ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଯାହାକୁ ରଖିବେ ଅନନ୍ତ….ତିନିଟି ହସ୍ପିଟାଲ ମୃତ ଘୋଷଣା କରିବା ପରେ ବ୍ୟବଚ୍ଛେଦ ସମୟରେ ହଠାତ ଫେରିଲା ଜୀବନ

ନୂଆଦିଲ୍ଲୀ: ବ୍ୟକ୍ତିଙ୍କର ସଡକ ଦୁର୍ଘଟଣା ପରେ ପରିବାର ଲୋକେ ହସ୍ପିଟାଲକୁ ନେଲେ । ହସ୍ପିଟାଲ ମୃତ ଘୋଷଣା କଲେ । ହସ୍ପିଟାଲ ମୃତ ଘୋଷଣା କରିବାର ୭ ଘଣ୍ଟା ପରେ ବ୍ୟବଚ୍ଛେଦ ସମୟରେ ପୁଣି ଜୀବନ ଫେରିପାଇଲେ ଦୁର୍ଘଟଣାରେ ଶିକାର ହୋଇଥିବା ବ୍ୟକ୍ତି । ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ଜିଲ୍ଲାର ମୁରଦାବାଦ ଅଞ୍ଚଳରେ । ଏଠାରେ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତି ଆହତ ହୋଇଥିବା ନେଇ ପୁଲିସକୁ ଖବର ମିଳିଥିଲା। ଏହାପରେ ପରିବାର ଲୋକେ ଆହତ ବ୍ୟକ୍ତିଙ୍କୁ ହସ୍ପିଟାଲ ନେଇଥିଲେ ମାତ୍ର ସେଠାରେ ହସ୍ପିଟାଲ ତାଙ୍କୁ ମୃତ ଘୋଷଣା କରିଥିଲା । ପୁଲିସ ମୃତବ୍ୟକ୍ତିଙ୍କ ଶବକୁ ଜବତ କରି ଶବଗୃହକୁ ପଠାଇ ଦେଇଥିଲେ। ମାତ୍ର ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଯେତେବେଳେ ଆହତ ବ୍ୟକ୍ତି ୭ଘଣ୍ଟା ଶବଗୃହରେ ରହିବା ପରେ ମଧ୍ୟ ତାଙ୍କ ନିଶ୍ବାସ ଚାଲୁଥିବା ଜଣାପଡ଼ିଥିଲା।

ସୂଚନାନୁସାରେ, ଉତ୍ତରପ୍ରଦେଶର ମଝୋଲା ଥାନା ଅନ୍ତର୍ଗତ ଶ୍ରୀକେଶଙ୍କର ସଡକ ଦୁର୍ଘଟଣା ଘଟିଥିଲା । ଏହାପରେ ଚିକିତ୍ସା ପାଇଁ ତାଙ୍କୁ ତାଙ୍କ ପରିବାର ଲୋକ ତିନିଟି ହସ୍ପିଟାଲ ନେଇଥିଲେ । ଶେଷରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ତାଙ୍କର ବ୍ୟବଚ୍ଛେଦ କରିବାକୁ ଶବକୁ ନିକଟସ୍ଥ ସରକାରୀ ହସ୍ପିଟାଲକୁ ଅଣାଯାଇଥିଲା ଏବଂ ଶବଗୃହରେ ରଖି ଦିଆଯାଇଥିଲା । ତା’ପର ଦିନ ପୁଲିସ ଉପସ୍ଥିତିରେ ଶ୍ରୀକେଶଙ୍କ ବ୍ୟବଚ୍ଛେଦ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ହଠାତ ଶ୍ରୀକେଶଙ୍କ ନିଶ୍ବାସ ଚାଲୁଥିବା ଭଳି ଜଣାପଡ଼ିଥିଲା। ବ୍ୟବଚ୍ଛେଦ କରିବାକୁ ଥିବା ଡାକ୍ତର ତାଙ୍କୁ ଚେକ୍ ଅପ୍ କରିବା ପରେ ସେ ଜୀବିତ ଥିବା ସୁନିଶ୍ଚିତ କରିଥିଲେ । ଏହି ଖବର ପାଇ ତାଙ୍କ ପରିବାରରେ ଖୁସିର ଲହରୀ ଖେଳିଯାଇଥିଲା । ଡାକ୍ତରମାନେ ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

Leave A Reply

Your email address will not be published.