ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଇସିଏସଇ ଦଶମ ପରୀକ୍ଷା ବାତିଲ, ଦ୍ବାଦଶ ସ୍ଥଗିତ

ନୂଆଦିଲ୍ଲୀ: ସଂକ୍ରମଣ ବଢୁଥିବାରୁ ପ୍ରଥମେ ସିବିଏସଇ ଓ ଏବେ ଆଇସିଏସଇ ତାର ଦଶମ ବୋର୍ଡ ପରୀକ୍ଷା ବାତିଲ କରିଛି । ଏନେଇ ଆଇସିଏସଇ ପକ୍ଷରୁ ସୂଚନା ଜାରି କରାଯାଇଛି। କରୋନା କାଳରେ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ଏଭଳି ନିଷ୍ପତ୍ତି ନେଇଛି ଆଇସିଏସଇ।

ତେବେ ରେଜଲ୍ଟ କେଉଁ ଆଧାରରେ ବାହାରିବ ତାହା ପରବର୍ତ୍ତୀ ସମୟରେ ଜଣାଯିବ ବୋଲି ଆଇସିଏସଇ ପକ୍ଷରୁ କୁହାଯାଇଛି । ପୂର୍ବ ନିଷ୍ପତ୍ତି ଅନୁସାରେ ଦ୍ବାଦଶ ପରୀକ୍ଷା କରୋନା ପରିସ୍ଥିତି ସୁଧୁରିଲେ ଅଫଲାଇନରେ ହେବ। ସେପଟେ ଆଇସିଏସଇ ଅନୁବଦ୍ଧିତ ସ୍କୁଲ ଏକାଦଶ ପାଇଁ ଆଡମିଶନ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି । ଏହାଛଡା ଅନଲାଇନ କ୍ଲାସ୍ ମଧ୍ୟ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି । ଆଇଏସସି ୨୦୨୩ ସିଲାବସ ପାଠପଢିବେ ପିଲା । ଗତ ୧୬ ତାରିଖରେ ଜାରି ହୋଇଥିବା ନିର୍ଦ୍ଦେଶନାମାକୁ ରଦ୍ଦ କରିଛନ୍ତି ବୋର୍ଡ କର୍ତ୍ତୃପକ୍ଷ ।

Leave A Reply

Your email address will not be published.