ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ହଡଗଡ଼ ବନାଞ୍ଚଳରେ ହାତୀଛୁଆର ମୃତଦେହ ଠାବ, ଲଢେଇରୁ ମୃତ୍ୟୁ ହୋଇଥିବା ସୂଚନା

କେନ୍ଦୁଝର /ହାଟଡ଼ିହି: ପୁଣି ଏକ ହାତୀଛୁଆର ମୃତଦେହ ଉଦ୍ଧାର । ଆନନ୍ଦପୂର୍ଵ ବନ୍ୟପ୍ରାଣୀ ବନଖଣ୍ଡର ହଦଗଡ଼ ବନାଞ୍ଚଳରେ ଏକ ହାତୀ ଛୁଆର ମୃତ୍ୟୁ ହୋଇଥିବା ଜଣାପଡିଛି। ଘଟଣା ସମ୍ପର୍କରେ ବନ ବିଭାଗ ଖବରପାଇ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ମୃତ ହାତୀଛୁଆର ମୃତଦେହ ଠାବ କରିଥିଲେ। ପାରିପାର୍ଶ୍ଵିକ ପରିସ୍ଥିତିରୁ ହାତୀ ହାତୀ ମଧ୍ୟରେ ଲଢେଇରୁ ଦନ୍ତା ଛୁଆଟିର ମୃତ୍ୟୁ ହୋଇଥିବା ଆନନ୍ଦପୁର ଡ଼ିଏଫଓ କହିଛନ୍ତି। ମୃତ ହାତୀ ଛୁଆର ବୟସ ୬/୭ବର୍ଷ ହେବ। ବ୍ୟବଚ୍ଛେଦ ପରେ ହାତୀ ଛୁଆକୁ ପୋତି ଦିଆଯାଇଥିବା ସୂଚନା ମିଳିଛି।

Leave A Reply

Your email address will not be published.