଚନ୍ଦ୍ରଗ୍ରହଣ, ସଂକ୍ରାନ୍ତି, କୃଷ୍ଣପକ୍ଷ ଅଷ୍ଟମୀ ତିଥି, ନବରାତ୍ରୀରେ ଦୀପ ଦାନ କଲେ ଅକ୍ଷୟ ଫଳ ପ୍ରାପ୍ତ ହୋଇଥାଏ।
  • ଅଗ୍ନିପୁରାଣ ଅନୁସାରେ, ଯଦି କୌଣସି ବ୍ୟକ୍ତି ନିଜ ଘରେ କୌଣସି ଅଟକି ଥିବା କାମ ପାଇଁ ମାନସିକ କରି ଦେବସ୍ଥଳୀରେ ଏକବର୍ଷ ଅଖଣ୍ଡ ଦୀପ ଜାଳନ୍ତି, ତେବେ ତାଙ୍କୁ ଜୀବନରେ ସବୁକିଛି ମିଳିଥାଏ ଏବଂ ତାଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ।
  • ସେହିଭଳି ପୂଜାଘରେ ଦୀପ ସବୁବେଳେ ପୂର୍ବମୁଖା କରି ଜାଳିବା ଦରକାର। ସେହିପରି ଶନିଦେବଙ୍କ ପାଇଁ ପ୍ରତି ମଙ୍ଗଳବାର ପଶ୍ଚିମମୁଖା କରି ସୋରିଷ ତେଲ ଓ ଶନିବାର ରାଶିତେଲରେ ଦୀପ ଦେବାର ବିଧି ରହିଛି । ବିଶ୍ବାସ ରହିଛି ଯେ, ପ୍ରତି ପୂର୍ଣ୍ଣିମାରେ ନିକଟସ୍ଥ ମନ୍ଦିରରେ ଦୀପଦାନ ଦ୍ୱାରା ଭଗବାନଙ୍କ କୃପା ପ୍ରାପ୍ତି ହୋଇଥାଏ ।
Leave A Reply

Your email address will not be published.